News18 Odia Digital
Sonali Phogat Death: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦିବଂଗତ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ପରିବାରକୁ ଭେଟିଥିଲେ। ଏହି ସମୟରେ ପଞ୍ଜାବର ସିଏମ ଭଗବନ୍ତ ମନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ସିବିଆଇ ଦ୍ୱାରା ସୋନାଲି ଫୋଗାଟ ମାମଲାର ତଦନ୍ତ କରାଯିବା ନେଇ ସିଏମ କେଜ୍ରିୱାଲ ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ଯେ ହରିୟାଣା ଓ ଗୋଆରେ ବିଜେପି ସରକାର ଅଛି। ସିବିଆଇ ଦ୍ୱାରା ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍।
ସିବିଆଇ ଅନୁସନ୍ଧାନରେ ଯେତେ ବିଳମ୍ବ ହେବ, ସନ୍ଦେହ ଅଧିକ ବଢ଼ିବ: ଅରବିନ୍ଦ କେଜ୍ରିୱାଲକେଜ୍ରିୱାଲ କହିଛନ୍ତି ଯେ ସୋନାଲି ଫୋଗାଟଙ୍କ ପରିବାରକୁ ନ୍ୟାୟ ମିଳିବା ଉଚିତ୍। ସିବିଆଇ ଅନୁସନ୍ଧାନରେ ଯେତେ ବିଳମ୍ବ ହେବ ସେତେ ଅଧିକ ସନ୍ଦେହ ବଢ଼ିବ। ବଡ଼ ନେତା, ବଡ଼ ଲୋକ, ବଡ଼ ବ୍ୟବସାୟୀ ଏଥିରେ ଜଡିତ ଥିବା ନେଇ ଅନେକ ଆଶଙ୍କା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି। ସିବିଆଇ ତଦନ୍ତରେ ଏହି ସମସ୍ତ ସନ୍ଦେହ ସ୍ପଷ୍ଟ ହେବ।
ହରିୟାଣାରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଦୁଇ ଦିନିଆ ଗସ୍ତରେ ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବର ସିଏମ ଭଗବନ୍ତ ମନ ୭ ଓ ୮ ତାରିଖରେ ହିସାରରେ ରହିବେ।
ପ୍ରକାଶ ଥାଉକି, ଅଗଷ୍ଟ ୨୩ରେ ସୋନାଲି ଫୋଗାଟ ଗୋଆରେ ମୃତ୍ୟୁ ବରଣ କରିଥିଲେ। ପୂର୍ବରୁ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା, କିନ୍ତୁ ଧୀରେ ଧୀରେ ଏହି ମାମଲାରେ ଅନେକ ଖୁଲାସା ହେବାରେ ଲାଗିଛି।
ସୋନାଲି ଫୋଗାଟଙ୍କ ପିଏଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କ ପିଏଙ୍କୁ ଗିରଫ ମଧ୍ୟ କରାଯାଇଛି। ତା’ପରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ସୋନାଲି ଫୋଗାଟ ନିଶାରେ ଥିବା ପରି ନଜର ଆସୁଥିଲେ। ପ୍ରକୃତରେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ଜଣାପଡ଼ିଥିଲା। ଏଥିରେ ସୋନାଲି ଫୋଗାଟଙ୍କ ଶରୀରରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ହତ୍ୟା ହେବାର ସମ୍ଭାବନା ସମ୍ପର୍କୀୟମାନେ ପ୍ରକାଶ କରିଥିଲେ। ଏହା ପରେ ଗୋଟିଏ ପରେ ଗୋଟିଏ ରାଜ୍ ଖୋଲୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।