News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହରେ ବିଶ୍ବାସ ମତ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବ ଉପସ୍ଥାପନ କରିବାବେଳେ କେଜ୍ରିୱାଲ କହିଛନ୍ତି ଯେ ଆମେ ଏହି ପ୍ରସ୍ତାବ ଆଣିଛୁ ଯାହା ଦ୍ବାରା ଏହା ଜଣାପଡ଼ିବ ଯେ ପ୍ରତ୍ୟେକ ଆମ୍ ଆଦମୀ ପାର୍ଟି (ଆପ) କର୍ମୀ, ପ୍ରତ୍ୟେକ ବିଧାୟକ ଦଳ ସହ ଅଛନ୍ତି।
ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଅଭିଯୋଗ କରିଥିଲେ ଯେ ତାଙ୍କ ସରକାରକୁ ହଟାଇବା ପାଇଁ ବିଜେପି ଆରମ୍ଭ କରିଥିବା 'ଅପରେସନ୍ ଲୋଟସ୍' ବିଫଳ ହୋଇଛି କାରଣ ଏହା କୌଣସି ଆପ୍ ବିଧାୟକଙ୍କୁ କିଣି ପାରିନାହିଁ।
ବିଜେପିର ବଜେଟ ୮୦୦ କୋଟି ଟଙ୍କା ଥିଲା: କେଜ୍ରିୱାଲବିଶ୍ବାସ ମତ ଉପସ୍ଥାପନ କରି ସିଏମ୍ ଅରବିନ୍ଦ କେଜ୍ରିୱାଲ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଆକ୍ରମଣ କରି କହିଛନ୍ତି ଯେ 'ଅପରେସନ୍ ଲୋଟସ୍' ବିଫଳ ହୋଇଛି। ଦିଲ୍ଲୀର ବିଧାୟକ କିଣିବା ପାଇଁ ବିଜେପି ୨୦ କୋଟି ଟଙ୍କା ଲେଖାଏଁ ଅଫର ଦେଇଥିଲା ଓ ଏଥିପାଇଁ ୮୦୦ କୋଟି ଟଙ୍କା ବଜେଟ୍ ରଖାଯାଇଥିଲା, କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।