କେଜ୍ରିୱାଲଙ୍କ ସହ ସାକ୍ଷାତ କଲେ ନୀତିଶ କୁମାର; ଏସବୁ ପ୍ରସଙ୍ଗରେ ହେଲେ ଆଲୋଚନା

ଆଜି ଦିଲ୍ଲୀରେ କେଜ୍ରିୱାଲଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଅପରେସନ ଲୋଟସ ସେମାନଙ୍କ ଆଲୋଚନାର ଏକ ବିଷୟ ବସ୍ତୁ ଥିଲା।

ନୀତିଶ କୁମାର ଓ କେଜ୍ରିୱାଲ (ପ୍ରତୀକାତ୍ମକ ଛବି)

ନୀତିଶ କୁମାର ଓ କେଜ୍ରିୱାଲ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା । ଉଭୟ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।

ବୈଠକର ଫଟୋ ସହିତ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ ନୀତିଶ କୁମାର ମୋ ଘର ପରିଦର୍ଶନ କରିଥିବାରୁ ତାଙ୍କୁ ଅନେକ ଧନ୍ୟବାଦ। ସେ କହିଛନ୍ତି, ଦେଶ ସହ ଜଡିତ ଅନେକ ଗମ୍ଭୀର ବିଷୟ ଉପରେ ଆଲୋଚନା କରାଯାଇଛି। ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଅପରେସନ୍ ଲୋଟସ୍, ବିଜେପି ଖୋଲାଖୋଲି ଭାବରେ ବିଧାୟକ କିଣିବା ପ୍ରସଙ୍ଗ ଓ ବିଜେପି ସରକାରଙ୍କ ଭ୍ରଷ୍ଟାଚାର,ଦୁର୍ନୀତି, ମୁଦ୍ରାସ୍ଫୀତି, ବେକାରୀ ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଥିଲା।

ଦୁଇ ନେତାଙ୍କ ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜନତା ଦଳ ୟୁନାଇଟେଡ ନେତା ସଞ୍ଜୟ ଝା ମଧ୍ୟ ଉପସ୍ଥିତ ଥିଲେ। କେଜ୍ରିୱାଲଙ୍କ ପୂର୍ବରୁ ନୀତିଶ କୁମାର ମଧ୍ୟ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଡି.ରାଜାଙ୍କୁ ସେମାନଙ୍କ ପାର୍ଟି କାର୍ଯ୍ୟାଳୟରେ ଭେଟିଥିଲେ। ସେ ସୋମବାର ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ।

ଅପରାହ୍ନରେ ନୀତିଶ କୁମାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା INLD ସୁପ୍ରିମୋ ଓମ୍ ପ୍ରକାଶ ଚୈତନ୍ୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୦୨୩ ନିର୍ବାଚନରେ ବିଜେପି ବିରୋଧରେ ମିଳିତ ଲଢେଇ ପାଇଁ ନୀତିଶ କୁମାର ସମସ୍ତ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି ଓ ସମାଜବାଦୀ ପୃଷ୍ଠଭୂମିରୁ ଦଳଗୁଡ଼ିକୁ ଏକାଠି କରିବା ଉପରେ ତାଙ୍କର ବିଶେଷ ଗୁରୁତ୍ୱ ରହିଛି।
Published by:Soumya Das
First published: