News18 Odia Digital
ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ ଏକ ନୂତନ ଫସଲର ଆଗମନ ତଥା ଧରିତ୍ରୀ ମାର ପର୍ବ ନୁଆଖାଇ ଶୁଭ ଅବସରରେ ଓଡିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ଯେ ଆପଣ ଜୀବନରେ ସର୍ବଦା ସୁଖ, ସମୃଦ୍ଧତା ଓ ସୁଖ ରହିବ।
नई फ़सल के आगमन और धरती माँ के वंदन के पावन पर्व नुआखाई की ओडिशा के हमारे सभी भाइयों और बहनों को बहुत-बहुत शुभकामनाएँ। ईश्वर से प्रार्थना करता हूँ कि आप सभी के जीवन में सुख-समृद्धि और ख़ुशियाँ सदा बनी रहें।
— Arvind Kejriwal (@ArvindKejriwal) September 1, 2022
ନୂଆଖାଇ ଜୁହାର।
ନୂଆଖାଇ ଅବସରରେ ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା।
— President of India (@rashtrapatibhvn) September 1, 2022
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। #ନୂଆଁଖାଇଜୁହାର 🙏 pic.twitter.com/YJHaAP2UNt
— Naveen Patnaik (@Naveen_Odisha) September 1, 2022
ନୂଆଁଖାଇ ଜୁହାର୍ ! ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର । ଆମ ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
— Narendra Modi (@narendramodi) September 1, 2022
ନୂଆଁଖାଇ ଜୁହାର୍ 🙏
ନୂଆଁଖାଇ ଅବ୍ସର୍ ଥି ଗୁରୁଜନ୍, ଦାଦା- ଭାଏ ଆଉ ମାଁ- ବହେନ୍ ମାନ୍କୁଁ ନୂଆଁଖାଇ ଜୁହାର୍ ଜନଉଁଛେଁ । ନୂଆଁଖାଇ ଆପଣ୍ ମାନକଁର୍ ଜୀବନ୍ ଥି ଆଉ ପରିବାର୍ ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ୍ ଆନୁ । #NuaKhai pic.twitter.com/nu9yyijILx
— Dharmendra Pradhan (@dpradhanbjp) September 1, 2022
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।