- News18 Odia
- Last Updated :
- Other, India
News18 Odia Digital
ନୂଆଦିଲ୍ଲୀ: କଞ୍ଝାବଲା ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ଖୁଲାସା ହେଉଛି। ମୃତା ଅଞ୍ଜଳୀ ସେମାନଙ୍କ କାର ତଳେ ଫସି ରହିଥିବା ନେଇ ସ୍ୱୀକାର କରିଛନ୍ତି ଅଭିଯୁକ୍ତ। କିନ୍ତୁ ସେମାନେ ଡରି ଯାଇ ରାସ୍ତାରେ କାର ଚଳାଉଥିଲେ। ଏହି ସମୟରେ, ସେମାନେ ଅନେକ ଥର U- ଟର୍ନ୍ କରିଥିଲେ। ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଛନ୍ତି ଯେ ଯଦି ସେମାନେ ଝିଅକୁକୁ କାରରୁ ବାହାର କରାଯାଇଥାନ୍ତା, ତେବେ ହତ୍ୟା ମାମଲା ରୁଜୁ ହୋଇଥାନ୍ତା। କାରଣ ଡ୍ରାଇଭର ଅମିତଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା। ସେଥିପାଇଁ ଦୁର୍ଘଟଣା ପରେ ଅଭିଯୁକ୍ତ ଝିଅଟିକୁ କାର ଭିତରୁ ବାହାରକୁ ଆଣିବାକୁ ଚେଷ୍ଟା କରିନଥିଲେ।
ଅଭିଯୁକ୍ତମାନେ ବହୁତ ଡରି ଯାଇଥିଲେ ଏବଂ ସେଥିପାଇଁ ସେମାନେ ବାରମ୍ବାର ଗାଡି ବୁଲାଉଥିଲେ। ଅଞ୍ଜଳୀ କିପରି ସେମାନଙ୍କ ଗାଡି ତଳକୁ ଆସିଲେ ସେ ନେଇ ସେମାନେ ଜାଣି ପାରୁ ନଥିଲେ। ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ସ୍ୱୀକାର କରିଛି ଯେ ସେ ପୂର୍ବରୁ ତେଜ ମ୍ୟୁଜିକ୍ ସିଷ୍ଟମ ବିଷୟରେ ପୋଲିସକୁ କହିଥିବା କାହାଣୀ ମିଥ୍ୟା ।
ସୂଚନାଯୋଗ୍ୟ, ଦିଲ୍ଲୀର କଞ୍ଜୱାଲା ଅଞ୍ଚଳରେ କାର ଦୁର୍ଘଟଣାରେ ୨୦ ବର୍ଷ ବୟସ୍କା ଅଞ୍ଜଳୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଯୁବକମାନେ କାର ସହିତ ପଳାଇବା ଆରମ୍ଭ କରିଥିଲେ। କିନ୍ତୁ ଅଞ୍ଜଳୀ କାର ତଳେ ଫସି ରହି ଅନେକ କିଲୋମିଟର ରାସ୍ତାରେ ଟାଣି ନେଇଥିଲା। ଘୋଷାରି ଯିବା ହେତୁ ତାଙ୍କ ଗୋଡ ମଧ୍ୟ ଶରୀରରୁ ଅଲଗା ହୋଇଯାଇଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ତେବେ ସାତ ନଂ ଅଭିଯୁକ୍ତ ଅଙ୍କୁଷ ଖାନ୍ନାଙ୍କୁ ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ୨୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପାଇଛନ୍ତି। ଏହି ମାମଲାରେ ପୋଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶୁକ୍ରବାର ଦିନ ଅଙ୍କୁଶ ଖାନ୍ନା ଆତ୍ମସମର୍ପଣ କରିଛନ୍ତି। କାର ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଅମିତ ଖାନ୍ନାଙ୍କ ଭାଇ ଅଙ୍କୁଷ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।