News18 Odia Digital
ନୂଆ ଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ (Serum Institute) କହିଛି ଯେ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକା ଅନ୍ୟ ଦେଶ ମାନଙ୍କରେ ଅକ୍ସଫୋର୍ଡ କରୋନା ଟିକା ପରୀକ୍ଷଣ ବନ୍ଦ କରିବାକୁ ନଜରରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ନୂତନ ପ୍ରାର୍ଥୀ ନିଯୁକ୍ତିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରନ୍ତୁ ।
କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଭିଜି ସୋମାନି ଶୁକ୍ରବାର ଦିନ ଏକ ଆଦେଶରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୁ ଏହା ମଧ୍ୟ କହିଛି ଯେ ପରୀକ୍ଷା ସମୟରେ ଟୀକାକରଣ କରିଥିବା ବ୍ୟକ୍ତିଙ୍କ ସୁରକ୍ଷା ମନିଟରିଂ ବୃଦ୍ଧି କରନ୍ତୁ । ଏହା ସହିତ ଯୋଜନା ଓ ରିପୋର୍ଟ ଦାଖଲ କରନ୍ତୁ । ସୋମାନି କମ୍ପାନୀକୁ ଏହା ମଧ୍ୟ କହିଛନ୍ତି ଭବିଷ୍ୟତରେ ପରୀକ୍ଷା ପାଇଁ ନୂତନ ନିଯୁକ୍ତି ଦେବା ପୂର୍ବରୁ ସେମାନଙ୍କ କାର୍ଯ୍ୟାଳୟ (ଡିସିଜିଏ) ର ଅନୁମୋଦନ ପାଇଁ ବ୍ରିଟେନ ଓ ଭାରତରେ ଥିବା ଡାଟା ଓ ସୁରକ୍ଷା ମନିଟରିଂ ବୋର୍ଡରୁ (ଡିଏସଏମବି) ମିଳିଥିବା ଅନୁମୋଦନକୁ ଦାଖଲ କରନ୍ତୁ ।
ଅନ୍ୟ ଦେଶମାନଙ୍କରେ ଆଷ୍ଟ୍ରାଜେନେକା ଟିକା ପରୀକ୍ଷଣ ବନ୍ଧ କରିବା ବିଷୟରେ ସୂଚନା ପ୍ରଦାନ ନ କରିବା ପାଇଁ DCGA ସେପ୍ଟେମ୍ବର ୯ ତାରିଖରେ SIE କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ।
ସେରମ୍ ପ୍ରତିଷ୍ଠାନରୁ ଏହି ପ୍ରଶ୍ନଗୁଡିକ ପଚରା ଯାଇଥିଲାସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଲାଇସେନ୍ସ ପ୍ରାଧିକରଣକୁ ଆଷ୍ଟ୍ରାଜେନେକା ଦ୍ୱାରା ଅନ୍ୟ ଦେଶରେ ଟିକା ପରୀକ୍ଷା ସ୍ଥଗିତ ହୋଇଥିବାର ସୂଚନା ଦେଇ ନାହିଁ ଓ ରୋଗୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ କୌଣସି ରିପୋର୍ଟ ଦାଖଲ କରି ନାହିଁ। ବିଜ୍ଞପ୍ତିରେ ନୂତନ ଡ୍ରଗ୍ ଓ କ୍ଲିନିକାଲ୍ ଟ୍ରାଏଲ୍ ନିୟମ ୨୦୧୯ ଅନୁଯାୟୀ ରୋଗୀଙ୍କ ସୁରକ୍ଷା ସ୍ଥିର ନହେବା ପର୍ଯ୍ୟନ୍ତ ଅଗଷ୍ଟ ୨ ରେ ଦିଆଯାଇଥିବା ପରୀକ୍ଷା ଅନୁମୋଦନ କାହିଁକି ସ୍ଥଗିତ ରଖାଯିବ ନାହିଁ ବୋଲି ସେରମ୍ ପ୍ରତିଷ୍ଠାନକୁ ପଚରା ଯାଇଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।