ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେଲେ ପୁଷ୍କର ସିଂ ଧାମି (ପ୍ରତୀକାତ୍ମକ ଛବି)
News18 Odia Digital
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପରେ ଏକ ନୂତନ ସରକାର ଗଠନ ପାଇଁ ଚାଲିଥିବା ଦ୍ଵନ୍ଦ ଦୂର ହୋଇଛି। ପୁଷ୍କର ସିଂ ଧାମି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ଅନୁମୋଦନ ଦିଆଯାଇଛି। ବିଜେପି ବିଧାନସଭା ପାର୍ଟି ବୈଠକରେ ଯୋଗଦେବା ପାଇଁ ଡେରାଡୁନରେ ପହଞ୍ଚିଥିବା ପର୍ଯ୍ୟବେକ୍ଷକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସହ-ପର୍ଯ୍ୟବେକ୍ଷକ ମୀନାକ୍ଷୀ ଲେଖୀ ଏହା ଘୋଷଣା କରିଛନ୍ତି।
ଏଥି ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତରପ୍ରଦେଶର ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କହିଛନ୍ତି ଯେ ପୁଷ୍କର ସିଂ ଧାମି ବିଧାନସଭା ଦଳର ନେତା ଭାବରେ ମନୋନୀତ ହୋଇଛନ୍ତି। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଓ ମୁଁ ନିଶ୍ଚିତ ଯେ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡର ଉନ୍ନତି ହେବ।
ଖତିମାଙ୍କ ପରାଜୟ ସତ୍ତ୍ୱେ ପୁଷ୍କର ସିଂ ଧାମି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୌଡ଼ରେ ଆଗୁଆ ରହିଥିଲେ। ଅନ୍ୟପକ୍ଷରେ ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତାକାରୀଙ୍କ ମଧ୍ୟରେ ଚୈତନ୍ୟୱାଲ୍ ବିଧାୟକ ସତ୍ୟପାଲ ମହାରାଜ, ଶ୍ରୀନଗର ବିଧାୟକ ଧନ ସିଂ ରାୱତ ଓ ରାଜ୍ୟସଭା ସଦସ୍ୟ ଅନିଲ ବାଲୁନି ମଧ୍ୟ ଥିଲେ। କେବଳ ଏତିକି ନୁହେଁ, ରବିବାର ଦିନ ଦିଲ୍ଲୀରେ ବିଜେପି ହାଇକମାଣ୍ଡ ବ୍ୟତୀତ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ରାଜ୍ୟର ସିଏମକୁ ନେଇ ମନ୍ଥନ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।