News 18 Odia Digital
ଡେରାଡୁନ; ଯେଉଁ ମହିଳାମାନେ ସେନାରେ ନିଯୁକ୍ତି ପାଇଁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର , କାରଣ ସେମାନେ ବର୍ତ୍ତମାନ ଭାରତୀୟ ସେନାର ଏକ ଅଂଶ ହୋଇପାରିବେ । ବାସ୍ତବରେ, କେନ୍ଦ୍ର ସରକାରଙ୍କ ନୂତନ ନିଯୁକ୍ତି ଯୋଜନା ଅଗ୍ନିପଥ (Agnipath Scheme ToD) ଅଧୀନରେ ମହିଳା ଅଗ୍ନିବୀର ନିଯୁକ୍ତି ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୭ ସେପ୍ଟେମ୍ବର ୨୦୨୨ ପଞ୍ଜୀକରଣ ପାଇଁ ଶେଷ ତାରିଖ ।
ମିଲିଟାରୀ ପୋଲିସରେ ଜୋନାଲ ଡ୍ୟୁଟି ପଦବୀରେ ନିଯୁକ୍ତି ପାଇଁ ପଞ୍ଜୀକରଣ ୯ ଅଗଷ୍ଟରୁ ଆରମ୍ଭ ହୋଇଛି, ଯାହାର ଶେଷ ତାରିଖ ହେଉଛି ୭ ସେପ୍ଟେମ୍ବର ଅର୍ଥାତ୍ ଆପଣ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜୀକୃତ କରିପାରିବେ । ଭାରତୀୟ ସେନା ପାଇଁ ପ୍ରସ୍ତୁତି କରୁଥିବା ପ୍ରତିଭା ପେଟୱାଲ କହିଛନ୍ତି ଯେ ଯଦି ଜଣେ ଝିଅ ସେନାରେ ଯୋଗ ଦିଅନ୍ତି ତେବେ ସେ ନିଜକୁ ପ୍ରମାଣ କରିପାରିବେ । ସେନାରେ ଯୋଗଦେବା ଦ୍ୱାରା ଆମେ ଶୃଙ୍ଖଳା ଏବଂ କର୍ତ୍ତବ୍ୟନିଷ୍ଠା ଶିଖିଥାଉ ।
ମହିଳା ଆଗ୍ନିବୀର ନିଯୁକ୍ତି ପାଇଁ ଏହିପରି କରନ୍ତୁ ପଞ୍ଜିକରଣ୧- ସର୍ବ ପ୍ରଥମେ ଆପଣ ଇଣ୍ଡିଆନ ଆର୍ମୀ ଅଫିସିଆଲ୍ ୱେବସାଇଟ୍
http://www.joinindianarmy.nic.in କ୍ଲିକ୍ କରନ୍ତୁ
୨- ପୃଷ୍ଠା ଖୋଲିବା ପରେ, ବର୍ତ୍ତମାନ ଏଥିରେ ମାଗିଥିବା ତଥ୍ୟ ପୁରଣ କରନ୍ତୁ
୩ - ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରିବା ପରେ, ଫର୍ମର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ
୪- ଅକ୍ଟୋବର ୧୨ ରୁ ୩୧ ମଧ୍ୟରେ ପଞ୍ଜୀକୃତ ଇମେଲ ଆଇଡିରେ ପ୍ରାର୍ଥୀଙ୍କୁ ଆଡମିଟ୍ କାର୍ଡ ପଠାଯିବ
୫- ଏଥିପାଇଁ ପ୍ରାର୍ଥୀମାନେ ଅତି କମରେ ୪୫ ପ୍ରତିଶତ ମାର୍କ ଥିବା ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ପ୍ରତ୍ୟେକ ବିଷୟ ଉପରେ ଅତି କମରେ ୩୫ ପ୍ରତିଶତ ମାର୍କ ରହିବା ଆବଶ୍ୟକ
୬- ୧୭.୬ ବର୍ଷରୁ ୨୩ ବର୍ଷ ବୟସ ବର୍ଗର ଲୋକମାନେ ଆବେଦନ କରିପାରିବେ, ଯାହାର ସର୍ବନିମ୍ନ ଉଚ୍ଚତା ୧୬୨ସେମି ଥିବ
୭- ଶାରୀରିକ ପରୀକ୍ଷା ସମୟରେ ପ୍ରାର୍ଥୀଙ୍କୁ ୮ ମିନିଟରେ ୧୬୦୦ ମିଟର ଦୌଡ଼କୁ ସମ୍ପୂର୍ଣ୍ଣ କରିବାକୁ ପଡିବ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।