ବାୟୁ ସୀମାରେ ଦୃତ ଶତ୍ରୁ ବିମାନକୁ ଟକ୍କର ଦେବ ଭାରତର QRSAM କ୍ଷେପଣାସ୍ତ୍ର; ପରୀକ୍ଷଣ ସଫଳ

DRDO ଏବଂ ଭାରତୀୟ ସେନା ଓଡିଶା ଉପକୂଳ ନିକଟରେ କ୍ୱିକ୍ ରିଆକ୍ସନ୍ ସରଫେସ ଟୁ ଏୟାର ମିସାଇଲ୍ (QRSAM) ର ସଫଳତାର ସହ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ କ୍ଷେପଣାସ୍ତ୍ରଗୁଡିକର ପରିସର, ଶକ୍ତି, ସଠିକତା ଏବଂ ଦ୍ରୁତ ଗତିରେ ଉଡୁଥିବା ଟାର୍ଗେଟକୁ ମାରି ଖସାଇବା କ୍ଷମତା ଯାଞ୍ଚ କରିବା ପାଇଁ କରାଯାଇଥିଲା । ଏହି ପରୀକ୍ଷଣରେ ୬ ଟି ଫ୍ଲାଇଟ୍ ପରୀକ୍ଷା କରାଯାଇଥିଲା ।

ବାୟୁ ସୀମାରେ ଦୃତ ଶତ୍ରୁ ବିମାନକୁ ଟକ୍କର ଦେବ ଭାରତର QRSAM କ୍ଷେପଣାସ୍ତ୍ର

ବାୟୁ ସୀମାରେ ଦୃତ ଶତ୍ରୁ ବିମାନକୁ ଟକ୍କର ଦେବ ଭାରତର QRSAM କ୍ଷେପଣାସ୍ତ୍ର

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ; ଭାରତୀୟ ସେନା ଏବଂ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଜି ଅର୍ଥାତ୍ ୮ ସେପ୍ଟେମ୍ବରରେ କ୍ୱିକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (QRSAM) କୁ ସଫଳତାର ସହ ପରୀକ୍ଷଣ କରିଛି । ଓଡ଼ିଶାର ଚଣ୍ଡିପୁରରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟିଂ ରେଞ୍ଜ (ଆଇଟିଆର) ରୁ ୬ ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । କ୍ଷେପଣାସ୍ତ୍ରଗୁଡିକ ନିକ୍ଷେପ କରିବା ବେଳେ ଏହା ଦେଖାଯାଇଥିଲା ଯେ, ଏହା ଦ୍ରୁତ ଗତିରେ ଯାଉଥିବା ଲକ୍ଷ୍ୟଗୁଡିକ ଉପରେ ସଠିକ ଭାବରେ ଆକ୍ରମଣ କରିବାରେ ସକ୍ଷମ ହୋଇଛି କି ନାହିଁ ।

ପରୀକ୍ଷା ସମୟରେ ବିଭିନ୍ନ ପରିସ୍ଥିତି ସୃଷ୍ଟି କରା ଯାଇଥିଲା । ଯେଉଁଥିରେ ଶତ୍ରୁର ବିମାନ ଏକ ଉଚ୍ଚ ବେଗରେ ଆସିଥିଲା । ତାହାକୁ ଉଡ଼ାଇବା ପାଇଁ QRSAM ଲଞ୍ଚ କରାଗଲା । ଏହି ସମୟରେ ଲଙ୍ଗ ରେଞ୍ଜ ମଧ୍ୟମ ଉଚ୍ଚତା, ସର୍ଟ ରେଞ୍ଜ, ଉଚ୍ଚ ଉଚ୍ଚତା ମନିଭରିଙ୍ଗ ଟାର୍ଗେଟ, ଲୋ ରାଡାର ସିଗ୍ନେଚର, କ୍ରସିଂ ଟାର୍ଗେଟ ଏବଂ ଦୁଇଟି କ୍ଷେପଣାସ୍ତ୍ରକୁ ଗୋଟିଏ ପରେ ଗୋଟିଏ ନିକ୍ଷେପ କରାଯାଇ ଟାର୍ଗେଟରୁ ବଞ୍ଚାଇବାକୁ ପ୍ରୟାସ ସହ ଶତ୍ରୁ ବିମାନକୁ ଧ୍ଵଂସ କରିବା ଉପରେ ପରୀକ୍ଷା କରାଯାଇଥିଲା । ଉଭୟ ଦିନ ଓ ରାତି ଉଭୟ ପରିସ୍ଥିତିରେ ଏହି ପରୀକ୍ଷା କରାଯାଇଥିଲା ।

QRSAM ଭାରତର ଆକାଶକୁ ଶତ୍ରୁ ବିମାନ, ହେଲିକପ୍ଟର, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରୁ ରକ୍ଷା କରିବ

କ୍ଵିକ ରିଆକ୍ସନ ସରଫେଶ ଟୁ ଏୟାର ମିସାଇଲ୍ (QRSAM) ସମସ୍ତ ମାନଦଣ୍ଡ ପୂରଣ କରିଛି । ସଠିକତା ସହିତ ଲକ୍ଷ୍ୟକୁ ଆକ୍ରମଣ କରିଥିଲା । ଏହି ସମୟରେ କ୍ଷେପଣାସ୍ତ୍ରର ୱାରହେଡ୍ ଚେନ ମଧ୍ୟ ଯାଞ୍ଚ କରାଯାଇଥିଲା। ସମସ୍ତ ପରୀକ୍ଷା ପରେ, ଏହା ନିଶ୍ଚିତ ହେଲା ଯେ ଭାରତୀୟ QRSAM ସିଷ୍ଟମ ସର୍ବୋତ୍ତମ, ଘାତକ, ଦ୍ରୁତ ଏବଂ ସଠିକ ଅଟେ । ବିମାନ ପରୀକ୍ଷା ସମୟରେ DRDO ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ମଧ୍ୟ ଯାଞ୍ଚ କରିଥିଲା ​​। ଯାହା ଦ୍ୱାରା ଏହା ଜାଣି ହେବକି ଏହି ସମସ୍ତ କ୍ଷେପଣାସ୍ତ୍ର ଓ ଶତ୍ରୁଙ୍କ ଟାର୍ଗେଟକୁ ସଠିକ୍ ଭାବରେ ଟ୍ରାକିଂ କରୁଛି କି ନାହିଁ । ସମସ୍ତ ସିଷ୍ଟମ୍ ବହୁତ୍ ଭଲ କାମ କରୁଥିଲା ।

ଏହି ପରୀକ୍ଷଣ ପରେ QRSAM କୁ ସେନାକୁ ହସ୍ତାନ୍ତର କରାଯିବ । ଏହି କ୍ଷେପଣାସ୍ତ୍ରଗୁଡ଼ିକରେ ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି ସନ୍ଧାନକାରୀ (ଆରଏଫ୍ ସିକର) ଅଛନ୍ତି । ଏହା ବ୍ୟତୀତ ସିଷ୍ଟମରେ ଏକ ମୋବାଇଲ୍ ଲଞ୍ଚର୍, ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ଅଛି । ଏହି କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଆପଣ ଭୁଲିଯାଆନ୍ତୁ । ଏ ନିଜର ଲକ୍ଷ୍ୟକୁ ଗୋଡ଼ାଇ ଗୋଡ଼ାଇ ମାରିଥାଏ। ଆଜି ହୋଇଥିବା ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ରର ଏହି ଦକ୍ଷତା ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା ।

ଭାରତୀୟ ସ୍ୱଦେଶୀ କ୍ଵିକ ରିଆକ୍ସନ ସର୍ଫେସ୍ ଟୁ ଏୟାର ମିସାଇଲ୍ (QRSAM) ଉପରେ HMX / TNT କିମ୍ବା ପ୍ରି-ଫ୍ରାଗମେଣ୍ଟେଡ ୱାରହେଡ୍ ଲଗା ଯାଇପାରିବ
। ୱାରହେଡର ଓଜନ ୩୨ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ । ଏହି କ୍ଷେପଣାସ୍ତ୍ରର ସୀମା ୩ ରୁ ୩୦ କିଲୋମିଟର ଅଟେ । ଏହା ୯୮ ଫୁଟ ଉଚ୍ଚତାରୁ ୩୩ ହଜାର ଫୁଟ ଉଚ୍ଚକୁ ଯାଇପାରେ । ଏହାର ସର୍ବାଧିକ ଗତି ହେଉଛି ମାକ ୪.୭ ଅର୍ଥାତ୍ ୫୭.୫୭.୭୦ କିଲୋମିଟର । ଏହାକୁ ୬ ଟି ଟ୍ୟୁବ୍ ଲଞ୍ଚର୍ ଟ୍ରକ୍ ରୁ ନିକ୍ଷେପ କରିହେବ ।
Published by:Soubhagya Mishra
First published: