ସେନା ପାଇଁ ୨୮ହଜାର ୭୩୨କୋଟି ମୂଲ୍ୟର ଅସ୍ତ୍ର କ୍ରୟ ପାଇଁ ମିଳିଲା ଅନୁମୋଦନ ।
News 18 Odia Digital
ନୂଆଦିଲ୍ଲୀ; ସଶସ୍ତ୍ର ଡ୍ରୋନ୍, କାର୍ବାଇନ୍ ଏବଂ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସମେତ ପ୍ରତିରକ୍ଷା ବାହିନୀ ପାଇଁ ୨୮,୭୩୨ କୋଟିରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଛି । ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏଲଓସି ନିକଟରେ ନିୟୋଜିତ ସୈନ୍ୟଙ୍କ ପାଇଁ ଶତ୍ରୁଙ୍କ ଦ୍ବାରା ଥିବା ବିପଦ ବିରୋଧରେ ସୁରକ୍ଷାକୁ ବଢାଇବା ଓ ଆତଙ୍କବାଦ ବିରୋଧୀ ଅଭିଯାନରେ ବିଦ୍ରୋହୀ ଅପରେସନକୁ ଦୃଷ୍ଟିରେ ରଖି ବୁଲେଟପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।
ରକ୍ଷାମନ୍ତ୍ରାଳୟ କହିଛି କି, LAC ଏବଂ ପୂର୍ବ ସୀମାରେ ପାରମ୍ପରିକ, ହାଇବ୍ରିଡ ଯୁଦ୍ଧ, ଓ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ଏହାକୁ ସାମିଲ କରାଯିବାକୁ ମଞ୍ଜୁରୀ ଦିଆଯାଇଛି । ସେହିପରି ସେନା ପାଇଁ ୪ ଲକ୍ଷ କ୍ଲୋଜ୍ କ୍ୱାର୍ଟର୍ ବେଟେଲ କାର୍ବାଇନ୍ ଅନୁମୋଦନ କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆଧୁନିକ ଯୁଦ୍ଧରେ ଭାରତୀୟ ସେନାର ଦକ୍ଷତା ବୃଦ୍ଧି ପାଇଁ DAC ଦ୍ଵାରା ତଦାରଖ, ସଶସ୍ତ୍ର ଡ୍ରୋନ୍ ସ୍ୱାର୍ମସ କ୍ରୟ ପାଇଁ ଅନୁମୋଦନ ଦିଆଯାଇଛି। ସାମୁଦ୍ରିକ ସୁରକ୍ଷାକୁ ବଢ଼ାଇବା ପାଇଁ ୧୪ ଟି ଦ୍ରୁତ ପାଟ୍ରୋଲିଂ ଜାହାଜ ଅଧିଗ୍ରହଣ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତାବକୁ DAC ମଧ୍ୟ ଅନୁମୋଦନ କରିଛି । ଏହା ସହିତ ନୌସେନାର ୧୨୫୦ କିଲୋୱାଟ କ୍ଷମତା ଥିବା ସାମୁଦ୍ରିକ ଗ୍ୟାସ ଟର୍ବାଇନ ଜେନେରେଟରକୁ ନବୀକରଣ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଅନୁମୋଦନ କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।