ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ; ମୋଦି ସରନେମ୍ ଉପରେ ଦେଇଥିଲେ ବିବାଦୀୟ ବୟାନ

Rahul Gandhi Defamation Case: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି (Rahul Gandhi) ଦୋଷୀ ସାବ୍ୟସ୍ତ। ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କଲା ସୁରତ ଜିଲ୍ଲା କୋର୍ଟ। ‘ମୋଦି ସରନେମ’ (Modi) ମନ୍ତବ୍ୟ ପାଇଁ ଦୋଷୀ ସାବ୍ୟସ୍ତ।

ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ

ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Rahul Gandhi: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି (Rahul Gandhi) ଦୋଷୀ ସାବ୍ୟସ୍ତ। ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କଲା ସୁରତ ଜିଲ୍ଲା କୋର୍ଟ। ‘ମୋଦି ସରନେମ’ (Modi) ମନ୍ତବ୍ୟ ପାଇଁ ଦୋଷୀ ସାବ୍ୟସ୍ତ। ରାହୁଲଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ। ସେପଟେ ରାହୁଲଙ୍କୁ ଜାମିନ ମିଳିଯିବା ଖବର ମଧ୍ୟ ସାମ୍ନାକୁ ଆସିଛି।

୨୦୧୯ରେ ଯେତେବେଳେ ୱାୟାନାଡର ଲୋକସଭା ସଦସ୍ୟ ରାହୁଲ ଗାନ୍ଧି ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରନେମ୍ ଉପରେ ବୟାନ ଦେଇଥିଲେ।

ଯାହା ପରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ରାହୁଲ ନିଜ ବୟାନରେ କରିଥିଲେ, ‘‘ସମସ୍ତ ଚୋରଙ୍କର ସମାନ ନାମ କାହିଁକି ମୋଦି?’’

ଆହୁରି ମଧ୍ୟ ୨୦୧୯ର ଏହି ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ନୀରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସରନେମ କମନ କାହିଁକି? ସବୁ ଚୋରଙ୍କ ସରନେମ ମୋଦି କାହିଁକି ହୋଇଥାଏ। ଏହାକୁ ନେଇ ମାନହାନୀ ମାମଲା ରୁଜୁ ହେବା ପରେ ୨୦୨୧ରେ ଶୁଣାଣି ବେଳେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ।

ଏପରିକି ଆଜି ଶୁଣାଣି ପୂର୍ବରୁ ରାହୁଲ ଗାନ୍ଧି କୋର୍ଟରେ ଉପସ୍ଥିତ ରହିବା ସହ ଯେଉଁ ରାୟ ଆସିବ ତାହାକୁ ଗ୍ରହଣ କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା। କୋର୍ଟଙ୍କ ରାୟକୁ ରାହୁଲ ସମ୍ମାନ କରିବେ ଏବଂ ଏଥିପାଇଁ ଦଳ ତାଙ୍କ ସମର୍ଥନରେ ଥିବା କହିଥିଲେ ଗୁଜୁରାଟ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ। ଏଭଳି ମାମଲାରେ ଜରିଆରେ କଂଗ୍ରେସ ନେତାଙ୍କୁ ଡରାଯାଇପାରିବନି।

ରାହୁଲଙ୍କ ଏହି ବୟାନ ବିରୋଧରେ ବିଜେପି ବିଧାୟକ ତଥା ଗୁଜୁରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ଏକ ପିଟିସନ ଦାଖଲ କରିଥିଲେ।
Published by:Lipina Das
First published: