Bollywood & Drugs: ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ଦୀପିକା; ଶ୍ରଦ୍ଧା ଓ ସାରାଙ୍କୁ ବି ଜେରା କରାଗଲା

ନିଜ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ନେଇ ଚାଟ୍ କରିଥିବା କଥା ମାନିଛନ୍ତି ଦୀପିକା । ୨୦୧୭ରେ 'ହ୍ୟାଶ୍' ଯୋଗାଇ ଦେବାକୁ ସେ ତାଙ୍କୁ କହିଥିବା ସ୍ବୀକାର କରିଛନ୍ତି । 'ପଦ୍ମାବତ' ଫିଲ୍ମର ସୁଟିଂ ପରେ ହୋଇଥିଲା ଏହି ଡ୍ରଗ୍ସ ପାର୍ଟି ।

Bollywood & Drugs: ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ଦୀପିକା; ଶ୍ରଦ୍ଧା ଓ ସାରାଙ୍କୁ ବି ଜେରା କରାଗଲା
ଏକ ପାର୍ଟି ପରେ ଦୀପିକା ପାଦୁକୋନ୍
  • News18 Odia
  • Last Updated: September 26, 2020, 10:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଡ୍ରଗ୍ସ ମାମଲାରେ (drugs case) ଛନ୍ଦି ହୋଇପଡ଼ିଥିବା ବଲିଉଡ୍‌ର ଅଭିନେତ୍ରୀମାନଙ୍କ ସହ ହୋଇଛି ମାରାଥନ୍‌ ଜେରା । ଦୀପିକା ପାଦୁକୋନ୍‌ଙ୍କ (Deepika Padukone) ସହ ସାଢ଼େ ପାଞ୍ଚ ଘଣ୍ଟା ଓ ଶ୍ରଦ୍ଧା କପୁରଙ୍କ (Shraddha Kapoor) ସହ ୬ ଘଣ୍ଟା ପଚରାଉଚୁରା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (Narcotics Control Bureau, NCB)। ସୂଚନା ଅନୁସାରେ ଏହି ଜେରାରେ ଡ୍ରଗ୍ସ ଚାଟ୍‌ କଥା ସ୍ବୀକାର କରିଛନ୍ତି ଦୀପିକା ପାଦୁକୋନ୍‌ । ତାଙ୍କୁ ଜେରା ସମୟରେ ସାମ୍ନାକୁ ଆସିଛି ଏକ ଡ୍ରଗ୍ସ ପାର୍ଟିର କଥା । ଅଭିନେତ୍ରୀ ଶ୍ରଦ୍ଧା କପୁର ଡ୍ରଗ୍ସ ସେବନ କଥା ଅସ୍ବୀକାର କରିଛନ୍ତି । ଡ୍ରଗ୍ସ ଲିଙ୍କରେ କରନ ଜୋହରଙ୍କ (Karan Johar) ପ୍ରଡକ୍ସନ୍‌ କମ୍ପାନୀର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି ଏନ୍‌.ସି.ବି. ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ (Sushant Singh Rajput) ସନ୍ଦେହଜନକ ମୃତ୍ୟୁ ଓ ଡ୍ରଗସ ଲିଙ୍କ (Bollywood drugs link) ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତନାଘନା ଜାରି ରଖିଛି । ଅଭିନେତ୍ରୀ ଦୀପିକା ପାଦୁକନ ଓ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ (Karishma Prakash) ମୁହାଁମୁହିଁ ଜେରା କରିଛି ଏନସିବି । ଡ୍ରଗସ କାହା ପାଇଁ ମଗାଉଥିଲେ ଓ କିଏ ଯୋଗାଉଥିଲା ଡ୍ରଗସ, ଡ୍ରଗସ ନିଜେ ନେଉଥିଲେ ନାଁ ଆଉ କାହା ପାଇଁ ମଗାଉଥିଲେ ସେ ନେଇ ଦୀପିକାଙ୍କ ସହ ପଚରାଉଚରା କରିଛନ୍ତି ଏନସିବିର ପାଞ୍ଚଜଣିଆ ଟିମ୍‌ ।

ସକାଳ ପ୍ରାୟ ସାଢ଼େ ୧୦ଟାରେ ଏନସିବି ଅଫିସରେ ପହଞ୍ଚିଥିଲେ ଦୀପିକା ପାଦୁକୋନ । ଏହା ପରେ ତାଙ୍କ ମ୍ୟାନେଜର କରିଶ୍ମା ମଧ୍ୟ ପହଞ୍ଚିଥିଲେ । ଉଭୟଙ୍କୁ ସାମନା ସାମନି ବସାଇ ଜେରା କରାଯାଇଛି । ଦୀପିକା ଓ କରିଶ୍ମାଙ୍କର ଏକ ହ୍ବାଟସ ଆପ ଚାଟ୍ (WhatsApp chat) ଏନସିବି ଅଧିକାରୀଙ୍କ ହାତରେ ଲାଗିଥିଲା । ୨୦୧୭ର ଏହି ହ୍ବାଟସ ଆପ ଚାଟରେ ଡ୍ରଗସ୍ ଅଛି କି ନାହିଁ ବୋଲି କରିଶ୍ମାଙ୍କୁ ପଚାରିଥିଲେ ଦୀପିକା ।

'ପଦ୍ମାବତ' ଫିଲ୍ମର ସୁଟିଂ ପରେ କୋକୋ ରେଷ୍ଟୁରାଣ୍ଟରେ ହୋଇଥିଲା ଦୀପିକାଙ୍କ ଡ୍ରଗ୍ସ ପାର୍ଟି ।


ମିଳିଥିବା ସୂଚନା ଅନୁସାରେ କରିଶ୍ମା ଦେଇଥିବା ବୟାନ ସହ ଦୀପିକାଙ୍କ ବୟାନକୁ ନେଇ ଏନସିବି ଅଧିକାରୀ ଛାନଭିନ କରୁଛନ୍ତି । ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଡ୍ରଗ୍ସ କାରବାର ନେଇ ଗଢ଼ା ହୋଇଥିବା ହ୍ବାଟସଆପ୍ ଗ୍ରୁପର ଆଡମିନ ଥିଲେ ନିଜେ ଦୀପିକା । ଦୀର୍ଘ ସାଢ଼େ ପାଞ୍ଚ ଘଣ୍ଟା ଧରି ଦୀପିକାଙ୍କୁ ମାରାଥନ ଜେରା କରିବା ପରେ ଛାଡ଼ିଛି ଏନସିବି ।

ସୂତ୍ରଙ୍କ ଅନୁସାରେ ଦୀପିକାଙ୍କର ଏକ ବଡ଼ ସ୍ୱୀକାରୋକ୍ତି ସାମ୍ନାକୁ ଆସିଛି । ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ନେଇ ଚାଟ୍‌ କରିଥିବା କଥା ମାନିଛନ୍ତି ଦୀପିକା । ୨୦୧୭ରେ 'ହ୍ୟାଶ୍‌' ଯୋଗାଇ ଦେବାକୁ ସେ କରିଶ୍ମାଙ୍କୁ କହିଥିଲେ ବୋଲି ସ୍ବୀକାର କରିଛନ୍ତି । କୋକୋ ରେଷ୍ଟୁରାଣ୍ଟରେ ଏହା ପହଞ୍ଚାଇବାକୁ କହିଥିଲେ ସେ । 'ପଦ୍ମାବତ' ଫିଲ୍ମର ସୁଟିଂ ପରେ କୋକୋ ରେଷ୍ଟୁରାଣ୍ଟରେ ହୋଇଥିଲା ଏହି ଡ୍ରଗ୍ସ ପାର୍ଟି ।

ସାରା ଅଲି ଖାନ୍‌ NCBର ଜେରା ପାଇଁ ଆସି ପହଞ୍ଚୁଛନ୍ତି ।


ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ (Sara Ali Khan) ଜେରା ପାଇଁ ଦିନ ୧ଟା ସମୟରେ ଏନ୍‌.ସି.ବି. କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ୧୨.୩୦ରେ ଜେରା ପାଇଁ ଡକା ଯାଇଥିଲା। ତାହା ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଏନ୍‌.ସି.ବି. ଜେରା ପାଇଁ ୧୧.୪୫ରେ ଡାକିଥିଲା। ସେ ମଧ୍ୟ ଜେରା ଲାଗି ସମୟରେ ପହଞ୍ଚି ଥିଲେ।

ଶ୍ରଦ୍ଧା ଡ୍ରଗ୍ସ ସେବନ କରୁଥିବା କଥା ମନା କରି ଦେଇଛନ୍ତି । ଏନ୍‌.ସି.ବି. ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହେଁ ବୋଲି ଜାଣିବାକୁ ମିଳିଛି । ସୁଶାନ୍ତ ସିଂହ ରାଜପୁତ ସୁଟିଂ ସେଟରେ ଡ୍ରଗସ ନେଉଥିବା ସେ ଦେଖିଛନ୍ତି ବୋଲି ପଚରାଉଚରା ବେଳେ କହିଛନ୍ତି ଶ୍ରଦ୍ଧା । ‘କେଦାରନାଥ’ ଫିଲ୍ମର ସୁଟିଂ ସେଟରେ ସୁଶାନ୍ତ ସିଂହ ଡ୍ରଗ୍ସ ନେଉଥିଲେ ବୋଲି କହିଛନ୍ତି ସାରା ଅଲ୍ଲୀ ଖାନ୍ ।

ଏହା ବି ପଢ଼ନ୍ତୁ ରାଖୀ ସାନ୍ତ ଚର୍ଚ୍ଚାରେ! ପାକିସ୍ତାନ ପତାକା ସହ ପୋଜ୍ ଦେଇଥିବା ଫଟୋ ପାଇଁ ପୁଣି ବିତର୍କରେ

ଏହା ବି ପଢ଼ନ୍ତୁ CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡ଼ି ହୋଇଥିବା ବଲିଉଡ୍ ଡ୍ରଗ୍ସ କାରବାର ନେଇ  ତଦନ୍ତ ଏବେ ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି । ଏହି ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରନ୍ ଜୋହରଙ୍କର ଧର୍ମା ପ୍ରଡକ୍ସନର (Dharma Productions) ପୂର୍ବତନ କର୍ମଚାରୀ କ୍ଷିତିଜ୍ ପ୍ରସାଦଙ୍କୁ ଗିରଫ କରିଛି । ଏନ୍‌ସିବି ତାଙ୍କୁ ସମନ ଜାରି କରି ଗୁରୁବାର ଜେରା ପାଇଁ ଡାକିଥିବା ବେଳେ ଶୁକ୍ରବାର ଗିରଫ କରିଛି ।



ଏନ୍‌ସିବି ଏହି ଡ୍ରଗ୍ସ ମାମଲାର ତଦନ୍ତ ସମୟରେ କ୍ଷିତିଜଙ୍କ ଘରୁ ଖୁବ୍ କମ୍ ପରିମାଣ ଗଞ୍ଜେଇ ଜବତ କରିଥିଲା । ଏନସିବି ଅଧିକାରୀଙ୍କ ଅନୁଯାୟୀ କ୍ଷିତିଜ୍‌ ଏକାଧିକ ବାର ଡ୍ରଗ୍ସ ଯୋଗାଡ଼ କରି  ବ୍ୟବହାର ଲାଗି ଅନ୍ୟମାନଙ୍କୁ ପହଞ୍ଚାଇଥିଲେ ।
Published by: Anand Shankar Thankur Das
First published: September 26, 2020, 10:36 PM IST
corona virus btn
corona virus btn
Loading