୨୭ ବର୍ଷ ପରେ ୩୦ ସେପ୍ଟେମ୍ବରରେ ଆସିବ ବାବରୀ ମସଜିଦ ଧ୍ୱଂସ ମାମଲାର ରାୟ

ବାବରୀ ମସଜିଦ ଧ୍ୱଂସ ମାମଲାରେ (Babari Demolition Case) ସୁପ୍ରିମ କୋର୍ଟ ପ୍ରତ୍ୟେକ କ୍ଷେତ୍ରରେ ୩୦ ସେପ୍ଟେମ୍ବର ସୁଦ୍ଧା ନିଜ ରାୟ ଶୁଣାଇବାକୁ ନିର୍ଦ୍ଦେଶ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ଦେଇଛନ୍ତି ।

୨୭ ବର୍ଷ ପରେ ୩୦ ସେପ୍ଟେମ୍ବରରେ ଆସିବ ବାବରୀ ମସଜିଦ ଧ୍ୱଂସ ମାମଲାର ରାୟ
ବିଧ୍ୱଂସ ପୂର୍ବର ବାବରୀ ମସଜିଦ (ଫାଇଲ ଫଟୋ)
  • News18 Odia
  • Last Updated: September 16, 2020, 4:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ (Ayodhya) ୧୯୯୨ ମସିହାରେ ହୋଇଥିବା ବାବରୀ ମସଜିଦ ଧ୍ୱଂସ (Babri Masjid Demolition Case) ମାମଲାରେ ୨୭ ବର୍ଷ ପରେ ସିବିଆଇ କୋର୍ଟ ଏହାର ରାୟ ପ୍ରଦାନ କରିବେ । ଏହି ମାମଲାରେ ପୂର୍ବତନ ଉପ ପ୍ରଧାନ ମନ୍ତ୍ରୀ ତଥା ପୂର୍ବ ଗୃହ ମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ପୂର୍ବତନ ରାଜ୍ୟପାଳ ତଥା ପୂର୍ବ ୟୁପି ସିଏମ କଲ୍ୟାଣ ସିଂ, ବିଜେପି ନେତା ବିନୟ କଟିୟାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ସିଏମ ଉମା ଭାରତୀ ଅଭିଯୁକ୍ତ ହୋଇଛନ୍ତି । ଏହି ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଥିଲା ଓ ଯେଉଁଥିରୁ ୧୭ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

ମଙ୍ଗଳବାର ଦିନ ସିବିଆଇ ସ୍ପେଶାଲ କୋର୍ଟରେ ପ୍ରତିରକ୍ଷା ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମୌଖିକ ବିତର୍କ ସମାପ୍ତ ହୋଇଛି । ବର୍ତ୍ତମାନ ସିବିଆଇର ସ୍ୱତନ୍ତ୍ର କୋର୍ଟଙ୍କୁ ଏହି ମାମଲାରେ ୩୦ ସେପ୍ଟେମ୍ବର ସୁଦ୍ଧା ଏହାର ରାୟ ଦେବାକୁ ପଡିବ । ୨ ସେପ୍ଟେମ୍ବରରୁ କୋର୍ଟ ଏହାର ରାୟ ଲେଖିବା ଆରମ୍ଭ କରିବ । ସ୍ୱତନ୍ତ୍ର ଜଜ୍ ସୁରେନ୍ଦ୍ର କୁମାର ଯାଦବ ନିର୍ଦ୍ଦେଶ ଦେଇଛନ୍ତି ଏହି ରାୟ ଲେଖିବା ପାଇଁ ତାଙ୍କ ସମ୍ମୁଖରେ କାଗଜପତ୍ର ଉପସ୍ଥାପନ କରାଯାଉ ।

୬ ଡିସେମ୍ବର ୧୯୯୨ ରେ ବିବାଦୀୟ ଢାଞ୍ଚା ଭଙ୍ଗା ଯାଇଥିଲା
୬ ଡିସେମ୍ବର ୧୯୯୨ ରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେରେ ସମୁଦାୟ ୪୯ ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା । ଗୋଟିଏ ଏଫଆଇଆର ଫୌଜାବାଦର ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଏଏସଓ ପ୍ରିୟବନ୍ଦା ନାଥ ଶୁକ୍ଲା ଓ ଅନ୍ୟଟି ଏସଆଇ ଗଙ୍ଗା ପ୍ରସାଦ ତିୱାରୀଙ୍କ ନିକଟରେ ଦାଖଲ କରାଯାଇଥିଲା । ଅବଶିଷ୍ଟ ୪୭ଟି ଏଫ୍ଆଇଆର୍ ବିଭିନ୍ନ ସାମ୍ବାଦିକ ଓ ଫଟୋଗ୍ରାଫରଙ୍କ ଦ୍ୱାରା ବିଭିନ୍ନ ତାରିଖରେ ଦାଖଲ କରାଯାଇଥିଲା । ୫ ଅକ୍ଟୋବର ୧୯୯୩ ମସିହାରେ ସିବିଆଇର ଯାଞ୍ଚ ପରେ ଏହି ମାମଲାରେ ମୋଟ ୪୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଏଥିମଧ୍ୟରୁ ୧୭ ଜଣଙ୍କର କୋର୍ଟରେ ମାମଲା ଚାଲୁଥିବା ସମୟରେ ମୃତ୍ୟୁ ହୋଇସାରିଛି ।

ଏହାପୂର୍ବରୁ ମଙ୍ଗଳବାର ଦିନ ବରିଷ୍ଠ ଆଡଭୋକେଟ ମ୍ରିଦୁଲ ରାକେଶ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ଥିବାବେଳେ ବରିଷ୍ଠ ପରାମର୍ଶଦାତା ଆଇ.ବି ସିଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ମହକିଲ ଆର.ଏନ୍ ଶ୍ରୀବାସ୍ତବଙ୍କ ତରଫରୁ ମୌଖିକ ଯୁକ୍ତି ଦର୍ଶାଇଥିଲେ । ଅନ୍ୟପକ୍ଷରେ ଦିଲ୍ଲୀର ଓକିଲ ମହିପାଲ ଅହଲୁୱାଲିଆ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ ଓ ମୁରଲି ମନୋହର ଯୋଶୀଙ୍କ ପକ୍ଷରୁ ମଧ୍ୟ ମୌଖିକ ଯୁକ୍ତି କରିଥିଲେ । କୋର୍ଟରେ ଓକିଲ ଭିମଲ କୁମାର ଶ୍ରୀବାସ୍ତବ, ଅଭିଷେକ ରଂଜନ ଓ କେ.କେ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଓକିଲ ପି ଚକ୍ରବର୍ତ୍ତୀ, ଲଲିତ କୁମାର ସିଂ ଓ ଆର.କେ ଯାଦବ ସେମାନଙ୍କ ଯୁକ୍ତି ରଖିଥିଲେ।
Published by: Jagdish Barik
First published: September 16, 2020, 4:02 PM IST
corona virus btn
corona virus btn
Loading