ଦିଲ୍ଲୀ ହିଂସା: ମୃତକଙ୍କ ସଂଖ୍ୟା ୩୪ ପହଞ୍ଚିଲା; ବାହାର ଲୋକଙ୍କ ଭୂମିକା ଉପରେ ପୋଲିସର ନଜର

ତିନି ଦିନ ଧରି ଚ଼ାଲିଥିବା ଏହି ହିଂସାକାଣ୍ଡକୁ ବନ୍ଦ କରିବା ପାଇଁ ରାଷ୍ଟ୍ରୀୟ ରାଜଧାନୀର ଉତ୍ତରପୂର୍ବ ଅଞ୍ଚଳରେ ସୁରକ୍ଷା ବଳ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରଥମ ପ୍ରତିକ୍ରିୟାରେ ଶାନ୍ତି ଓ ଭାଇଚାରା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଦିଲ୍ଲୀ ହିଂସା: ମୃତକଙ୍କ ସଂଖ୍ୟା ୩୪ ପହଞ୍ଚିଲା; ବାହାର ଲୋକଙ୍କ ଭୂମିକା ଉପରେ ପୋଲିସର ନଜର
ବୁଧବାର ଦିନ ଦଙ୍ଗା ଶାନ୍ତ ହେବା ପରେ ଜଣେ ବର ନିଜ ପରିଜନଙ୍କ ସହ ବିବାହ ପାଇଁ ଯାଉଛି ।
  • News18 Odia
  • Last Updated: February 27, 2020, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀରେ ତିନି ଦିନ ଧରି ଚ଼ାଲିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଦିଲ୍ଲୀର ଦଙ୍ଗାଗ୍ରସ୍ତ ଅଞ୍ଚଳଗୁଡ଼ିକରେ ସ୍ଥିତି ଶାନ୍ତ ପଡ଼ିବା ପରେ କେତେକ ସ୍ଥାନରେ କାଲି ହିଂସା ହୋଇଥିବାର ସୂଚନା ମିଳିଥିଲା । କିଛି ଦୋକାନରେ ନିଆଁ ଲଗାଯାଇଥିଲା ଓ ଚ଼ାନ୍ଦବାଗରେ ଏକ ନାଳରେ (ଡ୍ରେନ୍) ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) କର୍ମଚାରୀଙ୍କ ମୃତ ଦେହ ମିଳିଥିଲା ।

ଏହି ହିଂସାରେ ସାମିଲ ଥିବା ଆରୋପରେ ୧୦୬ ଜଣଙ୍କୁ ଗିରଫ କରାଯାଇଛି ଓ ୧୮ ଜଣଙ୍କ ନାମରେ ଏତଲା ଜାରି କରାଯାଇଛି ବୋଲି ଦିଲ୍ଲୀ ପୋଲିସ ସୂଚ଼ନା ଦେଇଛି ।

‘‘ବୁଧବାର କୌଣସି ଅସୁବିଧା ଜନକ ଘଟଣାର ସୂଚନା ମିଳି ନ ଥିଲା ଓ ଉତ୍ତରପୂର୍ବ ଦିଲ୍ଲୀରୁ ପିସିଆର କଲ୍‌ ଆସିବା ମଧ୍ୟ କମିଯାଇଥିଲା,’’ କହିଛନ୍ତି ଆଡ଼ିସନାଲ କମିସନର ଅଫ ପୋଲିସ ମନଦିପ ସିଂ ରଣଧାୱା । ଲୋକମାନଙ୍କୁ ବିପଦରୁ ରକ୍ଷା କରିବା ଓ ହିଂସା ସମ୍ବନ୍ଧରେ ଆବଶ୍ୟକୀୟ ତଥ୍ୟ ଦେବାପାଇଁ ପୋଲିସ ତରଫରୁ ଦୁଇଟି ହେଲ୍ପଲାଇନ ନମ୍ବର (୦୧୧-୨୨୮୨୯୩୩୪ ଓ ୨୨୮୨୯୩୩୫) ଜାରି କରାଯାଇଛି । ଲୋକେ ୧୧୨ ନମ୍ବରରେ ମଧ୍ୟ ସମ୍ପୁର୍ଣ୍ଣ ତଥ୍ୟ ଦେଇପାରିବେ ।

ଯେଉଁ ଉପଦ୍ରବୀମାନେ ସମସ୍ୟା ସୃଷ୍ଟି କରିଥିଲେ ସେମାନଙ୍କର ଚ଼ିହ୍ନଟ କରାଯାଉଛି ଏବଂ CCTV ଫୁଟେଜରେ ଶକ୍ତ ପ୍ରମାଣ ରହିଛି ବୋଲି କହିଛନ୍ତି ରଣଧାୱା ।

ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡକୁ ବନ୍ଦ କରିବା ପାଇଁ ରାଷ୍ଟ୍ରୀୟ ରାଜଧାନୀର ଉତ୍ତରପୂର୍ବ ଅଞ୍ଚଳରେ ସୁରକ୍ଷା ବଳ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରଥମ ପ୍ରତିକ୍ରିୟାରେ ଶାନ୍ତି ଓ ଭାଇଚାରା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

‘‘ମୁଁ ଦିଲ୍ଲୀର ବିଭିନ୍ନ ସ୍ଥାନର ସ୍ଥିତି ଉପରେ ବ୍ୟାପକ ସମୀକ୍ଷା କରିଛି । ପୋଲିସ ଓ ଅନ୍ୟ ସଂସ୍ଥାମାନେ ଶାନ୍ତି ଓ ଶୃଙ୍ଖଳାର ଫେରାଇଆଣିବା ପାଇଁ ସ୍ଥଳ ଉପରେ କାମ କରୁଛନ୍ତି,’’ ଏକ ଟ୍ୱିଟରେ କହିଛନ୍ତି ମୋଦି । ଶାନ୍ତି ବହୁତ ଶୀଘ୍ର ଫେରାଇ ଆଣିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ବୁଧବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡ଼ୋବାଲ ବିଭିନ୍ନ ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ‘‘ଯେହା ହୋଇଛି ହୋଇଛି । ଇନଶାଲ୍ଲା ଏଠିକି ସମ୍ପୁର୍ଣ୍ଣଭାବେ ଶାନ୍ତି ଫେରିଆସିବ,’’ ସେ କହିଥିଲେ ।

ଡ଼ୋବାଲ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କମିସନର ଅମୁଲ୍ୟ ପଟ୍ଟନାୟକ ଓ ନୂତନ ଭାବେ ନିଯୁକ୍ତି ହୋଇଥିବା ସ୍ପେସିଆଲ ସିପି ଏସ୍ ଏନ୍ ଶ୍ରୀବାସ୍ତବଙ୍କ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ସବୁ ଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ଶିବ ବିହାରରେ ପୋଲିସ ଓ ପାରାମିଲିଟାରି ଜବାନଙ୍କୁ ମୁତୟନ କରାଯାଇଥିଲା ।
First published: February 27, 2020, 1:18 PM IST
corona virus btn
corona virus btn
Loading