News 18 Odia Digital
ନୂଆଦିଲ୍ଲୀ: ସୋମବାର ମଧ୍ୟପ୍ରଦେଶର ନରସିଂହପୁରରୁ ଏକ ଦୁଃଖଦ ଖବର ଆସିଛି । ମହନ୍ତ କନକ ବିହାରୀ ମହାରାଜ ବାରମାନ-ସାଗରୀ ଜାତୀୟ ରାଜପଥ ୪୪ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ କାର (car) ଡିଭାଇଡର୍ ସହ ଧକ୍କା ହୋଇ ଓଲଟି ପଡିଥିଲା ଓ ମହାରାଜଙ୍କ ସମେତ ଦୁଇ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପୋଲିସ (police) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ମହନ୍ତ କନକ ବିହାରୀ ଦାସ ମହାରାଜ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟିରୁ ଅଧିକ ଟଙ୍କା ଦାନ କରି ଚର୍ଚ୍ଚାର ବିଷୟ ପାଲଟିଥିଲେ। ରଘୁବଂଶ ଶିରୋମାନି ୧୦୦୮ ଭାବରେ ଜଣାଶୁଣା କନକ ବିହାରୀ ଦାସ ମହାରାଜ ମଧ୍ୟ ରଘୁବଂଶୀ ସମ୍ପ୍ରଦାୟର ଜାତୀୟ ସାଧୁ ଭାବରେ ପରିଚିତ ଥିଲେ । ମହାରାଜଙ୍କ ଆଶ୍ରମ ମଧ୍ୟପ୍ରଦେଶର ଛିଣ୍ଡୱାରା ଜିଲ୍ଲାର ନୋନିରେ ଥିଲା। କନକ ମହାରାଜ ୟୁପି (Uttar Pradesh )ର ପ୍ରୟାଗରୁ ଛିଣ୍ଡୱାରାକୁ ଫେରୁଥିଲେ। ଏହି ସମୟରେ ବାରମାନ-ସାଗରି ଜାତୀୟ ରାଜପଥ-୪୪ରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଜ କନକ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଯଜ୍ଞ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ।
ରଘୁବଂଶୀ ସମାଜର ନରସିଂହପୁର ଜିଲ୍ଲା ସଭାପତି ରାଜକୁମାର ରଘୁବଂଶୀ କହିଛନ୍ତି, ମହନ୍ତ କନକ ମହାରାଜ ରାମ ମନ୍ଦିର ପାଇଁ ୧ କୋଟି ଟଙ୍କା ଦାନ (donate) କରିଥିଲେ। ଏହା ବ୍ୟତୀତ, ଫେବୃଆରୀ ୧୦,୨୦୨୪ ରୁ ମହାରାଜ ଅଯୋଧ୍ୟାରେ ୯ କୁଣ୍ଡିୟ ଯଜ୍ଞ କରିବାକୁ ଯାଉଥିଲେ। ସେହି ପ୍ରସ୍ତୁତି ପାଇଁ ସେ ରଘୁବଂଶୀ ସମାଜର ସମସ୍ତ ଗାଁକୁ ଯାଉଥିଲେ।
ସୋମବାର ଦିନ ସେ ଛିଣ୍ଡୱାରା ଯାଉଥିବାବେଳେ ଗୁନା ଜିଲ୍ଲା ନିକଟରେ ମୋଟରସାଇକେଲକୁ ବଞ୍ଚାଇବା ଯାଇ ତାଙ୍କ କାର ଡିଭାଇଡର ସହ ଧକ୍କା ହୋଇଥିଲା, ଯେଉଁଥିରେ ସେ ପ୍ରାଣ ହରାଇଛନ୍ତି। ମହାରାଜଙ୍କ ସହ କାରରେ ଯାତ୍ରା କରୁଥିବା ଛିଣ୍ଡୱାରାର ବିଶ୍ରାମ ରଘୁବଂଶୀଙ୍କର ମଧ୍ୟ ଦେହାନ୍ତ ହୋଇଛି। ଏକ ସମୟରେ ଅନ୍ୟ ଜଣେ ଶିଷ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଏହି ତିନି ଜଣଙ୍କର ଅକାଳ ମୃତ୍ୟୁ କାରଣରୁ ସମାଜ ତଥା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟ ହୋଇଛି ।
ସାଧୁମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତିବାରମାନରେ ଅବସ୍ଥିତ ରାମମନ୍ଦିର ମହନ୍ତ ସୀତାରାମ ଦାସ ମହାରାଜ କହିଛନ୍ତି ଯେ, ମହନ୍ତ କନକ ବିହାରୀ ମହାରାଜ ସମାଜର ଜଣେ ମହାନ ସାଧୁ ଥିଲେ। ତାଙ୍କ ବିୟୋଗ ସାଧୁ ସମାଜ ପାଇଁ ଏକ ବଡ଼ କ୍ଷତି । ସେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଯଜ୍ଞ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । କିନ୍ତୁ ଏକ ସଡକ ଦୁର୍ଘଟଣାରେ ସେ ସମୟର ଜାଲରେ ଫସିଗଲେ।
ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିରର ନିର୍ମାଣ କାର୍ଯ୍ୟ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଦ୍ୱାରା କରାଯାଉଛି। ରାମ ମନ୍ଦିର ପାଇଁ ଭୂମି ପୂଜନ ଅଗଷ୍ଟ ୨୦୨୦ ରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରିୟ ସ୍ବୟଂମସେବକ ସଂଗଠନର ମୁଖ୍ୟ ମୋହନରାଓ ଭାଗବତ ଅଂଶଗ୍ରହଣ କରିଥିଲେ।
ଏହି ଖବର ପଢ଼ନ୍ତୁ -
Karnataka politics: ବିଜେପି ଛାଡ଼ି କଂଗ୍ରେସର ହାତ ଧରିଲେ ଜଗଦୀଶ ସେଟ୍ଟାରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।