Bus Accident: ଭୟଙ୍କର ସଡ଼କ ଦୁର୍ଘଟଣା, ପୋଲରୁ ୨୦ ଫୁଟ ତଳକୁ ଖସିଲା ବସ୍; ୧୫ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା, ପୋଲରୁ ୨୦ ଫୁଟ ତଳକୁ ଖସିଲା ବସ୍; ୧୫ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା, ପୋଲରୁ ୨୦ ଫୁଟ ତଳକୁ ଖସିଲା ବସ୍; ୧୫ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା, ପୋଲରୁ ୨୦ ଫୁଟ ତଳକୁ ଖସିଲା ବସ୍; ୧୫ ମୃତ

  • News18 Odia
  • Last Updated :
  • Madhya Pradesh, India
  • Share this:
News18 Odia Digital

ମଧ୍ୟପ୍ରଦେଶ ଖରଗୋନରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସରେ ୪୦ଜଣ ଯାତ୍ରୀ ଥିଲେ । ଡୋଙ୍ଗରଗାଁଓରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି । ୨୦ ଫୁଟ ତଳକୁ ଖସି ପଡ଼ିଲା ବସ୍ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ସେହିପରି ଗୁରୁତରଙ୍କୁ ୫୦ହଜାର ଲେଖାଏଁ ଏବଂ ଆହତଙ୍କୁ ୨୫ହଜାର ଲେଖାଏଁ ସହାୟତା ଘୋଷଣା କରାଯାଇଛି ।

ସୂଚନା ଅନୁସାରେ ଶାରଦା ଟ୍ରାଭେଲ୍ସର ଏହି ବସ୍‌ଟି ଖୋରଗୋନ୍‌ରୁ ଇନ୍ଦୋର ଯାଉଥିଲା । ବସ୍‌ ନଦୀ ଉପରେ ହୋଇଥିବା ପୋଲ ଉପର ଦେଇ ଯାଉଥିବା ବେଳେ ହଠାତ ବସ୍‌ଟି ବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା । ଭୟଙ୍କର ଶବ୍ଦ ଶୁଣି ଆଖପାଖ ଲୋକ ଧାଇଁ ଆସିଥିଲେ । ଏଥିରେ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ଅଛନ୍ତି । ତେବେ କେଉଁ ପରିସ୍ଥିତିରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେଲା ଏଯାଏ ଜଣା ପଡ଼ିନି ।
Published by:nihar panda
First published: