ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆଫଗାନିସ୍ତାନରେ ତାଲିବାନର ୨ ବରିଷ୍ଠ ନେତା ନିଖୋଜ; ସାମ୍ନାକୁ ଆସିଲା ଅନେକ କଳ୍ପନା ଜଳ୍ପନା

ଆଫଗାନିସ୍ତାନରେ ତାଲିବାନର ୨ ବରିଷ୍ଠ ନେତା ନିଖୋଜ; ସାମ୍ନାକୁ ଆସିଲା ଅନେକ କଳ୍ପନା ଜଳ୍ପନା

Taliban in Afghanistan: ତାଲିବାନର ସୁପ୍ରିମ ଲିଡର ହୈବତୁଲ୍ଲା ଅଖୁନ୍ଦଜାଦା ଓ ବର୍ତ୍ତମାନ ସରକାରର ଡେପୁଟି ପିଏମ ମୁଲ୍ଲା ଅବ୍ଦୁଲ ଗନି ବରାଦରଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ଏହି ଦୁଇ ଜଣ ଗାଏବ ହେବା କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଫଗାନିସ୍ତାନରେ ତାଲିବାନର ୨ ବରିଷ୍ଠ ନେତା ନିଖୋଜ; ସାମ୍ନାକୁ ଆସିଲା ଅନେକ କଳ୍ପନା ଜଳ୍ପନା
ଆଫଗାନିସ୍ତାନରେ ତାଲିବାନର ୨ ବରିଷ୍ଠ ନେତା ନିଖୋଜ
  • News18 Odia
  • Last Updated: September 15, 2021, 9:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ବର୍ତ୍ତମାନ ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପ୍ରଧାନ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ପଦବୀରେ ମଧ୍ୟ ନିଯୁକ୍ତି ଦିଆଯାଇଛି । ହେଲେ ତାଲିବାନର ଦୁଇ ବରିଷ୍ଠ ନେତାଙ୍କ 'ନିଖୋଜ' ନେଇ କଳ୍ପନା ଜଳ୍ପନା ତୀବ୍ର ହୋଇଛି । ବାସ୍ତବରେ ତାଲିବାନର ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା (Mullah Haibatullah Akhundzada) ଓ ବର୍ତ୍ତମାନର ସରକାରରେ ଡେପୁଟି ପ୍ରଧାନ ମନ୍ତ୍ରୀ ମୁଲ୍ଲା ଅବଦୁଲ ଗାନି ବରାଦର (Mullah Abdul Ghani Baradar) ସର୍ବସାଧାରଣରେ ଦୃଶ୍ୟମାନ ହୋଇନାହାଁନ୍ତି ।

ତାଲିବାନ କାବୁଲକୁ କବଜା କରିବା ପରଠାରୁ ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦାଙ୍କୁ ଦେଖିବାକୁ ମିଳିନାହିଁ । ତେବେ ନୂଆ ସରକାର ଘୋଷଣା ପରେ ଅଖୁନ୍ଦଜାଦାଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଥିଲା । ତାଲିବାନ ତରଫରୁ ଏହା ମଧ୍ୟ କୁହାଯାଇଥିଲା ଯେ ଖୁବ ଶୀଘ୍ର ଅଖୁନ୍ଦଜାଦା ସର୍ବସାଧାରଣରେ ଉପସ୍ଥିତ ହେବେ । କିନ୍ତୁ ଏ ପର୍ଯ୍ୟନ୍ତ ଏହା ହୋଇନାହିଁ । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ । ଅଖୁନ୍ଦଜାଦା ଆଜି ପର୍ଯ୍ୟନ୍ତ ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି ଓ ଏ ପର୍ଯ୍ୟନ୍ତ କେବଳ ତାଙ୍କର ଫଟୋ ଦେଖିବାକୁ ମିଳିଛି ।

କେଉଁଠାରେ ଅଛନ୍ତି ବରାଦର?

ଏହା ବ୍ୟତୀତ ତାଲିବାନ ସରକାରରେ ଡେପୁଟି ପ୍ରଧାନ ମନ୍ତ୍ରୀ ମୁଲ୍ଲା ଗନି ବରାଦରଙ୍କ ବିଷୟରେ ଗୁଜବ ମଧ୍ୟ ରହିଛି ଯେ ତାଙ୍କୁ ହତ୍ୟା କରାଯାଇଛି କିମ୍ବା ଗୁରୁତର ଆହତ କରାଯାଇଛି । କିଛି ଦିନ ପୂର୍ବରୁ ବରାଦର ଓ ହକ୍କାନି ଦଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାର ଖବର ସାମ୍ନାକୁ ଆସିଥିଲା । ପଞ୍ଜଶିର ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ହେତୁ ଏହି ସଂଘର୍ଷ ଘଟିଥଲା ବୋଲି କୁହାଯାଇଥିଲା । ତାଲିବାନ କିନ୍ତୁ ଏଭଳି ରିପୋର୍ଟକୁ ତୀବ୍ର ଅସ୍ୱୀକାର କରିଛି । ଏଥି ସହିତ ମୁଲ୍ଲା ବରାଦର ମଧ୍ୟ ଏକ ଅଡିଓ ମେସେଜ ଦେଇ ନିଜକୁ ଫିଟ୍ ଘୋଷଣା କରିଛନ୍ତି ।

ସନ୍ଦେହରେ ବରାଦରଙ୍କ ଅଡିଓ ବାର୍ତ୍ତା !

ସୋମବାର ତାଲିବାନ ମୁଖପାତ୍ର ମହମ୍ମଦ ନଈମଙ୍କ ଦ୍ବାରା ମୁଲ୍ଲା ଅବଦୁଲ ଗନି ବରାଦରଙ୍କ ଅଡିଓ ବାର୍ତ୍ତା ଟ୍ୱିଟରରେ ଶେୟାର କରାଯାଇଥିଲା । ବାର୍ତ୍ତାରେ ମୁଲ୍ଲା ବରାଦର କହିଛନ୍ତି ଯେ ସେ ଜୀବିତ ଓ ସୁସ୍ଥ ଅଛନ୍ତି । ହେଲେ ଦି ଗାର୍ଡିଆନର ଏକ ରିପୋର୍ଟରେ ଏହି ବାର୍ତ୍ତା ଉପରେ ପ୍ରଶ୍ନ ଉଠିଛି । ରିପୋର୍ଟରେ କୁହାଯାଇଛି ଯେ ବରାଦର ସର୍ବସାଧାରଣଙ୍କ ନିକଟରେ ନ ଆସିବା ଓ ପରେ ଭିଡିଓ ବଦଳରେ ଅଡିଓ ମେସେଜ ଦେବା ସନ୍ଦେହ ସୃଷ୍ଟି କରୁଛି ।

ତାଲିବାନର ମୁଖପାତ୍ର କ’ଣ କହୁଛନ୍ତି?

ନ୍ୟୁଜ୍ ୧୮ ସହିତ ଏକ ବାର୍ତ୍ତାଳାପରେ ମଧ୍ୟ ତାଲିବାନ ମୁଖ ପାତ୍ର ସୁହେଲ ଶାହିନ୍ କହିଛନ୍ତି ଯେ ବରାଦର ଫିଟ୍ ଅଛନ୍ତି । ଶାହିନଙ୍କୁ ପଚରାଯାଇଥିଲା, ମୁଲ୍ଲା ବରାଦରଙ୍କ ହତ୍ୟାକୁ ନେଇ ଅନେକ ଗୁଜବ ରହିଛି । ଖ୍ୟାତିସମ୍ପନ୍ନ ଚ୍ୟାନେଲ ଦ୍ୱାରା ଭିଡିଓ ଓ ସ୍କ୍ରିନସଟ୍ ପୋଷ୍ଟ କରାଯାଉଛି । ତୁମେ ଏହା ଉପରେ କ’ଣ କହୁଛ? ଏହାର ଉତ୍ତରରେ ଶାହିନ୍ କହିଥିଲେ, ‘‘ଏହା ସବୁ ଗୁଜବ, ମୁଁ ତାଙ୍କ ସହ ଯୋଗାଯୋଗ କରିଛି ଓ ସେ ଏକ ଯାତ୍ରା କରୁଛନ୍ତି । ବରାଦର ଠିକ ଅଛନ୍ତି ଓ ମୁଁ ଏହି ସମସ୍ତ ଗୁଜବକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରୁଛି ।’’
Published by: Lipina Das
First published: September 15, 2021, 9:45 AM IST