DC Vs RCB: ଆଜି ବିରାଟ କୋହଲିଙ୍କ ପାଇଁ 'ଅଗ୍ନି ପରୀକ୍ଷା'; ଯଦି ହାରିବେ ତେବେ IPL ରୁ ବାହାରି ପାରନ୍ତି

IPL 2020: ଗତ ତିନୋଟି ମ୍ୟାଚ୍ ରେ କ୍ରମାଗତ ପରାଜୟ ବିରାଟ କୋହଲିଙ୍କୁ ହତୋତ୍ସାହିତ କରିଦେଇଛି । ସନରାଇଜର୍ସ ବିପକ୍ଷରେ ପୂର୍ବ ମ୍ୟାଚରେ ଆରସିବି ଦଳ ୨୦ ଓଭରରେ ମାତ୍ର ୧୨୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

DC Vs RCB: ଆଜି ବିରାଟ କୋହଲିଙ୍କ ପାଇଁ 'ଅଗ୍ନି ପରୀକ୍ଷା'; ଯଦି ହାରିବେ ତେବେ IPL ରୁ ବାହାରି ପାରନ୍ତି
ବିରାଟ କୋହଲି (Photo- @RCBTweets)
  • News18 Odia
  • Last Updated: November 2, 2020, 11:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଆବୁଧାବି: ଚାପରେ ରହି ବ୍ୟାଟିଂ କରିବାକୁ ଅଧିନାୟକ ବିରାଟ କୋହଲି (Virat Kohli) ବହୁତ ପସନ୍ଦ କରନ୍ତି । ଟିମ୍ ଇଣ୍ଡିଆକୁ ସେ ଅନେକ ଥର ଏହିପରି ଜଟିଳ ସମୟରୁ ବାହାର କରିଛନ୍ତି । ତେଣୁ ଆଜି ବିରାଟଙ୍କ ପୁଣି ଥରେ 'ଅଗ୍ନି ପରୀକ୍ଷା' ଦେବାକୁ ଯାଉଛନ୍ତି । ଆଇପିଏଲର ପ୍ଲେ ଅଫରେ ପହଞ୍ଚିବା ପାଇଁ ତାଙ୍କ ଦଳ ଆଜି ଦିଲ୍ଲୀ କ୍ୟାପିଟାଲକୁ (Delhi Capitals) ପରାସ୍ତ କରିବାକୁ ପଡିବ । କିନ୍ତୁ ଯଦି ସେ ହାରିଯାନ୍ତି ତେବେ ତାଙ୍କୁ ଅନ୍ୟ ଦଳର ବିଜୟ ଓ ପରାଜୟ ଉପରେ ନିର୍ଭର କରିବାକୁ ପଡିବ । ଏହି ସମୟରେ ବିରାଟ କେଉଁ ରଣନୀତି ସହିତ ପଡ଼ିଆକୁ ଓଲ୍ଲହାଇବେ ତାହା ଦେଖିବା ଅତ୍ୟନ୍ତ କୌତୁହଳ ପ୍ରଦ ହେବ ।

ପଏଣ୍ଟ ଓ ନେଟ ରନର୍ସ ମଧ୍ୟରେ ଫସି ରହିଛନ୍ତି ବିରାଟ!
ଯଦି ପଏଣ୍ଟ ଟେବୁଲକୁ ଦେଖାଯାଏ ବିରାଟଙ୍କ ଦଳ ବର୍ତ୍ତମାନ ଦୁଇ ନମ୍ବର ସ୍ଥାନରେ ଅଛି । ୧୩ଟି ମ୍ୟାଚରୁ RCB ୧୪ ପଏଣ୍ଟ ପାଇଛି । କିନ୍ତୁ ଆଉ ଦୁଇଟି ଦଳ ଦିଲ୍ଲୀ କ୍ୟାପିଟାଲ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ୧୪ ପଏଣ୍ଟରେ ଅଟକି ରହିଛନ୍ତି । ଏଭଳି ପରିସ୍ଥିତିରେ ପରାଜୟ ପରେ ପ୍ଲେ ଅଫ୍ ନିଷ୍ପତ୍ତି ନେଟ୍ ରନ୍ ରେଟ୍ ଅନୁସାରେ ହେବ । ୧୪ ପଏଣ୍ଟରେ ଫସି ରହିଥିବା ତିନିଟି ଦଳର ନେଟ୍ ରନ୍ ବର୍ତ୍ତମାନ ମାଇନସ୍ ରେ ଅଛି । ଏଭଳି ପରିସ୍ଥିତିରେ ୧୨ ପଏଣ୍ଟ ସହ ସନରାଇଜର୍ସ ହାଇଦ୍ରାବାଦ ଦଳ ଆରସିବି, କେକେଆର ଓ ଦିଲ୍ଲୀର ଧଡକନ ବଢ଼ାଇ ଦେଇଛି । ସନରାଇଜର୍ସ ନେଟ୍ ରନ୍ ରେଟ୍ (୦.୫୫୫) ପ୍ଲସ୍ ରେ ଅଛି । ଏପରି ପରିସ୍ଥିତିରେ ଯଦି ସନରାଇଜର୍ସ ଦଳ ଶେଷ ମ୍ୟାଚ୍ ଜିତେ ତେବେ ଅନ୍ୟ ଦଳର ଅସୁବିଧା ଆହୁରି ବଢ଼ିଯିବ ।

ଗତ ତିନୋଟି ମ୍ୟାଚରେ କ୍ରମାଗତ ପରାଜୟ ବିରାଟ କୋହଲିଙ୍କ ହତୋତ୍ସାହିତ କରିଦେଇଛି । ସନରାଇଜର୍ସ ବିପକ୍ଷ ଶେଷ ମ୍ୟାଚରେ ଆରସିବି ଦଳ ୨୦ ଓଭରରେ ମାତ୍ର ୧୨୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ୍ ପରେ ମ୍ୟାଚରେ ଏହା ଦେଖାଯାଉଛି ଯେ ଏହି ଦଳ ଡି ଭିଲିୟର୍ସ ଉପରେ ଅଧିକ ନିର୍ଭରଶୀଳ । ଯଦି ତାଙ୍କ ବ୍ୟାଟ୍ରୁ ରନ ବାହାରେ ତେବେ ଆରସିବି ନିଶ୍ଚିତ ଜିତିବ । ଯେତେବେଳେ ସେ ଫ୍ଲପ୍ ହୁଅନ୍ତି ସେତେବଳେ ଦଳ ମଧ୍ୟ ଫ୍ଲପ୍ ହୁଏ । ଡି ଭିଲିୟର୍ସ ନିଜେ ଦୁଇ ଦିନ ପୂର୍ବରୁ କହିଥିଲେ ଯେ ଲଗାତାର ୩ ମ୍ୟାଚ୍‌ରେ ସେ ହାରି ଦୁଖୀ ଅଛନ୍ତି ।

ଦିଲ୍ଲୀର କଷ୍ଟ
ଏହି ସମୟରେ ଦିଲ୍ଲୀ କ୍ୟାପିଟାଲ ଦଳ ମଧ୍ୟ ଫସି ଯାଇଛି । ପ୍ରାରମ୍ଭିକ ମ୍ୟାଚ୍‌ରେ ଧମାଲ ମଚାଉଥିବା ଦଳ ବର୍ତ୍ତମାନ ହାରିବରେ ଲାଗିଛି । ଏମାନଙ୍କର ଦଳର ଚୟନ ଠିକ୍ ଭାବେ ପ୍ରମାଣିତ ହୋଇପାରୁନାହିଁ । ଗତ ଚାରିଟି ମ୍ୟାଚ୍‌ରେ ଦିଲ୍ଲୀ କ୍ରମାଗତ ପରାଜୟର ସମ୍ମୁଖୀନ ହୋଇଛି । ଏଭଳି ପରିସ୍ଥିତିରେ ଏହି ଦଳ କିପରି ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ତାହା ଦେଖିବାକୁ ଆକର୍ଷଣୀୟ ହେବ ।
Published by: Jagdish Barik
First published: November 2, 2020, 11:54 AM IST
corona virus btn
corona virus btn
Loading