ଓଡିଶା ଭବନରେ ସାଧା ଖାଦ୍ୟ ଖାଇଲେ ମୁର୍ମୁ (ପ୍ରତୀକାତ୍ମକ ଛବି)
News18 Odia Digital
ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନପତ୍ର ଦାଖଲ ପାଇଁ ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚିଛନ୍ତି ଶ୍ରୀମତୀ ମୁର୍ମୁ। ଓଡ଼ିଶା ଭବନରେ ମୁର୍ମୁ ମଧ୍ୟାହ୍ନ ଭୋଜନ କରିଥିଲେ। ବିନା ପିଆଜ ଓ ରସୁଣରେ ଭୋଜନ ପ୍ରସ୍ତୁତ କରାଯାଇଥିଲା।
ଦିଲ୍ଲୀରେ ପହଞ୍ଚିବା ପରେ ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସାଉଥ୍ ବ୍ଲକ୍ସ୍ଥିତ ଅଫିସରେ ସାକ୍ଷାତ କରିଥିଲେ। ଏହା ପରେ ମୋଦି ଟ୍ୱିଟ କରି ଲେଖିଛନ୍ତି, ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମଗ୍ର ଦେଶରେ ସମର୍ଥନ ମିଳୁଛି। ସମାଜର ତୃଣମୂଳ ସ୍ତରରେ ସମସ୍ୟାକୁ ସଠିକ ଭାବେ ହୃଦୟଙ୍ଗମ କରିଥିବା ଶ୍ରୀମତୀ ମୁର୍ମୁ ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ଗୁରୁତ୍ବପୂର୍ଣ୍ଣ।
ଏହା ପରେ ସେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଅପରାହ୍ନରେ ଓଡ଼ିଶା ନିବାସରେ ପହଞ୍ଚିଥିଲେ। ବିଜେପି ସାଂସଦ ଜୁଏଲ ଓରାମ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ଭବନରେ ରହଣୀ ସମୟରେ ସେ ଭାତ, ଡାଲି, ଦହିବୁନ୍ଦି, କଲରା ଚିପ୍ସ, ଭେଣ୍ଡିଭଜା ଓ ସନ୍ତୁଳା ଥିଲା। ଓଡ଼ିଶାରୁ ଯିବା ସମୟରେ ସେ ବ୍ରହ୍ମକୁମାରୀ ଆଶ୍ରମ ଦ୍ୱାରା ପ୍ରସ୍ତୁତ ସମ୍ପୁର୍ଣ୍ଣ ନିରାମିଷ ଖାଦ୍ୟ ଖାଇଥିଲେ ଓ ସାଙ୍ଗରେ ମଧ୍ୟ ନେଇଥିଲେ।
ଅପରାହ୍ନରେ ଶ୍ରୀମତୀ ମୁର୍ମୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡ଼ୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହା ପରେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ।
ଆଇଜିଆଇ ବିମାନ ବନ୍ଦରରେ ସେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଜି. କିଷନ ରେଡ୍ଡି, ଅର୍ଜୁନ ମୁଣ୍ଡା, ଅର୍ଜୁନ ରାମ ମେଘୱାଲ, ବୀରେନ୍ଦ୍ର କୁମାର, ବିଜେପି ସାଂସଦ ମନୋଜ ତିୱାରୀ ଓ ରମେଶ ବିଦୁରୀ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।