News 18 Odia Digital
ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀଙ୍କ ଝିଅକୁ କାର୍ ବିସ୍ଫୋରଣରେ ହତ୍ୟା କରାଯାଇଛି ।ମସ୍କୋର ଅନୁସନ୍ଧାନ କମିଟି କହିଛି ଯେ ମସ୍କୋ ବାହାରେ ଏକ ରାସ୍ତାରେ ବିସ୍ଫୋରଣ ପରେ ୨୯ବର୍ଷିୟ ଡାରିଆ ଡୁଗିନଙ୍କର ମୃତ୍ୟୁ ଘଟିଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ଘଟଣାରେ ଆଲେକଜାଣ୍ଡାରଙ୍କ ପ୍ରମୁଖ ଭୂମିକା ରହିଥିଲା ।
ଆଲେକଜାଣ୍ଡାରଙ୍କୁ ଋଷରେ ‘ପୁଟିନଙ୍କ ବ୍ରେନ ବୋଲି ମଧ୍ୟ କୁହାଯାଏ । ଏହି ଘଟଣା ପଛରେ କାହାର ହାତ ଅଛି ସେନେଇ କୌଣସି ସୂଚନା ନାହିଁ । ସୂଚନା ଅନୁଯାୟୀ, ସେ କାରରେ ଆଲେକଜାଣ୍ଡାର ଯିବାର ଥିଲା, କିନ୍ତୁ ସେ ଅନ୍ୟ ଏକ କାର୍ରେ ଯାଇଥିବାରୁ ବର୍ତ୍ତି ଯାଇଥିଲେ । ଏହି ବିସ୍ଫୋରଣ ମସ୍କୋ ନିକଟସ୍ଥ ବୋଲସିୟେ ବ୍ୟାଜୋମି ଠାରେ ଘଟିଥିଲା। ୬୦ ବର୍ଷୀୟ ଆଲେକଜାଣ୍ଡାର ଡୁଗିନ୍ ଜଣେ ରାଜନେତା ଓ ବିଶେଷଜ୍ଞ। ୟୁକ୍ରେନ ଆକ୍ରମଣ ଘଟଣାରେ ତାଙ୍କୁ ମାଷ୍ଟରମାଇଣ୍ଡ ବୋଲି ମଧ୍ୟ କୁହାଯାଏ । ୨୦୧୫ରେ ଆମେରିକା ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାପରେ କ୍ରିମିଆ ଓ ୟୁକ୍ରେନ ଆକ୍ରମଣ ପରେ ଏକାଧିକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ତାଙ୍କ ଉପରେ କଟକଣା ଲଗାଇଛନ୍ତି ।
ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ପରାମର୍ଶଦାତାଙ୍କ କହିଛନ୍ତି ଯେ, "ୟୁକ୍ରେନର ଏହି ଘଟଣାରେ କୌଣସି ସମ୍ପର୍କ ନାହିଁ, କାରଣ ଆମେ ଅପରାଧୀ ରାଷ୍ଟ୍ର ନୁହଁ"। ଋଷର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଯଦି କୌଣସି ୟୁକ୍ରେନ ଲିଙ୍କ ମିଳିବ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।