ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବାପା-ମା'ଙ୍କ ଠାରୁ ଲୁଚି ଏମିତି କାମ କରୁଥିଲେ ଝିଅ; ସତ ଜାଣିବା ପରେ ଉଡ଼ିଗଲା ସମସ୍ତଙ୍କ ହୋସ୍

ବାପା-ମା'ଙ୍କ ଠାରୁ ଲୁଚି ଏମିତି କାମ କରୁଥିଲେ ଝିଅ; ସତ ଜାଣିବା ପରେ ଉଡ଼ିଗଲା ସମସ୍ତଙ୍କ ହୋସ୍

୧୯ ବର୍ଷୀୟ ଏଡିସନ୍ ସିନ୍ସ ତାଙ୍କ ଜୀବନରେ ଏପରି ନିଷ୍ପତ୍ତି ନେଇଥିଲେ, ଯାହା ତାଙ୍କର ଧାର୍ମିକ ପିତାମାତା ମଧ୍ୟ ଆଶା କରିନଥିଲେ । ଘରୁ ଦୂରରେ ରହି ସେ ଏପରି କିଛି କରୁଥିଲେ ଯାହା ତାଙ୍କ ପରିବାର ଲୋକେ ଜାଣିନଥିଲେ ।

ବାପା-ମା'ଙ୍କ ଠାରୁ ଲୁଚି ଏମିତି କାମ କରୁଥିଲେ ଝିଅ; ସତ ଜାଣିବା ପରେ ଉଡ଼ିଗଲା ସମସ୍ତଙ୍କ ହୋସ୍
ବାପା-ମା'ଙ୍କ ଠାରୁ ଲୁଚି ଏମିତି କାମ କରୁଥିଲେ ଝିଅ
  • News18 Odia
  • Last Updated: October 11, 2021, 5:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଇଚ୍ଛା ଅନୁଯାୟୀ କ୍ୟାରିୟର ବାଛି ପାରିବେ ନାହିଁ, କାରଣ ଏହା ସେମାନଙ୍କ ଘରେ ଅନୁମତିପ୍ରାପ୍ତ ନୁହେଁ । ଆମେରିକାର ଟେକ୍ସାସରେ ରହୁଥିବା ଏଡିସନ ସିନ୍ସଙ୍କ ସହ ସମାନ ଘଟଣା ଘଟିଥିଲା। ଯେତେବେଳେ ସେ ତାଙ୍କ ପରିବାରର କଳ୍ପନା ବ୍ୟତୀତ ଆଡଲ୍ଟ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ, ପରିବାର ଏପରିକି ଏ ବିଷୟରେ ଜାଣି ନଥିଲେ ।

୧୯ ବର୍ଷୀୟ ଏଡିସନ୍, ଯିଏ ଧାର୍ମିକ ସମ୍ପ୍ରଦାୟ ସହ ଜଡ଼ିତ ପରିବାରର ଥିଲେ, ତାଙ୍କ ପରିବାରଠାରୁ ପ୍ରଥମ ଅଲଗା ରହିବା ଆରମ୍ଭ କଲେ ଓ ନିଜ ପାଇଁ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ବାଛିଥିଲେ । ସେ ମଧ୍ୟ ଏହି ଜିନିଷକୁ ତିନି-ଚାରି ମାସ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ, କିନ୍ତୁ ଦିନେ ହଠାତ୍ ସମସ୍ତଙ୍କ ସାମ୍ନାରେ ତାଙ୍କ ବାସ୍ତବ କଥା ଆସିଯାଇଥିଲା ଓ ଏଡିସନଙ୍କ ପାଇଁ ଅସୁବିଧା ବଢ଼ିଯାଇଥିଲା । ତା’ର ପିତାମାତା ଝିଅର ସତ୍ୟକୁ ହଜମ କରିପାରିନଥିଲେ ।

ଘରେ ଡେଲିଭର ହୋଇଥିଲା ମାଗାଜିନ

ଯେତେବେଳେ ଏଡିସନ ଆଡଲ୍ଟ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କଲେ, ସେ ଏହି ଜିନିଷକୁ ପରିବାରଠାରୁ ତିନି-ଚାରି ମାସ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । ହେଲେ ଥରେ ଭୁଲରେ, ଏଡିସନ ତାଙ୍କ ଘର ଠିକଣାରେ ମାଗାଜିନ ମଗାଇଥିଲେ । ଏହା ଏକ ନ୍ୟୁଡ ମାଗାଜିନ ଥିଲା। ଏହା ତାଙ୍କର ପ୍ରଥମ କଭର ଫଟୋ ଥିଲା । ଯେତେବେଳେ ଏଡିସନଙ୍କ ମା' ଏହି ପାଇବା ପରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା ।

ସେ ଦେଖିଲେ ତାଙ୍କ ଝିଅର ନଗ୍ନ କଭର ଫଟୋ ଏଥିରେ ଛପା ଯାଇଛି ଓ ପୁରା ସତ୍ୟ ପରିବାର ସାମ୍ନାକୁ ଆସିଯାଇଥିଲା । ଏକ ଛୋଟ ସହରରେ ବଢୁଥିବା ଝିଅର ଏପରି ଫଟୋ ଦେଖିବା ପିତାମାତାଙ୍କୁ ଚକିତ କରିବା ଠାରୁ କମ୍ ନଥିଲା ।

ଧାର୍ମିକ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ

Mirror ରିପୋର୍ଟ ଅନୁଯାୟୀ ଯେଉଁଠାରୁ ଏଡିସନ ଆସନ୍ତି, ସେ ବହୁତ ଧାର୍ମିକ ସମ୍ପଦାୟର ଥିଲେ । ସବୁବେଳେ ଚର୍ଚ୍ଚକୁ ଯାଇ ପ୍ରତିଦିନ ରାତିରେ ରାତ୍ରୀ ଭୋଜନ କରିବା ତାଙ୍କ ଘରର ନିୟମ ଥିଲା। ତାଙ୍କୁ ଫୋନ୍ ରଖିବା, ମେକ୍ ଇନ୍ ପିନ୍ଧିବା ଓ ସାଙ୍ଗମାନଙ୍କ ସହିତ ବାହାରକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା। କିଶୋର ଅବସ୍ଥାରେ, ଏଡିସନ ସାଙ୍ଗମାନଙ୍କ ସହିତ ହ୍ୟାଙ୍ଗଆଉଟ୍ କରିବା ସହ ବାହାରକୁ ଯାଇ ଆଡଲ୍ଟ ଇଣ୍ଡଷ୍ଟ୍ରରେ ପ୍ରବେଶ କରିବାକୁ ଚିନ୍ତା କରିଥିଲେ ।

କିଛି ଦିନ ଧରି ତାଙ୍କ ପରିବାର ଓ ସମାଜ ତାଙ୍କ କ୍ୟାରିୟର ବିଷୟରେ ଅବଗତ ନଥିଲେ, କିନ୍ତୁ ପରେ ଯେତେବେଳେ ସତ୍ୟ ପଦାକୁ ଆସିଲା, ସମ୍ପର୍କୀୟମାନେ ତାଙ୍କର ସମାଲୋଚନା ଆରମ୍ଭ କରିଥିଲେ । ତାଙ୍କୁ ମଧ୍ୟ ଚର୍ଚ୍ଚରୁ ବହିଷ୍କାର କରାଗଲା । ବର୍ତ୍ତମାନ, ଏଡିସନଙ୍କ ଇନଷ୍ଟାଗ୍ରାମରେ ୪୧,୮୦୦୦ ଫଲୋଅର୍ସ ଅଛନ୍ତି । ସେ କେବଳ ମଡେଲିଂ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।
Published by: Lipina Das
First published: October 11, 2021, 5:00 PM IST