‘ଦଙ୍ଗଲ୍ ଗର୍ଲ’ ଫାତିମା ସନା ଶେଖଙ୍କ ଖୁଲାସା: ‘ମୋତେ କୁହାଗଲା ସେକ୍ସ ହିଁ କାମ ପାଇବାର ଉପାୟ’
‘‘ତୁମେ ଦୀପିକା ପାଦୁକୋନ କିମ୍ବା ଐଶ୍ୱର୍ଯ୍ୟା ରାୟଙ୍କ ପରି ଦେଖାଯାଉ ନାହଁ । ତୁମେ କେମିତି ହିରୋଇନ୍ ହେବ?’’ ଏମିତି କହି ଅନେକ ଲୋକ ତାଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ଫାତିମା ସନା ଶେଖ୍ ।

ଫାତିମା ସନା ଶେଖ୍
- News18 Odia
- Last Updated: January 7, 2021, 12:38 AM IST
ମୁମ୍ବାଇ: ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମ ‘ଦଙ୍ଗଲ୍’ରେ ସିନେମା ଜଗତରେ ପାଦ ଥାପିଥିବା ଫାତିମା ସନା ଶେଖ୍ (Fatima Sana Shaikh) ନିଜ ପ୍ରତିଭା ବଳରେ ବଲିଉଡ୍ (Bollywood) ଇଣ୍ଡଷ୍ଟ୍ରିରେ ନିଜ ପାଇଁ ସ୍ଥାନ ବନାଇଥିଲେ । ତାଙ୍କର ପ୍ରଥମ ଫିମ ବଲିଉଡର ସବୁ ଠାରୁ ସଫଳ ଫିଲ୍ମ ପ୍ରମାଣିତ ହୋଇଛି । ହେଲେ ଫାତିମା ସନା ଶେଖ୍ ନିଜ କରିୟରରେ ଅନେକ ପ୍ରତ୍ୟାଖ୍ୟାନର (rejection) ସମ୍ମୁଖୀନ ହୋଇଥିଲେ । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ଫିଲ୍ମରେ କାମ ଦେବାରୁ ନିର୍ମାତାମାନେ ମନା କରୁଥିଲେ ।
ନିର୍ମାତାମାନେ କହୁଥିଲେ ଯେ ଫାତିମା ଅଭିନେତ୍ରୀ ହେବାର ଯୋଗ୍ୟ ନୁହଁନ୍ତି କାରଣ ସେ ଦୀପିକା ପାଦୁକୋନ ଓ ଐଶ୍ୱର୍ଯ୍ୟା ରାୟଙ୍କ ପରି ଦିଶୁନାହାନ୍ତି । ତାଙ୍କୁ କାଷ୍ଟିଂ କାଉଚର (Casting Couch) ସାମ୍ନା ବି କରିବାକୁ ପଡ଼ିଥିଲା, ଯେଉଁଥି ପାଇଁ ତାଙ୍କ ହାତରୁ ଅନେକ ଥର ଫିଲ୍ମ ପ୍ରଜେକ୍ଟ ଚାଲିଯାଇଥିଲା ।
ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି’ ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’
ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା
‘‘କିନ୍ତୁ ବର୍ତ୍ତମାନ ମୋ’ ପାଇଁ ଅନେକ ସୁଯୋଗ ଅଛି । ମୋ’ ପରି ଝିଅମାନଙ୍କ ପାଇଁ ମଧ୍ୟ ଚଳଚ୍ଚିତ୍ର ନିର୍ମିତ ହେଉଛି ଯେଉଁମାନେ ସୁପରମଡେଲ୍ ପରି ଦେଖାଯାଆନ୍ତି ନାହିଁ, ବରଂ ସାଧାରଣ ଓ ହାରାହାରି ରୂପର ଝିଅ ସେମାନେ,’’ କହିଛନ୍ତି ଫାତିମା ।
ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା
ନିଜ କରିୟରର ଆରମ୍ଭରେ ସେ କେମିତି ଯୌନ ଆଗ୍ରହର (sexism) ସମ୍ମୁଖୀନ ହୋଇଥିଲେ ସେ ବିଷୟରେ ବି କହିଛନ୍ତି ଫାତିମା । ସେ କହିଛନ୍ତି, ‘‘ମୁଁ କାଷ୍ଟିଂ କାଉଚ୍ ମଧ୍ୟ ସାମ୍ନା କରିଛି । ମୋତେ କୁହାଯାଇଥିଲା ଯେ କାମ ପାଇବା ପାଇଁ ସେକ୍ସ ସମ୍ପର୍କ ହେଉଛି ଏକ ମାତ୍ର ଉପାୟ… ତେଣୁ ଏହା ମଧ୍ୟ ମୋ’ ସହିତ ଘଟିଛି । ମୋତେ ବି କାମ ହରାଇବାକୁ ପଡ଼ିଛି ।’’
ସେ ଆହୁରି କହିଛନ୍ତି, ‘‘ମୁଁ ଭାବୁଛି ଯେ ଏହି ଶିଳ୍ପ ବ୍ୟତୀତ ଅନ୍ୟ ସ୍ଥାନରେ ବି ଲୋକେ ସେକ୍ସିଜ୍ମ ଯୋଗୁଁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେତେବେଳେ ମୁଁ ତିନି ବର୍ଷର ଥିଲି ସେତେବେଳେ ମୁଁ ଯୌନ ନିର୍ଯାତନାର ସାମ୍ନା କରିଥିଲି । ଆପଣ ବୁ ଝିପାରୁଥିବେ ଯେ ସେକ୍ସ ଆଗ୍ରହ ସମାଜରେ କେତେ ଗଭୀର ସ୍ଥାନକୁ ଚାଲିଯାଇଛି ।’’