ବିହାରରେ ଓଡିଆ କଳାକାରଙ୍କ ଉପରେ ଗୁଳିମାଡ଼; ଗାୟକ ବି ଗୁରୁତର

ଜନ୍ମଦିନ ଭୋଜିରେ ମନୋରଞ୍ଜନ କରିବାକୁ ଆସିଥିବା ଜଣେ ଡ୍ୟାନ୍ସର ଓ ଗାୟକଙ୍କ ଉପରେ ଗୁଳିମାଡ଼ ହୋଇଛି। ତାଙ୍କ ସହ ନାଚିବାକୁ ମନା କରିବାରୁ ଡ୍ୟାନ୍ସରଙ୍କୁ ଗୁଳି କରାଯାଇଥିଲା।

बिहार: डांसर-सिंगर को मारी गोली

बिहार: डांसर-सिंगर को मारी गोली

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଟଣା: ବିହାରର ଭୋଜପୁରରେ ଜନ୍ମଦିନ ଭୋଜିରେ ମନୋରଞ୍ଜନ କରିବାକୁ ଆସିଥିବା ଜଣେ ଡ୍ୟାନ୍ସର ଓ ଗାୟକଙ୍କ ଉପରେ ଗୁଳିମାଡ଼ ହୋଇଛି। ତାଙ୍କ ସହ ନାଚିବାକୁ ମନା କରିବାରୁ ଡ୍ୟାନ୍ସରଙ୍କୁ ଗୁଳି କରାଯାଇଥିଲା। ଏହା ପରେ ଉଭୟ ଗାୟକ ଓ ନୃତ୍ୟଶିଳ୍ପୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ମାମଲା ଭୋଜପୁର ଜିଲ୍ଲାର ସନ୍ଦେଶ ପୋଲିସ ଥାନା ଅଞ୍ଚଳର ଜାନାଉଡିହ ଗାଁର।

ଡ଼୍ୟାନ୍ସର ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ରମେଶ କୁମାର ବେହେରାଙ୍କ ୨୩ ବର୍ଷିୟା ଝିଅ ନିନୁ ବେହେରା। ଗାୟକ ଜଣଙ୍କ ପାଟନା ଜିଲ୍ଲାର ଧନରୁଆ ପୋଲିସ ଥାନା ଅଧୀନ ବାହାମପୁର ଗାଁର ମହେଶ ଯାଦବଙ୍କ ୨୭ ବର୍ଷର ପୁଅ ମୁକେଶ ଯାଦବ ବୋଲି ଜଣାପଡିଛି। ଜନ୍ମଦିନ ଭୋଜିରେ ନାଚୁଥିବା ଡ୍ୟାନ୍ସର ମଞ୍ଚରୁ ଓହ୍ଲାଇବା ପରେ ନାଚିବାକୁ ମନା କରିଦେଇଥିଲେ। କୁହାଯାଉଛି ଯେ ନଭେମ୍ବର ୧୫ ତାରିଖ ରାତିରେ ଜନ୍ମଦିନ ଭୋଜିରେ ଗୀତ ଓ ନୃତ୍ୟର ଏକ କାର୍ଯ୍ୟକ୍ରମ ରଖାଯାଇଥିଲା। ଅର୍କେଷ୍ଟ୍ରା ଗୋଷ୍ଠୀର ଡ୍ୟାନ୍ସର ମଞ୍ଚରେ ନାଚୁଥିଲେ।  ତା’ପରେ ପାର୍ଟିରେ ଯୋଗ ଦେଇଥିବା କିଛି ଲୋକ ତାଙ୍କୁ ଓହ୍ଲାଇ ନାଚିବାକୁ କହିଥିଲେ, ଅର୍କେଷ୍ଟ୍ରା ଗ୍ରୁପର ଲୋକମାନେ ମନା କରିଦେଇଥିଲେ, ତା’ପରେ ବିବାଦ ଆରମ୍ଭ ହୋଇଥିଲା।

ପରେ ପାର୍ଟି ଶେଷ ହେବା ପରେ ଗାୟକ ଏବଂ ଡ୍ୟାନ୍ସର ଘରକୁ ଫେରୁଥିବା ସମୟରେ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ଦୁହେଁ ଗୁରୁତର ଆହତ ହୋଇଛନ୍ତି।  ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆରାର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Published by:Soumya Das
First published: