ରାଜସ୍ଥାନରେ ଦଳିତ ଛାତ୍ର ମୃତ୍ୟୁ ମାମଲା; ଅଡୁଆରେ ରାଜସ୍ଥାନର ସରକାର

ଅଡୁଆରେ ରାଜସ୍ଥାନର ସରକାର। ଦଳିତ ଛାତ୍ର ମୃତ୍ୟୁ ଘଟଣାରେ କଂଗ୍ରେସ ବିଧାୟକ ପାନଚାନ୍ଦ ମେଘୱାଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି।

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ରାଜସ୍ଥାନ : ରାଜସ୍ଥାନର ଜାଲୋର ଜିଲ୍ଲାର ସୁରାଣା ଗାଁର ଦଳିତ ଛାତ୍ରଙ୍କ ମୃତ୍ୟୁ ମାମଲାରେ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଶନିବାର ଦିନ ୯ ବର୍ଷର ଛାତ୍ରଜଣଙ୍କ ସ୍କୁଲରେ ଏକ ମାଠିଆରୁ ପାଣି ପିଇଥିଲେ। ଯାହାଫଳରେ ତାଙ୍କୁ ଜଣେ ଶିକ୍ଷକ ମାଡ ମାରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଏବେ ଅଡୁଆରେ ରାଜସ୍ଥାନର ଅଶୋକ ଗେହଲଟଙ୍କ ସରକାର।

ଆଜି ବାରାଣ-ଅତ୍ରୁର କଂଗ୍ରେସ ବିଧାୟକ ପାନଚାନ୍ଦ ମେଘୱାଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ କହିଛନ୍ତି,  ‘‘୯ ବର୍ଷର ଛାତ୍ରଙ୍କ ମୃତ୍ୟୁରେ ମୁଁ ଗଭୀର ଆଘାତ ପାଇଛି। ପୋଲିସ ଏହାର କାର୍ଯ୍ୟାନୁଷ୍ଠାନ ସଠିକ କରିନାହିଁ।’’

କଂଗ୍ରେସ ନେତା ସଚିନ ପାଇଲଟ ଛାତ୍ରର ପରିବାରକୁ ଭେଟିବା ପାଇଁ ଜାଲୋର ଜିଲ୍ଲାକୁ ଯିବେ। ଜାଲୋର ଜିଲ୍ଲାରେ ଘଟଥିବା ଘଟଣାରେ ତାଙ୍କ ପରିବାରକୁ ନ୍ୟାୟ ଦବାକୁ ପଡ଼ିବ। ଦଳିତ ସମାଜର ଲୋକଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଆମେ ସେମାନଙ୍କ ସହ ଛିଡା ହୋଇଛୁ ବୋଲି ପାଇଲଟ ମଙ୍ଗଳବାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଉପଯୁକ୍ତ ପଦକ୍ଷେପ ନେଉଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହା କରିବେ। ଏହି ପରି ପ୍ରସଙ୍ଗକୁ ଆମେ ରାଜନୀତିକରଣ କରିବା ଉଚିତ ନୁହେଁ। ଏହି ଘଟଣାରେ ପୋଲିସ ଶିକ୍ଷକଙ୍କୁ ଗିରଫ କରି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ଏହି ଘଟଣାର ତୁରନ୍ତ ଦଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିବାରକୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରାଯିବ ସହ ୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି କହିଛି ଯେ ବାଳକର ମୃତ୍ୟୁ ଲଜ୍ଜାଜନକ। ରାଜ୍ୟ ବିଜେପି ଟ୍ବିଟ କରି କହିଛି, “ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଗେହଲଟଙ୍କୁ ପରାମର୍ଶ ଦିଅନ୍ତୁ ରାଜସ୍ଥାନରେ ଦଳିତମାନଙ୍କୁ ନ୍ୟାୟ ଦେବା ପାଇଁ। "
Published by:Sujit Swain
First published: