ପ୍ରସିଦ୍ଧ ପଞ୍ଜାବୀ ଗାୟକ ଡାଲେର ମେହେନ୍ଦୀ ଗିରଫ; ଲୋକଙ୍କୁ ବେଆଇନ ବିଦେଶ ପଠାଇଥିବା ଅଭିଯୋଗ

ପ୍ରସିଦ୍ଧ ପଞ୍ଜାବୀ ଗାୟକ ଡାଲେର ମେହେନ୍ଦୀ ଗିରଫ

ପ୍ରସିଦ୍ଧ ପଞ୍ଜାବୀ ଗାୟକ ଡାଲେର ମେହେନ୍ଦୀ ଗିରଫ

  • Share this:
News 18 Odia Digital

ନୂଆଦିଲ୍ଲୀ; ମାନବ ଚାଲାଣ ମାମଲାରେ ପଞ୍ଜାବର ଜଣାଶୁଣା ଗାୟକ ଡାଲେର ମେହେନ୍ଦୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଇଥିବା ଅଭିଯୋଗ ହୋଇଛି । ଏହାପୂର୍ବରୁ ପଟିଆଲାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ସିଙ୍ଗରଙ୍କୁ ଦୁଇ ବର୍ଷ ଜେଲ ଏବଂ ୨୦୦୦ ଟଙ୍କା ଜୋରିମାନା କରିଥିଲେ ।

ଦଣ୍ଡର ନିଷ୍ପତ୍ତି ସମ୍ପର୍କରେ ଡାଲେର ମେହେନ୍ଦୀ ପଟିଆଲା ଅଧିବେଶନ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ୍ସ ଜଜ୍ ଏଚ୍.ଏସ୍ ଗ୍ରୁଏଲ୍ ସିଙ୍ଗରଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହି ନିଷ୍ପତ୍ତି ପରେ ତାଙ୍କୁ ପୋଲିସ ଗିରଫ କରିଥିଲା ।

ତାଙ୍କ ବିରୋଧରେ ଏହି ମାମଲା ୧୫ ବର୍ଷ ପୁରୁଣା । ୨୦୦୩ ମସିହାରେ ତାଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା । ମାନବ ଚାଲାଣ ସହ ତାଙ୍କ ନାଁରେ ୩୦ ରୁ ଅଧିକ ମାମଲା ଥିବା କୁହାଯାଉଛି । ୧୫ ବର୍ଷର ଶୁଣାଣି ପରେ, ୨୦୧୮ ମସିହାରେ, ପଟିଆଲା ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଓ ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ ।

ପ୍ରଥମ ମାମଲା ୨୦୦୩ ମସିହାରେ ବାଲେଶ୍ୱର ସିଂ ନାମକ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଦାଖଲ କରିଥିଲେ । ସେ ବିଦେଶରେ ଏକ ଶୋ’କୁ ଯାଉଥିବା ବେଳେ ବେଆଇନ ଭାବେ ୧୦ ଜଣଙ୍କୁ ଆମେରିକାକୁ ନେଇଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ସେ ସେମାନଙ୍କୁ ତାଙ୍କ ଦଳର ଅଂଶ ହେବାକୁ କହିଥିଲେ ଏବଂ ପରେ ମାମଲା ବଢ଼ିବାରେ ଲାଗିଥିଲା ।
Published by:Soubhagya Mishra
First published: