ଦାଦ୍ରା ଓ ନଗର ହାଭେଲିର ସାଂସଦ ମୁମ୍ବାଇର ଏକ ହୋଟେଲ୍‌ରେ ଆତ୍ମହତ୍ୟା କଲେ; ୭ ଥର ସାଂସଦ ଥିଲେ

୫୮ ବର୍ଷୀୟ ରାଜନେତା ମୋହନ ଡେଲକର୍ ଦୁଇ ସନ୍ତାନଙ୍କ ପିତା ଥିଲେ । ମୁମ୍ବାଇର ଏକ ହୋଟେଲର କୋଠରୀରେ ତାଙ୍କ ଶବ ମିଳିବା ପରେ ତାଙ୍କ ପରିବାରକୁ ଏହା ବିଷୟରେ ପୋଲିସ ଖବର ଦେଇଥିଲା । ହୋଟେଲର କୋଠରୀରୁ ଏକ ଆତ୍ମହତ୍ୟା ନୋଟ୍ ମିଳିଛି ।

ଦାଦ୍ରା ଓ ନଗର ହାଭେଲିର ସାଂସଦ ମୁମ୍ବାଇର ଏକ ହୋଟେଲ୍‌ରେ ଆତ୍ମହତ୍ୟା କଲେ; ୭ ଥର ସାଂସଦ ଥିଲେ
ସ୍ୱାଧୀନ ସାଂସଦ ମୋହନ ଡେଲକର (ଫାଇଲ୍ ଫଟୋ)
  • News18 Odia
  • Last Updated: February 22, 2021, 6:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଦାଦ୍ରା ଓ ନଗର ହାଭେଲିର (Dadra and Nagar Haveli) ସ୍ୱାଧୀନ ସାଂସଦ ମୋହନ ଡେଲକରଙ୍କ (Mohan Delkar) ମୃତ ଦେହ ଆଜି ମୁମ୍ବାଇର ଏକ ହୋଟେଲରେ ମିଳିଛି । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ ଏହା ଆତ୍ମହତ୍ୟା ବୋଲି ସୂଚନା ମିଳୁଛି ।

୫୮ ବର୍ଷୀୟ ରାଜନେତା ମୋହନ ଡେଲକର୍‌ ଦୁଇ ସନ୍ତାନଙ୍କ ପିତା ଥିଲେ । ମେରାଇନ୍ ଡ୍ରାଇଭ୍ରରେ ଏକ ହୋଟେଲରେ ତାଙ୍କ ଶବ ମିଳିବା ପରେ ତାଙ୍କ ପରିବାରକୁ ପୋଲିସ ତାଙ୍କ ମୃତ୍ୟୁ ବିଷୟରେ ଖବର ଦେଇଥିଲା । ହୋଟେଲର କୋଠରୀରୁ ଏକ ଆତ୍ମହତ୍ୟା ନୋଟ (Suicide note) ବି ମିଳିଛି ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଜଣ ରେପ୍ କରିଥିଲେ; ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ

ମୁମ୍ବାଇ ପୋଲିସ ଏକ ବିବୃତ୍ତିରେ କହିଛି, ‘‘ଶବ ନିକଟରୁ ଏକ ଆତ୍ମହତ୍ୟା ନୋଟ୍‌ ମିଳିଛି । ଏବେ ତଦନ୍ତ ଚାଲିଛି। ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ।’’ (Mohan Delkar suicide)



ଏହା ବି ପଢ଼ନ୍ତୁ | ପ୍ରେମରୁ ହତ୍ୟା: ପୋଲିସ କନଷ୍ଟେବଲ୍ ସହକର୍ମୀ ଯୁବତୀ କନଷ୍ଟେବଲଙ୍କ ଛାତିକୁ ଗୁଳି ମାରି ହତ୍ୟା କଲେ

ସାତ ଥର ସାଂସଦ ରହିଥିବା ମୋହନ ଡେଲକର ପୂର୍ବରୁ କଂଗ୍ରେସରେ ଥିଲେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ୨୦୧୯ର ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ଜିତି ଥିଲେ । ସେହି ସମୟରେ ସେ ଦାଦ୍ରା ଓ ନାଗର ହାଭେଲିର କଂଗ୍ରେସ ସଭାପତି ଥିଲେ । ଦଳରୁ ଇସ୍ତଫା ଦେଇ ସେ ନିର୍ବାଚନ ଲଢ଼ିଥିଲେ ।



ମୋହନ ଡେଲକର୍‌ ୨୦୦୪ ମସିହାରୁ ସଂସଦରେ ଦାଦ୍ରା ଓ ନାଗର ହାଭେଲିର ପ୍ରତିନିଧିତ୍ୱ କରିଆସୁଥିଲେ । ସେ ପାର୍ଲାମେଣ୍ଟର ପର୍ସନେଲ୍‌, ଜନ ଅଭିଯୋଗ, ଆଇନ ଓ ନ୍ୟାୟ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଥିଲେ । ସେ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ମଧ୍ୟ ସଦସ୍ୟ ଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞ

ଧ୍ୟାନ ଦିଅନ୍ତୁଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
Published by: Anand Shankar Thankur Das
First published: February 22, 2021, 6:01 PM IST