News18 Odia Digital
7th Pay Commission: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି। କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA Hike) ବୃଦ୍ଧି କରିବାକୁ ଯାଉଛନ୍ତି, ଯାହା ପରେ କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ଡିଏ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇବ। ଏଥିରେ ସିଧାସଳଖ ବୃଦ୍ଧି ଘଟିବ। ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ। ମାର୍ଚ୍ଚରେ ସରକାର କର୍ମଚାରୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି।
ମାର୍ଚ୍ଚ ମାସରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି, ଯାହା ପରେ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ଜାନୁଆରୀ ୨୦୨୩ ରୁ କାର୍ଯ୍ୟକାରୀ ହେଲା । ବର୍ତ୍ତମାନ ପରବର୍ତ୍ତୀ ମହଙ୍ଗା ଭତ୍ତା ଜୁଲାଇ ୨୦୨୩ ରୁ ଘୋଷଣା କରାଯିବ। ପରବର୍ତ୍ତୀ ବୃଦ୍ଧି ମଧ୍ୟ ୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।
ଇନ୍ଧନ ଶେଷ, କ୍ୟାପଟେନ ଛୁ..ମଝି ଦରିଆରେ ଭାସୁଛି ୪୦୦ଲୋକଙ୍କ ଜୀବନମହଙ୍ଗା ଭତ୍ତାର ନିୟମ ହେଉଛି ଯେ ଯେତେବେଳେ ସରକାର ୨୦୧୬ ମସିହାରେ ସପ୍ତମ ବେତନ ଆୟୋଗ ଲାଗୁ କରିଥିଲେ, ସେତେବେଳେ ସେହି ସମୟରେ ମହଙ୍ଗା ଭତ୍ତା ଶୂନ କରାଯାଇଥିଲା। ନିୟମ ଅନୁଯାୟୀ, ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚିବା ମାତ୍ରେ ଏହା ଶୂନ୍ୟ ହେବ ଏବଂ ୫୦ ପ୍ରତିଶତ ଅନୁଯାୟୀ କର୍ମଚାରୀମାନେ ଭତ୍ତା ଭାବରେ ଯେଉଁ ଟଙ୍କା ପାଇବେ ତାହା ମୌଳିକ ବେତନ ଅର୍ଥାତ୍ ସର୍ବନିମ୍ନ ବେତନରେ ଯୋଗ କରାଯିବ।
ବିବାଦରେ ଧର୍ମଗୁରୁ; ନାବାଳିକକୁ ଜିଭ ଦେଖାଇ ଚୁମ୍ବନ ମାଗିଲେ ଦଲାଇଲାମା!ଯଦି ଜଣେ କର୍ମଚାରୀଙ୍କ ମୌଳିକ ଦରମା ୧୮୦୦୦ ଟଙ୍କା, ତେବେ ସେ ୫୦% DA ର ୯୦୦୦ ଟଙ୍କା ପାଇବେ। କିନ୍ତୁ, ଡିଏ ୫୦% ହେବା ପରେ ଏହାକୁ ମୌଳିକ ବେତନରେ ଯୋଡାଯିବ ଓ ପୁନର୍ବାର ମହଙ୍ଗା ଭତ୍ତା ଶୂନକୁ କମିଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।