ବଡ଼ ଘୋଷଣା କରିବେ ମୋଦି ସରକାର; ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା!

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତ ସରକାର।

ବଡ଼ ଘୋଷଣା କରିବେ ମୋଦି ସରକାର

ବଡ଼ ଘୋଷଣା କରିବେ ମୋଦି ସରକାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତ ସରକାର। ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ AICPI ସୂଚକାଙ୍କ ଆଧାରରେ ଜୁଲାଇରେ ମହଙ୍ଗା ଭତ୍ତାରେ ବୃଦ୍ଧି ହେବ। ଜୁଲାଇ ପାଇଁ ଡିଏ ବୃଦ୍ଧି ପ୍ରାୟତଃ ସେପ୍ଟେମ୍ବରରେ ସରକାର ଘୋଷଣା କରନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ସେମାନଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୮ ରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ। ତେବେ ଏପର୍ଯ୍ୟନ୍ତ ସରକାର ଏହା ଘୋଷଣା କରିନାହାଁନ୍ତି। କିନ୍ତୁ ଏବେଠୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

AICPI ୧୩୨.୮ ପଏଣ୍ଟରେ ପହଞ୍ଚିଛି

ଡିସେମ୍ବର ୨୦୨୨ସୁଦ୍ଧା AICPI ୧୩୨.୩ ପଏଣ୍ଟରେ ଥିଲା। ଗତ ଦିନ ପ୍ରକାଶିତ ଜାନୁଆରୀ ୨୦୨୩ର ଆକଳନ ୧୩୨.୮ ପଏଣ୍ଟରେ ପହଞ୍ଚିଛି। AICPI ଆଗାମୀ ସମୟରେ ଆହୁରି ଉପକୁ ଯାଇପାରେ। ଏଭଳି ପରିସ୍ଥିତିରେ ଜୁଲାଇ ୧ରୁ ପ୍ରଯୁଜ୍ୟ ଡିଏର ବୃଦ୍ଧି ୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଜାନୁଆରୀ ପରେ ଆସୁଥିବା AICPI ସୂଚକାଙ୍କ ଆଧାରରେ ଜୁଲାଇ ପାଇଁ ଡିଏ ଘୋଷଣା କରାଯିବ।

ବର୍ଷକୁ ଦୁଇ ଥବର ବଢ଼େ ଡିଏ

ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ସପ୍ତମ ବେତନ ଆୟୋଗ (7th Pay Commission) ଦ୍ବାରା କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା (DA Hike) ବର୍ଷକୁ ଦୁଇ ଥର ବଢ଼ିଥାଏ। ଏଥର ଜାନୁଆରୀ ୨୦୨୩ର ଡିଏ ବୃଦ୍ଧିର ଘୋଷଣା ଶୀଘ୍ର କରାଯିବ ବୋଲି ଆଶା କରାଯାଉଛି।

ଏହା ପରେ ୨୦୨୩ ଜୁଲାଇ ୨୦୨୩ର ଡିଏ ବୃଦ୍ଧି ଘୋଷଣା କରାଯାଇପାରେ।

୧୫ ତାରିଖରେ ବସିବ କ୍ୟାବିନେଟ

ମାର୍ଚ୍ଚ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ କ୍ୟାବିନେଟ ବୈଠକ ପ୍ରସ୍ତାବ ଦିଆଯାଇଛି। ଏହି ବୈଠକ ପରେ କେନ୍ଦ୍ର ସରକାର ଏହାର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଖବର ଦେଇପାରିବେ। ଏହି ଦିନ ପ୍ରଧାନମନ୍ତ୍ରୀ ଡିଏ ଏବଂ ଡିଆର ବୃଦ୍ଧି ଘୋଷଣା କରିପାରନ୍ତି।

ଏହାପୂର୍ବରୁ ମାର୍ଚ୍ଚ ୧ ରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ସହମତି ପ୍ରକାଶ ପାଇଥିଲା, କିନ୍ତୁ ଏହାକୁ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ।

ପ୍ରକାଶ ଥାଉକି ହୋଲି ଅବସରରେ କେନ୍ଦ୍ରୀୟ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର (Special Festival Advance Scheme) ଦେଇଥିଲେ।

ପଢ଼ନ୍ତୁ ଏହି ଖବର:  କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ଼ ଭେଟି; ୧୦ ହଜାର ଯାଏ ମିଳିବ ଆଡଭାନ୍ସ!

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଦେବାକୁ ସରକାର (Modi Govt) ଘୋଷଣା କରିଥିଲେ। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ସରକାରଙ୍କଠାରୁ ୧୦ ହଜାର ଟଙ୍କା ପାଇବେ। ଅର୍ଥାତ୍ ସରକାରୀ କର୍ମଚାରୀ ୧୦ ହଜାର ଟଙ୍କା ଆଡଭାନ୍ସ ନେଇପାରିବେ।
Published by:Lipina Das
First published: