Tauktae Cyclone: ତାଉତେ ତୁଫାନ ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଲା; ଭୟଙ୍କର ଭିଡ଼ିଓ ଭାଇରାଲ

Tauktae Cyclone: ଭାରତ ପାଣିପାଗ ବିଭାଗ (IMD) ଅନୁଯାୟୀ ଏପର୍ଯ୍ୟନ୍ତ ଏଥିରେ କୌଣସି ମୃତାହତର ଖବର ଆସିନାହିଁ । ଝଡ଼ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

Tauktae Cyclone: ତାଉତେ ତୁଫାନ ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଲା; ଭୟଙ୍କର ଭିଡ଼ିଓ ଭାଇରାଲ
ତାଉତେ ତୁଫାନ ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭୀଷଣ ଚକ୍ରବତୀ ତୁଫାନ ତାଉତେ ସୋମବାର ରାତି ପ୍ରାୟ ୮ ଟା ସମୟରେ ଗୁଜୁରାଟ (Gujarat) ଉପକୂଳ ଛୁଇଁଥିଲା । ଏହା ସୌରାଷ୍ଟ୍ରର ଡିୟୁ ଓ ଉନା ମଧ୍ୟରେ ଥିବା ଉପକୂଳରେ ମାଡ଼ ହୋଇଥିଲା । ଏହା ପରେ ରାତି ୧୨ ଟାରେ ଝଡ଼ ଥମି ଯାଇଥିଲା । ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଏପର୍ଯ୍ୟନ୍ତ ଏଥିରେ କୌଣସି ମୃତାହତର ଖବର ଆସିନାହିଁ । ରାଜ୍ୟ ସରକାରଙ୍କ ତରଫରୁ ଝଡ଼ ପୂର୍ବରୁ ମଧ୍ୟ ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

ବାତ୍ୟା ସମୟରେ ପବନ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ବହୁଥିଲା । ଆଇଏମଡି କହିଛି ଯେ ରାତି ପ୍ରାୟ ସା: ୦୯: ୩୦ ଟା ବେଳେ ଏହି ତୁଫାନ ସୃଷ୍ଟି ହୋଇଥିବା ବେଳେ ଡିୟୁ ୟୁନିଅନ ଟେରିଟୋରୀରେ ଘଣ୍ଟା ପ୍ରତି ୧୩୩ କିଲୋମିଟର ବେଗରେ ପବନ ବହିଥିଲା । ଆଇଏମଡି ଦ୍ୱାରା କରାଯାଇଥିବା ଏକ ଟ୍ୱିଟରେ ଏହା କୁହାଯାଇଛି ଯେ ତୁଫାନ ତାଉତେ ବର୍ତ୍ତମାନ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି । ଏହା ପୂର୍ବରୁ ଏହା ଏକ ଗମ୍ଭୀର ବର୍ଗରେ ଥିଲା ।































ଏଥି ସହିତ ମହାରାଷ୍ଟ୍ର, ଡିୟୁ ଓ ଗୁଜୁରାଟରେ ହୋଇଥିବା ଏହି ଘୂର୍ଣ୍ଣିବଳୟ ସମୟରେ ଲୋକମାନେ ସୋସିଆଲ ମିଡିଆରେ ଦେଖାଯାଉଥିବା କ୍ୟାମେରାରେ ଭିଡିଓ ଓ ଫଟୋ ମଧ୍ୟ ରେକର୍ଡ କରିଛନ୍ତି ।
Published by: Jagdish Barik
First published: May 18, 2021, 11:08 AM IST