News18 Odia Digital
Cyclone Sitrang: ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ୍ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ କରିଛି। ତେବେ ବାତ୍ୟା ପ୍ରକୋପରେ ୭ ଜଣଙ୍କ ଜୀବନ ଯାଇଛି ବୋଲି ସୂଚନା ରହିଛି।
ପର୍ବରୁ ବାଂଲାଦେଶ ସରକାର ଅନେକ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବାତ୍ୟାର ପ୍ରକୋପ ସେଭଳି ସାଙ୍ଘାତିକ ନଥିଲେ ବି ବିଭିନ୍ନ ସ୍ଥାନରେ ପବନର ମାତ୍ରା ଅଧିକ ଯୋଗୁ ଗଛ ଉପୁଡି ପଡୁଥିବାର ଦେଖିବାକୁ ମିଳୁଛି। ଏଥିସହିତ ଅନେକ କଚ୍ଚା ଘର ଭାଙ୍ଗିଯାଇଛି। ସେହିପରି ପ୍ରବଳ ବର୍ଷା ମଧ୍ୟ ଲାଗି ରହିଛି।
ଦୌଲତପୁର ଉପଜିଲ୍ଲାର କାର୍ଯ୍ୟନିର୍ବାହୀ ଅଧିକାରୀ ତୈହିଦୁଲ ଇସଲାମ କହିଛନ୍ତି ଯେ ଏହି ବାତ୍ୟଚାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।
ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅନେକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାଂଲାଦେଶର କକ୍ସ ବଜାର ଉପକୂଳ ଦେଇ ବାତ୍ୟା ସିତ୍ରାଙ୍ଗ୍ ଯିବ ବୋଲି ଜଣାପଡ଼ିବା ପରେ ପ୍ରାୟ ୨୮,୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏଥି ସହିତ ୨୭୩୬ ଗୋରୁ ଗାଈଙ୍କୁ ବି ନିରାପଦ ସ୍ଥାନକୁ ନିଆଯାଇଥିଲା।
ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ମୋନିରୁଜମାନ କହିଛନ୍ତି ଯେ ବାଂଲାଦେଶ କର୍ତ୍ତୃପକ୍ଷ ୬,୯୨୫ କେନ୍ଦ୍ର ପ୍ରସ୍ତୁତ ରଖିଛନ୍ତି। ସେ କହିଛନ୍ତି ଯେ ସୋମବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୧୯ ହଜାର ୯୯୦ ଲୋକଙ୍କୁ ରିଲିଫ ସେଣ୍ଟରକୁ ନିଆଯାଇଥିଲା।
ଏହି ସମୟରେ, ଏହାର ସଦ୍ୟତମ ପାଣିପାଗ ବୁଲେଟିନରେ ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ସାଇକ୍ଲୋନିକ୍ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଯିବାର ସମ୍ଭାବନା ରହିଛି। ଆଜି ବାତ୍ୟା ବାଂଲାଦେଶ ଉପକୂଳ ଦେଇ ଟିଙ୍କୋନା ଦ୍ୱୀପ ଏବଂ ସାଣ୍ଡୱିପ ମଧ୍ୟରେ ପାର ହେବାର ସମ୍ଭାବନା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।