ମହାରାଷ୍ଟ୍ରରେ ଲ୍ୟାଣ୍ଡଫଲ ଆରମ୍ଭ କଲା ବାତ୍ୟା ନିସର୍ଗ; ୩ ଘଣ୍ଟା ଚାଲିବ ଏହି ପ୍ରକ୍ରିୟା

ମୁକାବିଲା ପାଇଁ ଗୁଜରାଟ ଏବଂ ମହାରାଷ୍ଟ୍ର ସରକାର କଳବଳ ଲଗାଇ ଦେଇଛନ୍ତି । ମହାରାଷ୍ଟ୍ର ସହ ମୁମ୍ବାଇରେ ଏନଡିଆରଏଫ ଟିମ୍ ସହ ସେନାର ଉଦ୍ଧାରକାରୀ ଦଳ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ଯୋଗୁଁ ପ୍ରବଳ ପବନ ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଲହଡି ଦେଖିବାକୁ ମିଳିଛି ।

ବାତ୍ୟା ନିସର୍ଗ ପ୍ରଭାବରେ ବାଟବଣା ହୋଇ ଏକ ଜାହାଜ ମୁମ୍ବାଇ ସମୁଦ୍ର ତଟରେ ଲାଗିଛି ।

ବାତ୍ୟା ନିସର୍ଗ ପ୍ରଭାବରେ ବାଟବଣା ହୋଇ ଏକ ଜାହାଜ ମୁମ୍ବାଇ ସମୁଦ୍ର ତଟରେ ଲାଗିଛି ।

  • Share this:
News18 Odia Digital

ମୁମ୍ବାଇ: ଆରବସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ନିସର୍ଗ ମହାରାଷ୍ଟ୍ରରେ ଲ୍ୟାଣ୍ଡଫଲ୍‌ କରିବା ଆରମ୍ଭ କରିଛି । ଆଗମୀ ୩ ଘଣ୍ଟା ଯାଏ ଚାଲିବ ଏହି ପ୍ରକ୍ରିୟା । ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଦେଖାଦେଇଛି । ରାଇଗଡ଼, ମୁମ୍ବାଇ ଓ ଥାଣେରେ ୧୦୦ରୁ ୧୧୦ କିମି ପବନ ବେଗରେ ପବନ ବହୁଛି ।

ଗୁଜରାଟରେ ବି ବାତ୍ୟା ନିସର୍ଗର ପ୍ରଭାବ ଦେଖାଦେଇଛି । ଲ୍ୟାଣ୍ଡଫଲ ପରେ କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ପବନ ବହିବା ସାଙ୍ଗକୁ ସମୁଦ୍ର ଅଶାନ୍ତ ହୋଇଛି । ଏନଡିଆରଏଫ୍ ସଜାଗ ହୋଇ ରହିଛି ।

ମହାରାଷ୍ଟ୍ରରେ ବିଶେଷ କରି ମୁମ୍ବାଇ, ପାଲଘର ଓ ଥାଣେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ବାତ୍ୟାର ମୁକାବିଲା ପାଇଁ ଗୁଜରାଟ ଏବଂ ମହାରାଷ୍ଟ୍ର ସରକାର କଳବଳ ଲଗାଇ ଦେଇଛନ୍ତି । ମହାରାଷ୍ଟ୍ର ସହ ମୁମ୍ବାଇରେ ଏନଡିଆରଏଫ ଟିମ୍‌ ସହ ସେନାର ଉଦ୍ଧାରକାରୀ ଦଳ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ଯୋଗୁଁ ପ୍ରବଳ ପବନ ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଲହଡି ଦେଖିବାକୁ ମିଳିଛି ।

ଆଜି ପୂର୍ବାହ୍ନରେ ଝଡ଼ ନିସର୍ଗ ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଥିଲା । ଦକ୍ଷିଣ ଅଲିବାଗ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ପବନର ସର୍ବାଧିକ ବେଗ ୧୨୦ କିଲୋମିଟର ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ପ୍ରଭାବରେ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମରାଠାଓ୍ବାଡାରେ ବର୍ଷା ଆରମ୍ଭ ହୋଇଯାଇଥିଲା ।

ବାତ୍ୟା ଯୋଗୁଁ ପ୍ରବଳ ପବନ ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଲହଡି ଦେଖିବାକୁ ମିଳିଛି ।


ବାତ୍ୟାର ମୁକାବିଲା ପାଇଁ ଗୁଜରାଟ ଓ ମହାରାଷ୍ଟ୍ର ସରକାର ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଆସିଛନ୍ତି । ମହାରାଷ୍ଟ୍ର ସହ ମୁମ୍ବାଇରେ ୨୦ଟି ଏନଡିଆରଏଫ ଟିମ ସହ ସେନାର ଉଦ୍ଧାରକାରୀ ଦଳ ମଧ୍ୟ ମୁତୟନ ହୋଇଛନ୍ତି । ମହାରାଷ୍ଟ୍ର ଓ ଗୁଜରାଟ ସମେତ ଗୋଆ, ଡାମନ ଡିଓ ଦ୍ବୀପ, ଦାଦ୍ରା ନଗର ହାବେଳିରେ ବି ଆଲର୍ଟ ଜାରି କରାଯାଇଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ପ୍ରଭାବିତ ହେବକୁ ଥିବ ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏଥି ସହ ଦାମନ, ଡିୟୁ ଓ ଦାଦ୍ରାନଗର ହାବେଳି ପ୍ରଶାସନ ସହ ମଧ୍ୟ ସେ କଥା ହୋଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହା ନ୍ୟାସନାଲ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଏନଡିଏମଏ (NDMA)ର ଅଧିକାରୀ ଓ ପ୍ରଭାବିତ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: