ଦୁର୍ବଳ ହେଲା ବାତ୍ୟା ‘ମ୍ୟାଣ୍ଡସ୍
- News18 Odia
- Last Updated :
- New Delhi, India
News 18 Odia Digital
ଚେନ୍ନାଇ: ଶୁକ୍ରବାର ରାତିରେ ମହାବଳୀପୁରମ୍ ନିକଟରେ ସ୍ଥଳଭାଗରେ ପ୍ରବେଶ କରିବା ପରେ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍’ ଦୁର୍ବଳ ହୋଇ ଗଭୀର ଅବପାତ ଓ ପରେ ଅବପାତ ପାଲଟୁଥିବା କଥା ପାଣିପାଗ ବିଭାଗ କହିଛି।
ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ‘ମ୍ୟାଣ୍ଡସ୍’ ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ ଘଣ୍ଟାପ୍ରତି ୭୫ କିଲୋମିଟର୍ ବେଗରେ ରାତି ପ୍ରାୟ ୧.୩୦ରେ ତାମିଲନାଡୁ ଅନ୍ତର୍ଗତ ମାଲ୍ଲାପୁରମ୍ ନିକଟରେ ଉପକୂଳ ଅତିକ୍ରମ କରିଛି।ଚେନ୍ନାଇରେ ପ୍ରାୟ ୨୦୦ ଗଛ ଉପୁଡ଼ି ପଡ଼ିଛି ଓ ସହରର ରାସ୍ତାଘାଟରେ ପାଣି ଜମିଛି। ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଥିବାରୁ ବଡ଼ ବିପତ୍ତି ଟଳିଯାଇଥିବା ଜଣାପଡ଼ିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ନିମନ୍ତେ ପ୍ରାୟ ୧୬,୦୦୦ ପୁଲିସ କର୍ମଚାରୀ, ୧୫୦୦ ହୋମ୍ଗାର୍ଡ, ‘ଏସ୍ଡିଆର୍ଏଫ୍’ର ୪୦ଜଣିଆ ଟିମ୍ ଓ ‘ଡିଡିଆର୍ଏଫ୍’ର ୧୨ଟି ଟିମ୍ ମୁତୟନ କରାଯାଇଥିଲା ବୋଲି ପୋଲିସ କହିଛି।
ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଏସ୍. ବାଳଚନ୍ଦ୍ରନ୍ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ବିଗତ ୧୩୦ ବର୍ଷ ହେବ (୧୮୯୧ରୁ ୨୦୨୧) ଚେନ୍ନାଇ ଓ ପୁଡ୍ଡୁଚେରୀ ଉପକୂଳ ଦେଇ ୧୨ଟି ବାତ୍ୟା ପ୍ରବାହିତ ହୋଇଯାଇଛି। ‘ମ୍ୟାଣ୍ଡସ୍’ ହେବ ୧୩ଶ ବାତ୍ୟା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।