କୁସ୍ତି ମ୍ୟାଚ ରୋକି ଖାଲି ହେଲା ଷ୍ଟାଡିୟମ (ପ୍ରତୀକାତ୍ମକ ଛବି)
News18 Odia Digital
ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ରେସଲିଂ ମ୍ୟାଚ୍ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଅସୁବିଧା ଦେଖାଦେଥିଲା । ସେଥିପାଇଁ ମ୍ୟାଚକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ସହିତ ପୁରା ଷ୍ଟାଡିୟମକୁ ମଧ୍ୟ ଖାଲି କରାଯାଇଛି।
କୁସ୍ତିର ଅନ୍ତିମ ମ୍ୟାଚ୍ ମଧ୍ୟ ବିଳମ୍ବ ହେବା ନେଇ ସୂଚନା ମିଳିଛି। ପ୍ରଥମ ରାଉଣ୍ଡରେ ଭାରତର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ଜିତିଥିଲେ। ଉଭୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଟ୍ୱିଟ୍ କରି କହିଛନ୍ତି, "ସୁରକ୍ଷା ଯାଞ୍ଚ ପାଇଁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳ ସ୍ଥଗିତ ରଖିଛୁ। ଅନୁମତି ମିଳିବା ପରେ ଖେଳ ଆରମ୍ଭ ହେବ।" ରେସଲିଂ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୫: ୧୫ ରେ ପୁନଃ ଆରମ୍ଭ ହୋଇଥିଲା।
ଭାରତୀୟ ଖେଳାଳିମାନେ କୁସ୍ତିରେ ଚମତ୍କାର କରିଥିଲେ। ଉଭୟ ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ପ୍ରଥମ ମ୍ୟାଚ୍ ଜିତିଥିଲେ। ବଜରଙ୍ଗ ନାରୁର ଲାୱେ ବିଙ୍ଗହମକୁ 4-0ରେ ପରାସ୍ତ କରିଥିବାବେଳେ ଦୀପକ ପୁନିଆ ନ୍ୟୁଜିଲ୍ୟାଣ୍ଡର ମାଥ୍ୟୁଙ୍କୁ 10-0 ରେ ପରାସ୍ତ କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।