ନାତି ନାତୁଣୀଙ୍କୁ ପାଇଲେ ଜେଜେ ଜେଜେମାଙ୍କ ଶକ୍ତି ବଢ଼ିଯାଏ: ସୁପ୍ରିମକୋର୍ଟ

କରୋନାରେ ବାପମାଙ୍କୁ ହରାଇଥିବା ଏକ ପାଞ୍ଚ ବର୍ଷୀୟ ବାଳକର ଲାଳନପାଳନ ପାଇଁ ସୁପ୍ରିମକୋର୍ଟ ଜେଜେବାପା ଓ ଜେଜେମାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

 ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନାତିନାତୁଣୀଙ୍କୁ ପାଖରେ ପା‌ଇଲେ ଜେଜେବାପା ଓ ଜେଜେମା ଅଧିକ ଉତ୍ସାହିତ ହୋଇ ଉଠନ୍ତି। କରୋନାରେ ବାପମାଙ୍କୁ ହରାଇଥିବା ଏକ ପାଞ୍ଚ ବର୍ଷୀୟ ବାଳକର ଲାଳନପାଳନ ପାଇଁ ସୁପ୍ରିମ୍‌କୋର୍ଟ ଜେଜେବାପା ଓ ଜେଜେମାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଜଷ୍ଟିସ୍‌ ଏମ୍.ଆର୍. ଶାହ ଏବଂ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏହି ମାମଲାର ଶୁଣାଣି କରିଥିଲେ। ପୂର୍ବରୁ ହାଇକୋର୍ଟର ମାଉସୀଙ୍କ ସପକ୍ଷରେ ରାୟ ଶୁଣାଇ ଥିଲେ।

ସୁପ୍ରିମ୍‌କୋର୍ଟରେ ଶୁଣାଣି ବେଳେ ପିଲାଟିର ମାଉସୀ ଯୁକ୍ତି ରଖିଥିଲେ ଯେ, ପିଲାଟିର ମାଉସୀ ଅବିବାହିତା ଓ ଆତ୍ମନିର୍ଭରଶୀଳା। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିବା ବେଳେ ପିଲାଟିର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଭରଣପୋଷଣ ଦାୟିତ୍ବ ସେ ନେଇପାରିବେ। ବୃଦ୍ଧ ଦମ୍ପତି ତଥା ପିଲାଟିର ଜେଜେ ଜେଜେମା ପକ୍ଷରୁ ଯୁକ୍ତି କରାଯାଇଥିଲା, ସେ ଅହମଦାବାଦର ବାସିନ୍ଦା ହୋଇଥିବା ବେଳେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ। ଅହମଦାବାଦରେ ପିଲାଟିର ପାଠପଢ଼ା ଭଲରେ ହୋଇପାରିବ। ମାଉସୀ ଅବିବାହିତ ଥିବା ବେଳେ ଦାହୋଡ଼ ଅଞ୍ଚଳରେ ରୁହନ୍ତି। ଏହା ଦ୍ବାରା ବୃଦ୍ଧ ଦମ୍ପତିଙ୍କୁ ନାତିକୁ ଦେଖା କରିବାରେ ମଧ୍ୟ ଅସୁବିଧା ଉପୁଜୁଛି। ପିତାମାତାଙ୍କ ମୃତ୍ୟୁ ପୂର୍ବରୁ ପିଲାଟି ଜେଜେବାପା ଓ ଜେଜେମାଙ୍କ ନିକଟରେ ରହୁଥିବା ବେଳେ ତା’ର ସମସ୍ତ ଦାୟିତ୍ବ ବହନ କରିବା ପାଇଁ ସେମାନେ ସକ୍ଷମ ବୋଲି ଦାବି କରିଥିଲେ।
Published by:Soumya Das
First published: