Currency Note: ୫୦୦ଟଙ୍କିଆ ନୋଟ୍ ଉପରେ ଏହି ଚିହ୍ନ ନଥିଲେ ଚାଲିବନି ଟଙ୍କା!

Currency Note: ଆପଣଙ୍କ ୫୦୦ଟଙ୍କିଆ ଉପରେ ଅଛି କି ଏହି ଚିହ୍ନ? ଯଦି ନା ତେବେ ଆଗକୁ ଚାଲିବନି ଆପଣଙ୍କ ଟଙ୍କା ।

Viral News

Viral News

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Fact Check: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପରେ ଭାରତୀୟ ମୁଦ୍ରା ସମ୍ବନ୍ଧରେ ଅନେକ ପ୍ରକାରର ଖବର ବାହାରକୁ ଆସୁଛି। ଯଦି ଆପଣଙ୍କର ମଧ୍ୟ ୫୦୦ ଟଙ୍କା ନୋଟ୍ ଅଛି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବବ। ରିଜର୍ଭ ବ୍ୟାଙ୍କ ଦ୍ୱାରା ୫୦୦ ଟଙ୍କିଆ ନୋଟ୍ ବିଷୟରେ ସୂଚନା ଦିଆଯାଇଛି।

ବଜାରରେ ୨ ପ୍ରକାରର ୫୦୦ ନୋଟ୍ ଉପଲବ୍ଧ ଓ ଉଭୟ ନୋଟ୍ ମଧ୍ୟରେ ବହୁତ କମ୍ ପାର୍ଥକ୍ୟ ଅଛି । ଏହି ଦୁଇ ପ୍ରକାରର ନୋଟ୍ ମଧ୍ୟରୁ ଗୋଟିଏକୁ ନକଲି କୁହାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଭିଡିଓରେ ଥିବା ନୋଟ୍ ନକଲି ବୋଲି କୁହାଯାଉଛି। ତେଣୁ ଆମେ ଆପଣଙ୍କୁ କହିବୁ କେଉଁଗୁଡିକ ପ୍ରକୃତ ନୋଟ।

ଭିଡିଓରେ କ’ଣ କୁହାଯାଇଛି?

ଭିଡିଓରେ କୁହାଯାଇଛି ଯେ ଆପଣ ୫୦୦ ଟଙ୍କାର କୌଣସି ନୋଟ୍ ନେବା ଉଚିତ୍ ନୁହେଁ, ଯେଉଁଥିରେ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ପାଖ ଦେଇ କିମ୍ବା ଗାନ୍ଧିଙ୍କ ଚିତ୍ରର ଅତି ନିକଟ ଦେଇ ସବୁଜ ଷ୍ଟ୍ରିପ୍ ଯାଇଛି । ଏହି ଭିଡିଓରେ କୁହାଯାଉଛି ଯେ ଗୋଟିଏ ପ୍ରକାର ନୋଟ୍ ନକଲି ଅଟେ।  PIB ଏହି ଭିଡିଓ ବିଷୟରେ ଏକ ଫ୍ୟାକ୍ଟ ଯାଞ୍ଚ କରିଛି, ଯାହା ପରେ ଏହାର ସତ୍ୟତା ସାମ୍ନାକୁ ଆସିଛି।

TRAIର ନୂଆ ନିୟମ! ୫ ଦିନରେ ବନ୍ଦ ହୋଇଯିବ ଏହି ଫୋନ୍‌ ନମ୍ବର

ଭିଡିଓର ଫ୍ୟାକ୍ଟ ଯାଞ୍ଚ ପରେ ଏହା ଜଣାପଡିଛି ଯେ ଏହି ଭିଡିଓଟି ସମ୍ପୂର୍ଣ୍ଣ ନକଲି। ବଜାରରେ ଚାଲୁଥିବା ଉଭୟ ପ୍ରକାରର ନୋଟ୍ ଅସଲି ଅଟେ। ଯଦି ଆପଣଙ୍କର ୫୦୦ ଟଙ୍କିଆ ନୋଟ୍ ଅଛି, ତେବେ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଉଭୟ ପ୍ରକାରର ନୋଟ୍ ବୈଧ ବୋଲି ଆରବିଆଇ କହିଛି।

ଯଦି ଆପଣ ମଧ୍ୟ ଏପରି କୌଣସି ବାର୍ତ୍ତା ପାଆନ୍ତି, ତେବେ ଆଦୌଚିନ୍ତା କରନ୍ତୁ ନାହିଁ। ଏହିପରି ନକଲି ବାର୍ତ୍ତା କାହା ସହିତ ସେୟାର କରନ୍ତୁ ନାହିଁ। ଏହା ବ୍ୟତୀତ, ଆପଣ ଯେକୌଣସି ଖବରର ଫ୍ୟାକ୍ଟ ଯାଞ୍ଚ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ଵାଟ୍ସଆପ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: pibfactcheck@gmail.com ରେ ପଠାଇ ପାରିବେ।
Published by:Soumya Das
First published: