କ୍ରିପ୍ଟୋକରେନ୍ସି ମାର୍କେଟରେ ହ୍ରାସ; ବିଟକଏନ୍ ସମେତ ଖସିଲା ଅନେକ ବଡ଼ ମୁଦ୍ରା.. କିନ୍ତୁ ବଢ଼ିବାରେ ଲାଗିଛି ଇଥୋରିୟମ

ଭାରତୀୟ ସମୟ ସକାଳ ୯:୪୭ ସୁଦ୍ଧା ବିଶ୍ୱର କ୍ରିପ୍ଟୋକରେନ୍ସି ବଜାର କ୍ୟାପ୍ ୦.୬୮ ପ୍ରତିଶତ ହ୍ରାସ ପାଇ ୧.୧୫ ଟ୍ରିଲିୟନ ଡ଼ଲାରରେ ପହଞ୍ଚିଛି । ଇଥୋରିୟମରେ ସାମାନ୍ୟ ବୃଦ୍ଧି ଘଟିଥିବାବେଳେ ବିଟକଏନ୍ ସମେତ ଅନ୍ୟାନ୍ୟ ପ୍ରମୁଖ ମୁଦ୍ରାରେ ହ୍ରାସ ଘଟିଛି ।

କ୍ରିପ୍ଟୋକରେନ୍ସି ମାର୍କେଟରେ ହ୍ରାସ; ବିଟକଏନ୍ ସମେତ ଖସିଲା ଅନେକ ବଡ଼ ମୁଦ୍ରା

କ୍ରିପ୍ଟୋକରେନ୍ସି ମାର୍କେଟରେ ହ୍ରାସ; ବିଟକଏନ୍ ସମେତ ଖସିଲା ଅନେକ ବଡ଼ ମୁଦ୍ରା

  • Share this:
News 18 Odia Digital

ନୂଆଦିଲ୍ଲୀ; କ୍ରିପ୍ଟୋକରେନ୍ସି ବଜାରରେ ଆଜି ହ୍ରାସ ଦେଖାଉଛି । ଭାରତୀୟ ସମୟ ସକାଳ ୯:୪୭ ସୁଦ୍ଧା ବିଶ୍ୱର କ୍ରିପ୍ଟୋକରେନ୍ସି ବଜାର କ୍ୟାପ୍ ୦.୬୮ ପ୍ରତିଶତ ହ୍ରାସ ପାଇ ୧.୧୫ ଟ୍ରିଲିୟନ ଡ଼ଲାରରେ ପହଞ୍ଚିଛି । ଇଥୋରିୟମରେ ସାମାନ୍ୟ ବୃଦ୍ଧି ଘଟିଥିବାବେଳେ ବିଟକଏନ୍ ସମେତ ଅନ୍ୟାନ୍ୟ ପ୍ରମୁଖ ମୁଦ୍ରାରେ ହ୍ରାସ ଘଟିଛି । କଏନ ମାର୍କେଟ କ୍ୟାପର ତଥ୍ୟ ଅନୁଯାୟୀ, ଖବର ଲେଖିବା ସମୟରେ ବିଟକଏନ୍ ମୂଲ୍ୟ ୧.୪୦ ପ୍ରତିଶତ ହ୍ରାସ ପାଇ ୨୪,୦୧୮.୦୪ ଡଲାରରେ ପହଞ୍ଚିଛି । ଦ୍ୱିତୀୟ ବୃହତ୍ତମ ମୁଦ୍ରା ଇଥୋରିୟମର ମୂଲ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୦.୯୪ ପ୍ରତିଶତ ବୃଦ୍ଧି ହୋଇ ୧.୧୯୦୧.୯୭ ଡଲାରରେ ପହଞ୍ଚିଛି ।

ସର୍ବୋଚ୍ଚ ବଢୁଥିବା କ୍ରିପ୍ଟୋକରେନ୍ସି
କଏନ ମାର୍କେଟକ୍ୟାପ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କ୍ରିପ୍ଟୋ ମିଡିଆ ନେଟୱାର୍କ (ସିଏମଏନ୍), ରିଫ୍ଲେକ୍ଟୋ (ଆରଟିଓ) ଏବଂ ଟେଟ୍ ଟୋକେନ୍ (TOPG) ତିନିଟି ସର୍ବାଧିକ ବୃଦ୍ଧି ପାଉଥିବା ମୁଦ୍ରା ମଧ୍ୟରେ ରହିଛି । ଏହି କ୍ରିପ୍ଟୋକ୍ୟୁରେନ୍ସି ଗୁଡିକର ଭଲ୍ୟୁମ୍ ୫୦ ହଜାର ଡଲାରରୁ ଅଧିକ ।

ଗତ ୨୪ ଘଣ୍ଟା ମଧ୍ୟରେ କ୍ରିପ୍ଟୋ ମିଡିଆ ନେଟୱାର୍କ (CMN) ୧୪୭୫.୯୬ ପ୍ରତିଶତକୁ ବଢ଼ିଥିବା ଦେଖିବାକୁ ମିଳୁଛି । ଏହାର ମୂଲ୍ୟ ୧.୪୩ ଡଲାରରେ ପହଞ୍ଚିଛି । ସର୍ବାଧିକ ବଢ଼ୁଥିବା ମୁଦ୍ରା ମଧ୍ୟରେ ରିଫ୍ଲେକ୍ଟୋ (ଆରଟିଓ) ୧୩୯.୬୭ ପ୍ରତିଶତ ହାସଲ କରିଛି ଏବଂ ଏହାର ବଜାର ମୂଲ୍ୟ ୦.୦୦୦୦୦୦୦୦୫୯୯୧ ଡଲାରରେ ପହଞ୍ଚିଛି । ଟେଟ୍ ଟୋକେନ୍ (TOPG) ତିନି ନମ୍ବରରେ ଅଛି ଏବଂ ୧୧୧.୮୪ ପ୍ରତିଶତ ହାସଲ କରିଛି । ଏହାର ବଜାର ମୂଲ୍ୟ ୦.୦୦୭୫୦୫ଡଲାରରେ ପହଞ୍ଚିଛି ।
Published by:Soubhagya Mishra
First published: