News18 Odia Digital
ଯଦି ଆପଣ କୌଣସି ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁନଥିବେ, ତେବେ ଆପଣ ନିଃସନ୍ଦେହରେ କ୍ରିପ୍ଟୋ-କରେନ୍ସି,,ବିଟ୍କଏନ୍ ଓ NFT ଇତ୍ୟାଦି ବାବଦରେ ନିଶ୍ଚୟ ଶୁଣିଥିବେ। ଏହି କ୍ଷେତ୍ର ଏବେ ଏକ ଚର୍ଚ୍ଚିତ କ୍ଷେତ୍ର ପାଲଟିଗଲାଣି କିନ୍ତୁ ଆମମାନଙ୍କ ମଧ୍ୟରୁ ଅନେକଙ୍କର ଏହା ବାବଦରେ ଅତ୍ୟନ୍ତ ସ୍ଵଳ୍ପ ଜ୍ଞାନ ରହିଛି। ଯଦି ଆପଣ ନିଜେ ଏହି ସ୍ତରରେ ଅଛନ୍ତି, ତେବେ ଆପଣ ଏହା ମଧ୍ୟ ଜାଣିଥିବେ ଯେ ଭାରତରେ କ୍ରିପ୍ଟୋ-କରେନ୍ସିର ଟ୍ରେଡିଙ୍ଗ ପ୍ରତିବନ୍ଧିତ ନୁହେଁ, ତେଣୁ ଆପଣ ନିଜର ଚାହିଦା ଅନୁସାରେ ଏହାର ଟ୍ରେଡିଙ୍ଗ କରିପାରିବେ।
ବିଭିନ୍ନ ଆର୍ଥିକ ସଂସ୍ଥା ଯଥା ପେ-ପାଲ୍, ଭିସା ଓ ମାଷ୍ଟରକାର୍ଡ଼ ସହିତ ବିଭିନ୍ନ ଦେଶ ଯଥା ଏଲ ସାଲଭାଦୋର ଇତ୍ୟାଦିରେ କ୍ରିପ୍ଟୋ-କରେନ୍ସିର ଅଧିକ ମାତ୍ରାରେ ବ୍ୟବହାରକୁ ଦେଖି ଏହା କୁହାଯାଇପାରେ ଯେ ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି ଯେତେବେଳେ ଆପଣ କ୍ରିପ୍ଟୋ ଦୁନିଆଁ ମଧ୍ୟକୁ ନିଜର ଯାତ୍ରା ଆରମ୍ଭ କରିପାରିବେ ତଥା ଅପୂର୍ବ ସୁଯୋଗର ଲାଭ ଉଠାଇପାରିବେ।
କ୍ରିପ୍ଟୋ ଆପଣଙ୍କ ପାଇଁ କାହିଁକି ଆବଶ୍ୟକ
ବାସ୍ତବତା ସର୍ବଦା ସ୍ଵୀକାର୍ଯ୍ୟ ଓ FOMOର ବାସ୍ତବତା ଆଜି ଗ୍ରହଣୀୟ ମଧ୍ୟ। ଏହା ସହିତ ଆହୁରି ସ୍ଵୀକାର କରାଯାଇପାରେ ଯେ ଗତ ଏକ ଦଶନ୍ଧି ମଧ୍ୟରେ ବିଟକଏନ୍ ସମସ୍ତଙ୍କ ପାଇଁ ହୋଇଯାଇଛି ସର୍ବୋତ୍ତମ ନିବେଶ ମଧ୍ୟରୁ ଅନ୍ୟତମ। ଯଦି ଆପଣ ୨୦୧୦ ମସିହାରେ ₹୧୦,୦୦୦ର ବିଟକଏନ୍ କିଣିଥିବେ ତେବେ ମାତ୍ର ସାତ ବର୍ଷ ପରେ ଅର୍ଥାତ ୨୦୧୭ ମସିହାରେ ଏହା ପରିଣତ ହୋଇସାରିଥିବ ₹୬୬ କୋଟି ଟଙ୍କାର ଏକ ବିଶାଳ ଧନରାଶିରେ। ମାତ୍ର ସାତ ବର୍ଷରେ ଏହାର ଅଭିବୃଦ୍ଧି ହୋଇଥିଲା ୬୬୦୦୦୦୦% ଓ ୧ ବିଟକଏନର ମୂଲ୍ୟ ଜୁଲାଇ ୨୦୧୭ରେ ହୋଇଯାଇଥିଲା USD ୨୭୭୯।
୨୦୧୭ମସିହାଠାରୁ ବିଟକଏନର ମୂଲ୍ୟ ଆହୁରି ଅଧିକ ତୀବ୍ର ବେଗରେ ବଢ଼ିବାରେ ଲାଗିଛି ଓ ଏବେ ଗୋଟିଏ ବିଟକଏନ୍ USD ୪୬,୦୦୦ (₹୩୪.୪୬ ଲକ୍ଷ)ଠାରୁ ଅଧିକ ମୂଲ୍ୟରେ ଟ୍ରେଡିଙ୍ଗ ହେଉଛି। ଅନ୍ୟ କୌଣସି ନିବେଶରେ ଯଦି ଆପଣ ଏଭଳି ଅଭିବୃଦ୍ଧି ହାର ଦେଖିବାକୁ ପାଆନ୍ତି ତେବେ ଆମେ ଆମର କଥା ତୁରନ୍ତ ଫେରେଇ ନେବୁ।
ବିଶ୍ଳେଷଣକାରୀମାନେ ଏହା କୁହନ୍ତି ଯେ ପ୍ରତି ବିଟକଏନର ମୂଲ୍ୟ ୨୦୨୫ମସିହାର ଡିସେମ୍ବର ମାସ ବେଳକୁ USD ୩୧୮୪୧୭ (₹୨.୩୬କୋଟି) ଛୁଇଁ ସାରିଥିବ। ଯେଉଁମାନେ ପ୍ରଥମ ଥର ପାଇଁ ଏଥିରେ ନିବେଶ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଏକ ବୃହତ ଲମ୍ଫ ପ୍ରଦାନର ଏହା ଏକ ବଡ଼ ସଙ୍କେତ ଓ ସେମାନେ ହେବାକୁ ଯାଉଛନ୍ତି ବିଟକଏନ ବିକାଶ କାହାଣୀର ଏକ ପ୍ରମୁଖ ଅଂଶ। ତେବେ ଆଗେଇ ଆସନ୍ତୁ ଓ ଶୁଭାରମ୍ଭ କରନ୍ତୁ।
କ୍ରିପ୍ଟୋ-କରେନ୍ସି: କିପରି ଆରମ୍ଭ କରିବେ
ଏବେ ଯେହେତୁ ଆପଣ କ୍ରିପ୍ଟୋ-କରେନ୍ସିରେ ନିବେଶ ଆରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତେଣୁ ଏହି ନୂଆ ନିବେଶରେ କ’ଣ ଲାଭ ରହିଛି ତାହା ଆପଣଙ୍କର ଜାଣିବା ନିହାତି ଆବଶ୍ୟକ ଅଛି। ଯଦି ଆପଣ ହୃଦୟଙ୍ଗମ କରିପାରନ୍ତି ଯେ କ୍ରିପ୍ଟୋରେ ରହିଛି ଉଜ୍ଜ୍ଵଳ ଭବିଷ୍ୟତ ତେବେ ସ୍ଵତଃ ସୃର୍ତତ୍ତ ଭାବରେ ଆପଣ ଏହା ପ୍ରତି ଆକର୍ଷିତ ହେବେ ।
ମନସ୍ଥ କରିସାରିବା ପରେ ପ୍ରଥମେ ଆପଣଙ୍କୁ ଚୟନ କରିବାକୁ ପଡ଼ିବ ଯେ ଆପଣ କେଉଁ କ୍ରିପ୍ଟୋରେ ନିବେଶ କରିବେ ଓ ଏଥିରେ କେତେ ଟଙ୍କା ନିବେଶ କରିବେ। ଆପଣ ବିଟକଏନ୍ ତଥା ଇଥେରିଉମ୍ ଭଳି ଲୋକପ୍ରିୟ ବିକଳ୍ପ ଚୟନ କରିପାରିବେ, କିନ୍ତୁ ଏହା ସହିତ ଅଳ୍ପ ଜଣାଶୁଣା ସେହି କଏନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଇପାରିବେ ଯେଉଁ କଏନଗୁଡ଼ିକ ମଧ୍ୟରେ ସେମାନଙ୍କର ଲୋକପ୍ରିୟ ପ୍ରତିସ୍ପର୍ଦ୍ଧୀମାନଙ୍କ ତୁଳନାରେ ଅଧିକ ଅଭିବୃଦ୍ଧି ହେବାର ସାମର୍ଥ୍ୟ ରହିଥିବ।
ଅର୍ଥ ନିବେଶ କରିବା ପାଇଁ ପ୍ରଥମେ ଆପଣଙ୍କୁ ଭାରତର କ୍ରିପ୍ଟୋ ଏକ୍ସଚେଞ୍ଜ ସର୍ଭିସରେ ସାଇନ୍-ଅପ୍ କରିବାକୁ ପଡ଼ିବ, KYC ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ ଓ ଏହାପରେ ଆପଣଙ୍କର ପ୍ରଥମ କ୍ରିପ୍ଟୋ କିଣିବା ପାଇଁ ଆପଣଙ୍କୁ ନିଜର ବ୍ୟାଙ୍କରୁ ଏକ୍ସଚେଞ୍ଜକୁ ଟଙ୍କା ଟ୍ରାନ୍ସଫର କରିବାକୁ ପଡ଼ିବ। ଆମ ପରାମର୍ଶ ଅନୁସାରେ ଏଥିପାଇଁ ଆପଣ ବିଟକଏନ ଏକ୍ସଚେଞ୍ଜ ଆପ୍
ZebPay ବ୍ୟବହାର କରନ୍ତୁ କାରଣ ଏହା ହେଉଛି ଆମ ଦେଶର ସବୁଠାରୁ ଅଧିକ ପୁରୁଣା ତଥା ଅଧିକ-ବିଶ୍ଵସନୀୟ କ୍ରିପ୍ଟୋ ଏକ୍ସଚେଞ୍ଜ ଗୁଡ଼ିକ ମଧ୍ୟରୁ ଅନ୍ୟତମ।
ZebPay ଯାହା ହେଉଛି ଏକ ବିଜ୍ଞ ତଥା ସମସ୍ୟା-ବିହୀନ ଆପ ଏହାର ଆଉ କେତେକ ବିଶେଷ ଫିଚର କାରଣରୁ ଏହାକୁ ବ୍ୟବହାର କରିବା ଖୁବ ସହଜ ଅଟେ। ଉଦାହରଣ ସ୍ଵରୂପ
ZebPay ଅର୍ନକୁ ବିଚାରକୁ ନିଅନ୍ତୁ। ଏହି ଫିଚର୍ ଜରିଆରେ ଆପଣ କ୍ରିପ୍ଟୋରେ କେବଳ ହୋଲ୍ଡିଙ୍ଗ କରି ଆପଣ ଆହୁରି ଅଧିକ କ୍ରିପ୍ଟୋ ପାଇପାରିବେ–ସତେ ଯେପରି ଆପଣଙ୍କୁ ନିଜର କ୍ରିପ୍ଟୋ ସେଭିଙ୍ଗ୍ସ ଉପରେ ସୁଧ ମିଳୁଛି। ଯେଉଁ କଏନଗୁଡ଼ିକ ଆପଣ ହୋଲ୍ଡ କରିଥିବେ ତାହା ଉପରେ ୧% ରୁ ଆରମ୍ଭ କରି ୭. ୫% ପର୍ଯ୍ୟନ୍ତ ରିଟର୍ନ ସହିତ ଆପଣ କିଛି ବି ନକରି ଆହୁରି ଅଧିକ କ୍ରିପ୍ଟୋ ଲାଭ କରିପାରିବାର ସୁବିଧା ପାଇବେ।
କ୍ରିପ୍ଟୋରେ ପ୍ରଥମ ଥର ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଜାଣିବା କଥା
ଯଦି ଆପଣ ପ୍ରଥମ ଥର ପାଇଁ ଏଥିରେ ନିବେଶ କରୁଛନ୍ତି ତେବେ ନିମ୍ନଲିଖିତ କେତେକ ଅତିରିକ୍ତ ପରାମର୍ଶ ଆପଣ ମନେ ରଖିବା ଉଚିତ।
1–ପ୍ରାରମ୍ଭିକ ସମୟରେ ଆପଣ ନିଜ ସମଗ୍ର ନିବେଶର କେବଳ ଏକ କ୍ଷୁଦ୍ର ଅଂଶ ହିଁ କ୍ରିପ୍ଟୋ-କରେନ୍ସିରେ ନିବେଶ କରନ୍ତୁ। ଏଥିରେ କେବଳ ସେତିକି ପରିମାଣର ଅର୍ଥ ନିବେଶ କରନ୍ତୁ ଯେତିକି ପରିମାଣର ଆର୍ଥିକ କ୍ଷତି ଆପଣ ସହିପାରିବେ।
2–କ୍ରିପ୍ଟୋ-କରେନ୍ସିରେ ନିବେଶ ଆରମ୍ଭ କରିବା ପାଇଁ ହଜାର ହଜାର ଟଙ୍କାର ନିବେଶ କରିବାର ଆବଶ୍ୟକତା ନାହିଁ। ଏକ୍ସଚେଞ୍ଜ ଜରିଆରେ ଆପଣ ସର୍ବନିମ୍ନ ₹୧୦୦ ଟଙ୍କାରୁ ମଧ୍ୟ ନିଜର ନିବେଶ ଆରମ୍ଭ କରିପାରିବେ। ଏହିପରି ଭାବରେ ଆପଣ କୌଣସି କ୍ରିପ୍ଟୋର ଏକ କ୍ଷୁଦ୍ର ଅଂଶ କିଣିପାରିବେ ଯେପରି ଆପଣ ଏକ ସଂପୂର୍ଣ୍ଣ କଏନ୍ ନକିଣି ଏକ ବିଟକଏନ୍ କିଣିପାରିବେ।
3 – ସରକାରଙ୍କ ନୀତି-ନିୟମ ତଥା ସମାଚାର ଉପରେ ସର୍ବଦା ନଜର ରଖନ୍ତୁ। ଯଦିଓ ଭାରତରେ କ୍ରିପ୍ଟୋ ପ୍ରତିବନ୍ଧିତ ନୁହେଁ, ତଥାପି ଏହାର ନୀତି-ନିୟମ ଉପରେ ଅନେକ ବିରୋଧାଭାସୀ ସୂଚନା ମିଳିପାରେ। ତେଣୁ ସଠିକ୍ ଗ୍ରୁପ୍, ଫୋରମ୍ ଓ ସମାଚାର ଉତ୍ସ ଅନୁସରଣ କରି ନବୀନତମ ସୂଚନା ପ୍ରାପ୍ତ କରନ୍ତୁ।
4–କଥାରେ ଅଛି ଅତ୍ୟନ୍ତ ଲାଭଦାୟକ ବିତ୍ତ, ଗଲାବେଳେ ଯାଏ ମୂଳ ସହିତ। କେତେକ କ୍ରିପ୍ଟୋ ଏକ୍ସଚେଞ୍ଜ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଲାଭ ପ୍ରଦାନ କରିପାରନ୍ତି କିନ୍ତୁ ଯଦି ଏଥିରେ କ୍ଷତି ହୁଏ ତେବେ ନିମିଷକେ ଆପଣ ସର୍ବସ୍ଵାନ୍ତ ହୋଇଯାଇ ପାରନ୍ତି। ତେଣୁ ZebPay ପରି ସୁପରିଚିତ କ୍ରିପ୍ଟୋ ଏକ୍ସଚେଞ୍ଜ ସହିତ ଜଡ଼ିତ ହୋଇ ରହନ୍ତୁ।
କ୍ରିପ୍ଟୋ-କରେନ୍ସିର ଦୁନିଆଁ ମଧ୍ୟକୁ ଆପଣଙ୍କର ଏହି ନୂତନ ଯାତ୍ରା ଉପଲକ୍ଷେ ଆମ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆପଣ ଆମ ସହ ଜଡ଼ିତ ହୋଇ ରହନ୍ତୁ ଓ ଆମେ ଆପଣଙ୍କୁ ଯଥାଶୀଘ୍ର ପ୍ରଦାନ କରିଚାଲିବୁ ସେହି ସମସ୍ତ ସୂଚନା ଯାହା ସହାୟତାରେ ଆପଣ ହୋଇପାରିବେ ଜଣେ ସଫଳ କ୍ରିପ୍ଟୋ-କରେନ୍ସି ନିବେଶକ।
Disclaimer:
କ୍ରିପ୍ଟୋ-କରେନ୍ସି ହେଉଛି ଏକ ଅନିୟନ୍ତ୍ରିତ ଡିଜିଟାଲ୍ ସମ୍ବଳ ଏବଂ ଏହା କୌଣସି ନ୍ୟାୟିକ ଚୁକ୍ତିନାମା ଅନ୍ତର୍ଭୁକ୍ତ ନୁହେଁ। ପୂର୍ବ ପ୍ରଦର୍ଶନ ଭବିଷ୍ୟତର ଫଳାଫଳ ପାଇଁ ଗ୍ୟାରେଣ୍ଟି ଦେଇନଥାଏ। କ୍ରିପ୍ଟୋ-କରେନ୍ସିରେ ନିବେଶ/ବ୍ୟବସାୟ ବାଣିଜ୍ୟିକ ବିପଦ ଏବଂ ନ୍ୟାୟିକ ବିପଦର ଅଧିନ ଅଟେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।