News18 Odia Digital
Petrol Diesel Prices To Shoot Up: ଦେଶବାସୀ ମୁଦ୍ରାସ୍ଫୀତିର ଏକ ବଡ଼ ଝଟକା ପାଇବାକୁ ଯାଉଛନ୍ତି। ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ବଡ଼ ବୃଦ୍ଧି ପାଇଁ ଆପଣ ଅଣ୍ଟା ସିଧା କରିନିଅନ୍ତୁ। କାରଣ ଋଷର ୟୁକ୍ରେନ ଉପରେ ଆକ୍ରମଣ ଓ ଯୁଦ୍ଧର ଆଶା ହେତୁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ରେକର୍ଡ ସ୍ତରରେ ୧୦୧ ଡଲାରରେ ପହଞ୍ଚିଛି। ୨୦୧୪ ସେପ୍ଟେମ୍ବର ପରଠାରୁ ଏହା ପ୍ରଥମ ଥର ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁଛି। ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଂପୂର୍ଣ୍ଣ ରୂପେ ଆରମ୍ଭ ହୁଏ ତେବେ ଅଶୋଧିତ ତୈଳ ଅଧିକ ମହଙ୍ଗା ହୋଇପାରେ।
ଅଶୋଧିତ ତୈଳ ୧୦୦ ଡଲାରରୁ ଅଧିକ ହେବଅଶୋଧିତ ତୈଳର ମୂଲ୍ୟ ଉପରେ ନଜର ରଖିଥିବା ଆନ୍ତର୍ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନୁଯାୟୀ ଅଶୋଧିତ ତୈଳର ମୂଲ୍ୟ ଆହୁରି ବପାରେ। ଗୋଲ୍ଡମ୍ୟାନ୍ ସାକ୍ସ କହିଛନ୍ତି ଯେ ୨୦୨୨ ମସିହାରେ ଅଶୋଧିତ ତୈଳର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବାର ପୂର୍ବାନୁମାନ ଠିକ୍ ପ୍ରମାଣିତ ହୋଇଛି। ଏଥି ସହିତ, ଜେପି ମୋର୍ଗାନ ୨୦୨୨ରେ ବ୍ୟାରେଲ ପିଛା ୧୨୫ ଡଲାର ଓ ୨୦୨୩ରେ ବ୍ୟାରେଲ ପିଛା ୧୫୦ ଡଲାର ପର୍ଯ୍ୟନ୍ତ ଛୁଇଁବ ବୋଲି ପୂର୍ବାନୁମାନ କରିଛି।
ଦୁଇ ମାସରୁ ଦାମ ଆକାଶ ଛୁଆଁଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିବାରେ ଲାଗିଛି। ୨୦୨୨ ମସିହାରେ ଅଶୋଧିତ ତୈଳ ମୂଲ୍ୟରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି, ଗତ ଦୁଇ ମାସ ଧରି ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୬୮.୮୭ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ କାରବାର କରୁଛି। ଅର୍ଥାତ୍ ଦେଢ଼ ମାସ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ନିମ୍ନ ସ୍ତରରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି।
ପେଟ୍ରୋଲ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ନାହିଁକିନ୍ତୁ ଅସୁବିଧା ଏଠାରେ ଶେଷ ହୋଇନାହିଁ। ଯଦିଓ ୨୦୨୧ ନଭେମ୍ବର ୪ ଠାରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।