News18 Odia Digital
CRPF Bharti 2023: ସରକାରୀ ଚାକିରି (Govt Job) ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ ରିର୍ଜବ ପୋଲିସରେ (CRPF) ସବ-ଇନ୍ସପେକଟ ଆଉ ଆସିଷ୍ଟାଣ୍ଟ ସବ-ଇନ୍ସପେକଟ ପଦବୀ ପାଇଁ ପ୍ରବେଶ ପ୍ରକିୟା ଖୁବ ଶୀଘ୍ର ସମାପ୍ତି ହେବାକୁ ଯାଉଛି।
ଯେଉଁମାନେ ସରକାରୀ ଚାକିରି (Govt Job) ଆଶାରେ ରହିଛନ୍ତି ସେମାନେ ଏହି ସୁଯୋଗ ହାତ ଛଡ଼ା ନକରି ତୁରନ୍ତ ଆବେଦନ କରିବା ଆବଶ୍ୟକ। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରି ନାହାଁନ୍ତି ତୁରନ୍ତ ଏହି ଲିଙ୍କ rect.crpf.gov.in ରେ କ୍ଲିକ କରି ଆବେଦନ କରନ୍ତୁ।
ଗୁରୁତ୍ବପୂର୍ଣ୍ଣ ତାରିଖ: ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୧ ମଇ ୨୦୨୩।
ପଦବୀ ସଂଖ୍ୟା: ଏହି ଡ୍ରାଇଭରେ ମୋଟ ୨୧୨ ପଦବୀ ପୂରଣ ହେବ।
ସବ-ଇନ୍ସପେକ୍ଟର(ଆରଓ) -୧୯
ସବ-ଇନ୍ସପେକ୍ଟର(କ୍ରିଫ୍ଟୋ)-୦୭
ଉପ-ନିରୀକ୍ଷକ(ଯାନ୍ତ୍ରିକ)-୦୫
ସବ-ଇନ୍ସପେକ୍ଟର(ସିଭିଲ)(ପୁରୁଷ)-୨୦
ସହାୟକ ଉପ-ନିରୀକ୍ଷକ(ଯାନ୍ତ୍ରିକ)-୧୪୬
ସହାୟକ ଉପ-ନିରୀକ୍ଷକ(ଡ୍ରାଫ୍ଟସମ୍ୟାନ)-୧୫
ଶିକ୍ଷ୍ୟାଗତ ଯୋଗ୍ୟତା:୧. ଏଏସଆଇ- ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଡ୍ରାଫ୍ଟସମ୍ୟାନ କୋର୍ସରେ ତିନି ବର୍ଷର ଡିପ୍ଲୋମା ଡିଗ୍ରୀ ସହିତ ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ କରିଥିବା ଆବଶ୍ୟକ।
୨. ଏସଆଇ:ଏହି ପଦ ପାଇଁ ଯେଉଁମାନେ ନିବେଦନ କରୁଛନ୍ତି ସେମାନଙ୍କ ପାଖରେ ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଇଷ୍ଟରମିଡିଏଟ ଡିଗ୍ରୀ ସହିତ ତୃତୀୟ ବର୍ଷର ଡିପ୍ଲୋମା ଡିଗ୍ରୀ ରହିଥିବା ଆବଶ୍ୟକ।
୩. କନେଷ୍ଟବଳ: ଆବେଦନକାରୀଙ୍କ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ କରିଥିବା ଆବଶ୍ୟକ।
୪. ବୟସ ସୀମା: ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ଆୟୁ ସୀମା ସର୍ବାଧିକ ୩୦ ବର୍ଷ ହୋଇଥିବା ଆବଶ୍ୟକ। ଯେଉଁଠାରେ ଅଧିକତମ ବୟସ ସୀମା ୨୫ ବର୍ଷ ଧାର୍ଯ୍ୟ କରାଯାଇଥାଏ।
ପଢ଼ନ୍ତୁ ଏହି ଖବର: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର; ଏଣିକି ଯାତ୍ରା ସମୟରେ ମିଳିବ ଏହି ସୁବିଧାକିଭଳି କରିବେ ଆବେଦନ:୧- ସର୍ବ ପ୍ରଥମେ ଆବେଦନକାରୀ crpf.nic.inରେ ଲଗ୍ଇନ୍ କରନ୍ତୁ।
୨- କ୍ୟାରିୟର ସେକ୍ସନକୁ ଯାଅନ୍ତୁ ଏବଂ ଆପ୍ଲିକେସନ ଫର୍ମ ଲିଙ୍କକୁ ଯାଅନ୍ତୁ।
୩- ଅନଲାଇନ ଆପ୍ଲାଏ ସାଇଟ ଉପରେ କ୍ଲିକ କରନ୍ତୁ।
୪- ଆବେଦନ ପତ୍ର ଧ୍ୟାନ ପୂବର୍କ ଭର୍ତ୍ତି କରୁନ୍ତୁ।
୫- ନିଜର ଫଟୋ,ହସ୍ତାକ୍ଷର ସ୍କାନ କରି ଅପଲୋଡ କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।