News18 Odia Digital
CRPF Recruitment 2023: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ରେ ଚାକିରି(Sarkari Naukri) ପାଇବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ । ପାରାମିଲିଟାରୀ ଫୋର୍ସରେ ସବ୍-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ CRPF SI ଓ ASI (CRPF Recruitment 2023) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ (CRPF Recruitment), ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ CRPFର crpf.gov.inର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୨୧ ତାରିଖ । CRPF ଭାରତୀ ୨୦୨୩ ଅଧୀନରେ ସମୁଦାୟ ୨୧୨ଟି ପଦ ପୂରଣ ହେବ ।
CRPF ନିଯୁକ୍ତି ପାଇଁ ପୂରଣ ହେବାକୁ ଥିବା ପୋଷ୍ଟ ସଂଖ୍ୟା : ୨୧୨ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ଚାଲିଛି ।
ସବ୍-ଇନ୍ସପେକ୍ଟର (ଆର୍ଓ): ୧୯
ସବ୍-ଇନ୍ସପେକ୍ଟର (କ୍ରିପ୍ଟୋ): ୭
ସବ୍-ଇନ୍ସପେକ୍ଟର (ଯାନ୍ତ୍ରିକ): ୫
ସବ୍-ଇନ୍ସପେକ୍ଟର (ସିଭିଲ୍) (ପୁରୁଷ): ୨୦
ସହକାରୀ ସବ୍-ଇନ୍ସପେକ୍ଟର (ବୈଷୟିକ): ୧୪୬
ସହକାରୀ ସବ୍-ଇନ୍ସପେକ୍ଟର (ଡ୍ରାଫ୍ଟମ୍ୟାନ୍): ୧୫
CRPF ଭାରତୀ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ...ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ - ୦୧ ମେ
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ - ୨୧ ମେ
CRPF ନିଯୁକ୍ତି ପାଇଁ ବୟସ ସୀମା କେତେ ?ସବ୍-ଇନ୍ସପେକ୍ଟର ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୩୦ବର୍ଷରୁ କମ୍ ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ ।
ବିଜ୍ଞପ୍ତି ଓ ଆବେଦନ ପାଇଁ ତଳ ଲିଙ୍କ୍କୁ କ୍ଳିକ୍ କରନ୍ତୁ...CRPF ନିଯୁକ୍ତି ୨୦୨୩ ପାଇଁ ବିଜ୍ଞପ୍ତି ଲିଙ୍କ୍CRPF ନିଯୁକ୍ତି ୨୦୨୩ ଆବେଦନ କରିବା ପାଇଁ ଲିଙ୍କ୍କେମିତି ଚୟନ ପ୍ରକ୍ରିୟା ହେବ ?ଲିଖିତ ପରୀକ୍ଷା, ଫିଜିକାଲ୍ ଷ୍ଟାଣ୍ଡାର୍ଡ ଟେଷ୍ଟ / ଶାରୀରିକ ଦକ୍ଷତା ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ବିସ୍ତୃତ ମେଡିକାଲ ଟେଷ୍ଟ (DME) ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ।
ପଢନ୍ତୁ ଏହି ଖବର :
PM Kisan Scheme: ଚାଷୀଙ୍କ ଆକାଉଣ୍ଟକୁ ଆସିବ ୧୫ ଲକ୍ଷ ଟଙ୍କା... ଖାଲି କରନ୍ତୁ ଏହି କାମ !ପଢନ୍ତୁ ଏହି ଖବର :
ନବୀନଙ୍କ ପାଓ୍ବାର ସୋ’; ଦୀପାଳିଙ୍କ ପାଇଁ ଏକାଠି ହେଲେ BJDର ହେଭିଓ୍ବେଟନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।