ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ; ଜଣେ ସିଆରପିଏଫ ଯବାନ ସହିଦ

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ; ଜଣେ ସିଆରପିଏଫ ଯବାନ ସହିଦ ।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ; ଜଣେ ସିଆରପିଏଫ ଯବାନ ସହିଦ ।

  • Share this:
News 18 Odia Digital

ଶ୍ରୀନଗର; ପୁଲୱାମାରେ ପୁଣି ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଆଜି ଅପରାହ୍ନ ସମୟରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଏକ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ସ୍ଥାନୀୟ ପୁଲିସ ଏବଂ ସିଆରପିଏଫ ଯବାନମାନେ ଚେକ୍ ପୋଷ୍ଟରେ ଯାଞ୍ଚ କରୁଥିବା ସମୟରେ ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ଘଟିଛି ଗୋଙ୍ଗୁ କ୍ରସିଂ ଅଞ୍ଚଳରେ ।
ଆକ୍ରମଣରେ ଆହତ ସିଆରପିଏଫର ଏଏସଆଇ ବିନୋଦ କୁମାରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁରା ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ।

ପୂର୍ବରୁ ଜୁଲାଇ ୧୨ରେ ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଆତଙ୍କବାଦୀମାନେ ମଧ୍ୟ ଆକ୍ରମଣ କରିଥିଲା । ଆତଙ୍କବାଦୀମାନେ ପୂର୍ବରୁ ମାର୍କେଟରେ ପୁଲିସର ଯାଞ୍ଚ ଟିମକୁ ଅପେକ୍ଷା କରିଥିଲେ । ଯାଞ୍ଚ୍ ଟିମ୍ ପହଞ୍ଚିବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଏଏସ୍ଆଇ ମୁଶତାକ୍ ଅହମ୍ମଦ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହି ଆକ୍ରମଣରେ ଅନ୍ୟ ଦୁଇ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହି ଅଞ୍ଚଳରେ ପ୍ରାୟତଃ ଯାତାୟାତ ହୋଇଥାଏ, ଯେଉଁଥିପାଇଁ ସୁବିଧାରେ ଆତଙ୍କବାଦୀ ମାନେ ଲୁଚି ରହିଥାନ୍ତି । ବର୍ତ୍ତମାନ ପୁରା ଅଞ୍ଚଳକୁ କର୍ଡନ ଭିତରେ ରଖାଯିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଛି ।
Published by:Soubhagya Mishra
First published: