News18 Odia Digital
ପିଚ୍ରେ ବୋଲରଙ୍କ ନିଦ ହଜାଉଥିବା ଟିମ୍ ଇଣ୍ଡିଆର ଯୁବ ଷ୍ଟାର କେ.ଏଲ ରାହୁଲ ଏବେ ଜଣେ ସୁନ୍ଦରୀଙ୍କ ପ୍ରେମରେ ବୋଲ୍ଡ ହୋଇଯାଇଛନ୍ତି । ଉଭୟଙ୍କୁ ହୋଟେଲ, ରେସ୍ତୋରାଁ ଓ କଫି ସପ୍ରେ ଦେଖିବାକୁ ମିଳୁଛି । ତେବେ ଦୁହେଁ ଏବେ ଡେଟ୍ରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

କେ.ଏଲ ରାହୁଲଙ୍କ ସହ ଆଥିୟା ଛୁଟି କଟାଉଥିବା ସମୟର ଫୋଟ
ଟିମ୍ ଇଣ୍ଡିଆର ଓପନିଂ ତଥା ଆଟାକିଂ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ । ଉଭୟ ଟି-ଟ୍ବେଣ୍ଟି ହେଉ କି ଦିନିକିଆ ମ୍ୟାଚ । ସବୁଥିରେ ସେ ଦେଖାଇଛନ୍ତି ତାଙ୍କ ବ୍ୟାଟିଂର କମାଲ । ତେବେ କିଛି ଦିନ ହେଲା ଏହି ଯୁବ କ୍ରିକେଟ୍ ଷ୍ଟାର ଜଣକ ଜଣେ ସୁନ୍ଦରୀଙ୍କ ପ୍ରମରେ ପଡ଼ିଛନ୍ତି । ଆଉ ସେ ସୁନ୍ଦରୀ ଜଣଙ୍କ ହେଉଛନ୍ତି ଆଥିୟା ସେଟ୍ଟୀ ।
ତେବେ ଆଥିୟା ସେଟ୍ଟୀ ହେଉଛନ୍ତି ବଲିଉଡ୍ ଷ୍ଟାର ସୁନିଲ ସେଟ୍ଟୀଙ୍କ ଲଳନା । ସବୁଠୁ ବଡ଼ କଥା ହେଲା ଉଭୟଙ୍କ ସମ୍ପର୍କକୁ ସୁନିଲ ସେଟ୍ଟୀ ଓ ପୁରା ପରିବାର ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଆଥିୟାଙ୍କ ଭାଇ ମଧ୍ୟ ରାହୁଲଙ୍କ ସପକ୍ଷରେ ଅଛନ୍ତି ।

ଆଥିୟା ଓ ରାହୁଲ ଗାଡ଼ିରେ ବୁଲୁଥିବା ବେଳର ଫୋଟ
ପ୍ରାୟ ୨ ବର୍ଷ ହେଲା ଚାଲିଛି ଉଭୟଙ୍କ ପ୍ରେମର ରେଲ୍ ଗାଡ଼ି । ରାହୁଲ ତାଙ୍କ ସହ ଡେଟ୍ କରୁଛନ୍ତି । ଏଥର ଥାଇଲାଣ୍ଡରେ ଉଭୟ କଟାଇଥିଲେ ନୂଆ ବର୍ଷ ପାର୍ଟି ।
Published by:Sibanava Panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।