News18 Odia Digital
ନୂଆ ଦିଲ୍ଲୀ: ଆର ଅଶ୍ୱିନ, ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଟସ୍ ଜିତି ପ୍ରଥମ ଦିନରେ ପ୍ରଥମ ଇନିଂସରେ ମାତ୍ର ୧୯୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛି । ମାର୍ନସ୍ ଲାବୁଶେନ୍ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ଘାତକ ବୋଲିଂର ବେଶୀ ସମୟ ପଡିଆରେ ତିଷ୍ଠି ପାରିନଥିଲେ । ଲାବୁଶେନ୍ ସର୍ବାଧିକ ୪୮ ରନ୍ ସ୍କୋର କରିଥିଲେ । ତାଙ୍କ ବ୍ୟତୀତ ଟ୍ରାଭିସ୍ ହେଡ୍ ୩୮ ରନ୍ ସଂଗ୍ରହ କରିଥିଲେ ।
ଟିମ୍ ଇଣ୍ଡିଆ ଚମତ୍କାର ଆରମ୍ଭ କରି ୭୨.୩ ଓଭରରେ ୧୯୫ ରନ୍ ପାଇଁ ଅଷ୍ଟ୍ରେଲିଆକୁ ସୀମିତ ରଖିଛି । ଜସପ୍ରୀତ ବୁମ୍ରା ୩.୫୦ ରନରେଟ ସହିତ ୫୬ ରନ୍ ଦେଇ ଚାରି ୱିକେଟ୍ ନେଇଥିଲେ । ଅଶ୍ୱିନ୍ ୧.୪୬ ର ରନରେଟ ସହିତ ୩୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଡେବ୍ୟୁ ମ୍ୟାଚ୍ ମହମ୍ମଦ ସିରାଜ ୨.୬୭ ର ରନରେଟ ସହିତ ୪୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ ।
ଭାରତୀୟ ବୋଲରମାନେ ଆରମ୍ଭରୁ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେଆରମ୍ଭରୁ ଭାରତୀୟ ବୋଲରମାନେ ମ୍ୟାଚ୍ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ । ଭାରତ ପ୍ରଥମ ସେସନରେ ୬୫ ରନ୍ ଦେଇ ଅଷ୍ଟ୍ରେଲିଆକୁ ତିନୋଟି ବଡ଼ ଝଟକା ଦେଇଥିଲା । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଅଜିଙ୍କ୍ୟ ରାହାନେଙ୍କ ଦକ୍ଷ ଅଧିନାୟକତ୍ୱ ସହିତ ଭାରତ ଟର୍ନ ଓ ବାଉନ୍ସରେ ପିଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।
ଜସପ୍ରୀତ ବୁମ୍ରା ଜୋ ବର୍ନସଙ୍କୁ ପଞ୍ଚମ ଓଭରରେ ଆଉଟ କରିଥିଲେ । ତାଙ୍କର ଖରାପ ଫର୍ମ ଜାରି ରହିଛି ଓ ସେ ନିଜ ଖାତା ମଧ୍ୟ ଖୋଲିପାରିନଥିଲେ । ବୁମ୍ରାଙ୍କ ବଲକୁ ଖେଳିବାକୁ ଯାଇ ସେ ଋଷଭ ପନ୍ତଙ୍କୁ ୱିକେଟ୍ ପଛରେ କ୍ୟାଚ ଦେଇଥିଲେ । ଏହା ପରେ ଏକାଦଶ ଓଭରରେ ଅଶ୍ୱିନ ମାଥ୍ୟୁ ୱେଡଙ୍କୁ ପାଭିଲିୟନକୁ ପଠାଇଥିଲେ । ୱେଡ ୩୯ଟି ବଲରୁ ୩୦ ରନ ସ୍କୋର କରିଥିଲେ । ଏହା ପରେ ଅଶ୍ୱିନ ଷ୍ଟିଭ ସ୍ମିଥଙ୍କ ରୂପରେ ଏକ ବଡ ୱିକେଟ୍ ନେଇଥିଲେ । ସ୍ମିଥ୍ ଖାତା ମଧ୍ୟ ଖୋଲିପାରିନଥିଲେ ଓ ସେ ନୂତନ ଉପ-ଅଧିନାୟକ ଚେତେଶ୍ୱର ପୂଜାରାଙ୍କୁ ଲେଗ୍ ଗଲିରେ କ୍ୟାଚ ଦେଇଥିଲେ ।
ହେଡ଼ ଓ ଲାବୁଶେନ୍ ପାରି ସମ୍ଭାଳିବାକୁ ପ୍ରୟାସ କରିଥିଲେସ୍ମିଥଙ୍କ ୱିକେଟ୍ ଯିବା ପରେ ମାର୍ନାସ୍ ଲାବୁଶେନଙ୍କ ସହ ଟ୍ରାଭିସ୍ ହେଡ୍ ଇନିଂସ ପରିଚାଳନା କରିବାକୁ ଚେଷ୍ଟା କରିଥିଲେ ଓ ଉଭୟ ଦଳକୁ ୧୦୦ ରନର ଭାଗିଦାରୀ କରିବାରେ ସଫଳ ହୋଇଥିଲେ । ବୁମ୍ରାଙ୍କ ବଲରେ ହେଡ଼ ରାହାଣେଙ୍କ ଦ୍ୱାରା କ୍ୟାଚ ଆଉଟ ହେବ ଦ୍ୱାର ଭାଗିଦାରୀ ଭାଙ୍ଗିଥିଲା । ହେଡ୍ ୩୮ ରନ୍ ସ୍କୋର କରିଥିଲେ । ୧୨୪ ରନ୍ କରି ଅଷ୍ଟ୍ରେଲିଆ ଚତୁର୍ଥ ୱିକେଟ୍ ହରାଇ ଥିଲା । ଏହାର କିଛି ସମୟ ପରେ, ସିରାଜ ଲାବୁଶିନଙ୍କୁ ଆଉଟ କରି ୧୩୪ ରନ୍ ପାଇଁ ଆୟୋଜକ ଦଳକୁ ପଞ୍ଚମ ଝଟକା ଦେଇଥିଲେ । ଏହା ପରେ ଗ୍ରୀନ୍ ୧୨, ଟିମ୍ ପାଏନ୍ ୧୩, ମିଚେଲ ଷ୍ଟାର୍କ ୭, ନାଥାନ୍ ଲିଅନ୍ ୨୦ ଓ ପ୍ୟାଟ୍ କମିନ୍ସ ୯ ରନ୍ କରି ଆଉଟ ହୋଇ ଯାଇଥିଲେ ।
ଟିମ୍ ଇଣ୍ଡିଆ ଚାରୋଟି ପରିବର୍ତ୍ତନ କରିଛିଭାରତୀୟ ଦଳରେ ଚାରିଟି ପରିବର୍ତ୍ତନ ହୋଇଥିବାବେଳେ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରବିନ୍ଦ୍ର ଜାଡେଜା ଓ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଥିବାବେଳେ ଶୁଭମାନ ଗିଲ ଓ ମହମ୍ମଦ ସିରାଜ ପ୍ରଥମ ଟେଷ୍ଟ ଖେଳୁଛନ୍ତି । ବିରାଟ କୋହଲି, ରିଦ୍ଧିମାନ ସାହା, ପୃଥ୍ଵୀ ଶୋ ଓ ମହମ୍ମଦ ଶାମିଙ୍କ ସ୍ଥାନରେ ଏମାନଙ୍କୁ ସାମିଲ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।