ଚେତେଶ୍ୱର ପୂଜାରାଙ୍କ ଖୁଲାସା: ବ୍ରିସବେନ ଟେଷ୍ଟରେ ମାତ୍ର ଚାରି ଆଙ୍ଗୁଳିରେ ବ୍ୟାଟକୁ ଧରି ଯନ୍ତ୍ରଣାରେ ବ୍ୟାଟିଂ କରୁଥିଲେ
ଚେତେଶ୍ୱର ପୂଜାରା ବ୍ରିସବେନ ଟେଷ୍ଟରେ ନିଜ ଇନିଂସ ବିଷୟରେ କହିଛନ୍ତି ଯେ ଅଷ୍ଟ୍ରେଲୀୟ ବୋଲରଙ୍କ ସାମ୍ନା କରିବା ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ । ଏହା ଯନ୍ତ୍ରଣାଦାୟକ ହୋଇପାରେ କିନ୍ତୁ ମୁଁ ମୋର ୱିକେଟ୍ ସହଜରେ ନ ଦେବା ପାଇଁ ଚେଷ୍ଟା କରିଥିଲି ।

ବ୍ରିସବେନ ଟେଷ୍ଟରେ ପୂଜାରାଙ୍କ ଦେହରେ ୧୧ ଟି ବଲ ବାଜିଥିଲା
- News18 Odia
- Last Updated: January 28, 2021, 5:55 PM IST
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟର ପଞ୍ଚମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (Cheteshwar Pujara) ୫୬ ରନର ସାହାସୀକ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନେ ପୂଜାରାଙ୍କ ଶରୀରକୁ କ୍ରମାଗତ ଭାବରେ ଟାର୍ଗେଟ କରିଥିଲେ କିନ୍ତୁ ସେ ପଥର ପରି ତାଙ୍କ ସାମ୍ନାରେ ଠିଆ ହୋଇଥିଲେ । ପୂଜାରାଙ୍କ ଦେହରେ ୧୧ ଟି ବଲ ବାଜିଥିଲା ଓ ଯନ୍ତ୍ରଣା ସତ୍ତ୍ୱେ ସେ ବ୍ୟାଟିଂ ଜାରି ରଖିଥିଲେ । ସର୍ଟ ବଲଗୁଡିକର ସେ ନିଜ ଶରୀରରେ ବଜାଉଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳକୁ ତାଙ୍କର ଆଉଟ କରିବାକୁ ସୁଯୋଗ ଦେଇନଥିଲେ । ନିଜ ଇନିଂସ ସମ୍ପର୍କରେ ପୂଜାରା କହିଛନ୍ତି ଯେ ଅଷ୍ଟ୍ରେଲୀୟ ବୋଲରଙ୍କ ସାମ୍ନା କରିବା ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ । ଏହା ଯନ୍ତ୍ରଣାଦାୟକ ହୋଇପାରେ କିନ୍ତୁ ମୁଁ ମୋର ୱିକେଟ୍ ସହଜରେ ନ ଦେବାକୁ ପ୍ରସ୍ତୁତ ଥିଲି ।
ଯେତେବେଳେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱ ବିଷୟରେ ପଚରାଗଲା, ପୂଜାରା କହିଛନ୍ତି, "ମୁଁ କାହାକୁ ତୁଳନା କରିବାକୁ ଚାହୁଁ ନାହିଁ । ବିରାଟ ଫେରିଗଲେ, ଆମେ ପ୍ରଥମ ଟେଷ୍ଟ ହାରିଗଲୁ, ଅନେକ ଖେଳାଳି ଆହତ ହୋଇଥିଲେ । ବିରାଟ ଯଦି ସେ ଅଧିନାୟକ ଥାନ୍ତେ ତେବେ ମଧ୍ୟ ଅନେକ ପ୍ରମୁଖ ଖେଳାଳି ଆହତ ତାଙ୍କୁ ଅସୁବିଧାର ପକାଇଥାନ୍ତା । ଅଜିଙ୍କ୍ୟ ରାହାଣେ ତାଙ୍କ ବୋଲରଙ୍କୁ ସମର୍ଥନ କରୁଥିବା ବେଳେ ଏହା ପ୍ରକୃତରେ ପ୍ରଶଂସନୀୟ । ସେ ପ୍ରକୃତରେ ଶାନ୍ତ ଥିଲେ । ପ୍ରଥମ ପରାଜୟ ସତ୍ତ୍ୱେ ଆମେ ଏକଜୁଟ ହୋଇ ଥିଲୁ ଓ ବିଶ୍ୱାସ ଜାରି ରଖିଥିଲୁ ଯେ ଏହି ସିରିଜ୍ ଜିତିପାରିବୁ । "
ଆଡିଲେଡ୍ ଟେଷ୍ଟରେ ପରାଜୟ ବିଷୟରେ ପୂଜାରା କହିଛନ୍ତି, "ଆଡିଲେଡରେ ପ୍ରଥମ ଦୁଇ ଦିନରେ ଆମେ ଆଗରେ ରହିଥିଲୁ । ତାପରେ ତୃତୀୟ ଦିନରେ ଆମେ ମାତ୍ର ଏକ ଘଣ୍ଟା ମଧ୍ୟରେ ମ୍ୟାଚରୁ ବାହାରି ଯାଇଥିଲୁ । କିନ୍ତୁ ଯେପରି ଭାବରେ ଆମେ ପ୍ରତ୍ୟାବର୍ତ୍ତନ କରିଥିଲୁ ତାହା କ୍ରିକେଟ୍ କରିୟରରେ ସର୍ବୋତ୍ତମ ପ୍ରତ୍ୟାବର୍ତ୍ତନ ଥିଲା । "ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ବିଷୟରେ ପୂଜାରା କହିଛନ୍ତି ଯେ ଉଭୟ ଚେନ୍ନାଇ ଓ ଅହମ୍ମଦାବାଦ ଭାରତ ପାଇଁ ଭଲ ରହିଛି । ଆମ ମାଟିରେ ଖେଳିବାର ଲାଭ ଆମେ ପାଇବୁ କିନ୍ତୁ ଇଂଲଣ୍ଡ ଏକ ଭଲ ଦଳ ଓ ଆମେ ତାଙ୍କୁ ହାଲୁକା ଭାବେ ଗ୍ରହଣ କରିପାରିବୁ ନାହିଁ । ନିକଟ ସିରିଜରେ ଶ୍ରୀଲଙ୍କା ସହ ସେ ଭଲ ପ୍ରଦର୍ଶନ କରିଛନ୍ତି ।