କେବେ ନାଚ ତ କେବେ ଫୁଟବଲ ଖେଳ... ଏପରି ବଢୁଛି ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡା ଯାତ୍ରା'

ରାହୁଲ ଗାନ୍ଧି କ୍ରିକେଟ୍ ଖେଳୁଥିବା ପିଲାଙ୍କ ପାଇଁ ସ୍ପିନ୍ ବୋଲିଂ କରିଥିଲେ ଓ ତାଙ୍କ ବ୍ୟାଟ୍ ଉପରେ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ ।

କେବେ ନାଚ ତ କେବେ ଫୁଟବଲ ଖେଳ... ଏପରି ବଢୁଛି ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡା ଯାତ୍ରା'

କେବେ ନାଚ ତ କେବେ ଫୁଟବଲ ଖେଳ... ଏପରି ବଢୁଛି ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡା ଯାତ୍ରା'

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ବର୍ତ୍ତମାନ କଂଗ୍ରେସ ସବୁଠାରୁ କଠିନ ସମୟ ଦେଇ ଗତି କରୁଛି । କଂଗ୍ରେସର ପୁନଃରୁଦ୍ଧାର ପାଇଁ ଏବେ ଦଳ ପଦଯାତ୍ରା କରୁଛି । ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସ ଦଳକୁ ପୁନଃରୁଦ୍ଧାର କରିବା ପାଇଁ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୧୭୦ ଦିନିଆ ପଦ ଯାତ୍ରା କରିଛନ୍ତି । ରାହୁଲ ଗାନ୍ଧିଙ୍କ ଏହି ଭାରତ ଯୋଡ ଯାତ୍ରାକୁ ନେଇ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୈତିକ ଯୁଦ୍ଧ ଚାଲିଥିବାବେଳେ ଏହି ସମୟ ମଧ୍ୟରେ ଭିନ୍ନ ଭିନ୍ନ ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି ।

ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ରୂପ ମଧ୍ୟ ଦେଖିବାକୁ ମିଳୁଛି । ଯାତ୍ରା ଆରମ୍ଭରେ ରାହୁଲ ଗାନ୍ଧି ଆନ୍ଧ୍ରପ୍ରଦେଶର କେରଳରେ ଏକ ଛୋଟ ଝିଅର ଜୋତାର ଲେସ ବାନ୍ଧିଥିଲେ, ଜଣେ ନିରୀହ ପିଲାକୁ କାନ୍ଧରେ ବୋହି ନେଇ ସମ୍ବେଦନଶୀଳତା ଦେଖାଇଥିଲେ । ରାହୁଲ ଗାନ୍ଧି କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଦୌଡ଼ି କରି କଂଗ୍ରେସ କର୍ମୀଙ୍କୁ ଏକ ବାର୍ତ୍ତା ଦେଇଥିବାବେଳେ , ସେଠାରେ ପୁସ୍ଅପ୍ କରି ନିଜର ଫିଟନେସ୍ ମଧ୍ୟ ପ୍ରମାଣ ଦେଇଛନ୍ତି ।

ଦୌଡୁଛନ୍ତି ରାହୁଲ ଗାନ୍ଧି

ରାହୁଲ ଗାନ୍ଧି ଭାରତ ଯୋଡ ଯାତ୍ରା ସମୟରେ ଯେଉଁ ଅଞ୍ଚଳରେ ପହଞ୍ଚୁଥିଲେ ସେହି ଅଞ୍ଚଳର ରଙ୍ଗରେ ରଙ୍ଗୀନ ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁ ଆୟୁବର୍ଗଙ୍କ ସହ ସାକ୍ଷାତ କରୁଥିଲେ ,ସେମାନଙ୍କ ସହ ସେହିଭଳି ମିଶି ଯାଉଥିଲେ । ଯେତେବେଳେ ସେ ଛୋଟ ପିଲାମାନଙ୍କୁ ଭେଟିଲେ, ସେ ସେମାନଙ୍କ ଉପରେ ପ୍ରେମ ଦେଖାଇଲେ, ସ୍ନେହ ଦେଲେ । ଯେତେବେଳେ ସେ ଯୁବକମାନଙ୍କ ମଧ୍ୟରେ ପହଞ୍ଚିଥିଲେ, ସେତେବେଳେ ସେ ସେମାନଙ୍କ ସହ କ୍ରିକେଟ୍-ଫୁଟବଲ୍ ମଧ୍ୟ ଖେଳିଥିଲେ । ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କ୍ରିକେଟ୍ ଖେଳୁଥିବା ଏକ ପିଲା ପାଇଁ ବୋଲିଂ କରୁଥିବା ଦେଖିବାକୁ ମିଳିଛି ।

ରାହୁଲ ଗାନ୍ଧି କ୍ରିକେଟ୍ ଖେଳୁଥିବା ପିଲାଙ୍କ ପାଇଁ ସ୍ପିନ୍ ବୋଲିଂ କରିଥିଲେ ଓ ତାଙ୍କ ବ୍ୟାଟ୍ ଉପରେ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ । ଟି -20 ବିଶ୍ୱକପ ମ୍ୟାଚରେ ଭାରତର ବିଜୟ ପରେ ରାହୁଲ ଗାନ୍ଧି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ଲେଖିଛନ୍ତି ଯେ ଯେତେବେଳେ ଆପଣ ଭାରତର ଜର୍ସି ପିନ୍ଧି ଖେଳିଥାନ୍ତି ସେତେବେଳେ ଏହା ଆପଣଙ୍କୁ ଅପରାଜିତ କରି ଦେଇଥାଏ। ଟିମ୍ ଇଣ୍ଡିଆର ଖେଳକୁ ମଧ୍ୟ ରାହୁଲ ପ୍ରଶଂସା କରିଛନ୍ତି ।
Published by:Soubhagya Mishra
First published: