କ୍ରିକେଟ୍ ଦୁନିଆରେ ହଙ୍ଗାମା: ଜଣେ ମୁସଲିମ୍ କ୍ରିକେଟରଙ୍କ ଉପରେ ବିୟର ଢାଳି ଉତ୍ସବ ପାଳନ କଲେ

ଇଂଲଣ୍ଡ ଟିମ୍ ବିଶ୍ୱ କପ୍ ୨୦୧୯ ଜିତିବା ପରେ ଯେତେବେଳେ ସାମ୍ପେନ୍ ଉଡ଼ାଇ ଉତ୍ସବ ପାଳନ କରୁଥିଲା ସେତେବେଳେ ଦଳର ଉଭୟ ମୁସଲିମ୍ ଖେଳାଳୀଙ୍କୁ ଗୋଟେ ପାଖକୁ ଯାଇ ଅଲଗା ଠିଆହେବାକୁ କୁହାଯାଇଥିଲା ବୋଲି ସାଜିଦ୍ କହିଛନ୍ତି ।

କ୍ରିକେଟ୍ ଦୁନିଆରେ ହଙ୍ଗାମା: ଜଣେ ମୁସଲିମ୍ କ୍ରିକେଟରଙ୍କ ଉପରେ ବିୟର ଢାଳି ଉତ୍ସବ ପାଳନ କଲେ
ଏସେକ୍ସ ଟିମ୍ ସମରସେଟ୍ ଟିମକୁ ହରାଇଥିଲା । (ଫଟୋ: ଗ୍ରେନିକ୍ସ)
  • News18 Odia
  • Last Updated: September 29, 2020, 7:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କ୍ରିକେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହାର କାରଣ ହେଉଛି ଯେ ମ୍ୟାଚ୍‌ ପରେ ଆୟୋଜିତ ବିଜୟ ଉତ୍ସବରେ ଜଣେ ମୁସଲିମ୍‌ କ୍ରିକେଟରଙ୍କ (Muslim cricketer) ଉପରେ ବିୟର (beer) ଢଳାଯାଇଛି । ଏହି ଘଟଣା ଇଂଲଣ୍ଡରେ ଘଟିଛି, ମାତ୍ର ଏହାର ପ୍ରତିଧ୍ୱନି ଦୁନିଆର ସବୁ ଭାଗରେ ଦେଖାଯିବା ଆରମ୍ଭ ହୋଇଛି ।

ବାସ୍ତବରେ ବବ୍ ୱିଲିସ୍ ଟ୍ରଫି ୨୦୨୦ର (Bob Willis Trophy 2020) ଫାଇନାଲରେ ଏସେକ୍ସ ଟିମ୍‌ ସୋମରସେଟ ପରାସ୍ତ କରି ଟାଇଟଲ୍ ଜିତିଥିଲା । ବିଜୟା ଦଳ ସାମ୍ପେନ୍ ଓ ବିୟର ସହିତ ଉତ୍ସବ ପାଳନ କରିଥିଲା । ହେଲେ ଏହି ଉତ୍ସବର Dତି ଖୁସି ଥିବା ଟିମର ବରିଷ୍ଠ ଖେଳାଳି ୱିଲ ବଟଲମ୍ୟାନ୍ (Will Buttleman) ନିଜର ସାଥୀ ଖେଳାଳି ମୁସଲିମ କ୍ରିକେଟର ଫିରୋଜଙ୍କ ମଥାରେ ବିୟର ଢାଳିଥିଲେ । ଏହା ପରେ ସେଠାରେ ବହୁତ ହଙ୍ଗାମା ହୋଇଥିଲା ।

ପୂର୍ବ ଲଣ୍ଡନରେ ବସବାସସ କରୁଥିବା ବ୍ରିଟିଶ ଏସୀୟ ସମ୍ପ୍ରଦାୟ (British Asian community in east London) ମଧ୍ୟ ଏହି ଘଟଣା ପରେ ବହୁତ ରାଗିଛନ୍ତି । ଏହା ପରେ କ୍ଷମା ମାଗିବା ପାଇଁ ଏସେକ୍ସ କ୍ଲବ ଉପରେ ଚାପ ପକାଯାଉଛି ।

‘ଡେଲି ମେଲ୍‌’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ଏସେକ୍ସ କହିଛି ଯେ ପୂରା କାଉଣ୍ଟି ଓ ତା’ର ଆଖପାଖ ଅଞ୍ଚଳରେ ବହୁ ବିବିଧ ସମ୍ପ୍ରଦାୟ ମଧ୍ୟରେ ଏସେକ୍ସ କରିଆସୁଥିବା ନିଜ କାର୍ଯ୍ୟ ଉପରେ ଗର୍ବ ଅନୁଭବ କରେ । ଏସେକ୍ସ କହିଛି ଯେ ତାଙ୍କ ଟିମରେ ବିଭିନ୍ନ ଧର୍ମ ଓ ପୃଷ୍ଠଭୂମିରୁ ଆସିଥିବା ଖେଳାଳି ଅଛନ୍ତି ଓ ଏହା ଏକ ବିବିଧତାରେ ଭରା ଟିମ୍‌ ଯେଉଁଠି ସମସ୍ତଙ୍କ ହୃଦୟରେ କ୍ରିକେଟ୍‌ ଅଛି ।

ଏସେକ୍ସ ଟିମର କହିବା ଅନୁସାରେ କ୍ଲବ କଠିନ ପରିଶ୍ରମ କରିଛି ଓ ଏହା ସବୁ ଧର୍ମ ଓ ପୃଷ୍ଠଭୂମିର ଖେଳାଳିଙ୍କୁ ଦଳ ଭିତରକୁ ଆଣିବା ଜାରି ରଖିବ । ଲୋକଙ୍କୁ ବିବିଧତା ଉପରେ ଟିମ୍‌ ଶିକ୍ଷା ଦେବ, କିନ୍ତୁ ଉଭୟ କ୍ରୀଡ଼ା ଓ ସମାଜରେ ପରବର୍ତ୍ତୀ କାର୍ଯ୍ୟ କରିବା ଜାରି ରଖିବ ଯାହା ଫଳରେ ଲୋକଙ୍କ ଜ୍ଞାନକୁ ବ୍ୟାପକ କରାଯାଇପାରିବ । ଏହା ଲୋକଙ୍କୁ ସାଂସ୍କୃତିକ ପାର୍ଥକ୍ୟ ବିଷୟରେ ଅଧିକ ସଚେତନ କରିବ ବୋଲି ଟିମ୍‌ କହିଛି ।

ଇଂଲଣ୍ଡର ଜାତୀୟ କ୍ରିକେଟ୍ ଲିଗର ସହ-ପ୍ରତିଷ୍ଠାତା ସାଜିଦ୍ ପଟେଲ ବି ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଣେ ମୁସଲିମ୍‌ ଖେଳାଳୀଙ୍କ ଉପରେ ବିଅର୍‌ ଢାଳିବା ଘଟଣାକୁ ଏକ ‘‘ଅପରାଧ’’ ବୋଲି କହି ସେ ଇଂଲଣ୍ଡ ଦଳର ଉଦାହରଣ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଚାଲିଗଲେ ଗାୟକ ଏସ୍.ପି. ବାଲାସୁବ୍ରମଣ୍ୟମ; ଦେଖନ୍ତୁ ତାଙ୍କର ଶେଷ VIDEO ଓ ଶେଷ ଗୀତ

ଏହା ବି ପଢ଼ନ୍ତୁ | ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର; ୟୁନିଟ୍‌ ପିଛା ୨୦ ପଇସା ମହଙ୍ଗା ହେବ

ସାଜିଦ୍‌ ପଟେଲ୍‌ କହିଛନ୍ତି ଯେ ଇଂଲଣ୍ଡର ଜାତୀୟ ଟିମ୍‌ ଆଦିଲ ରଶିଦ ଓ ମୋଇନ ଅଲିଙ୍କ ପରି ଖେଳାଳୀଙ୍କୁ ଖୁବ୍‌ ସମ୍ମାନ ଦେଖାଉଛି ଓ ସେମାନଙ୍କର ଯତ୍ନ ନେଉଛି । ଇଂଲଣ୍ଡ ଟିମ୍‌ ବିଶ୍ୱ କପ୍ ୨୦୧୯ ଜିତିବା ପରେ ଯେତେବେଳେ ସାମ୍ପେନ୍ ଉଡ଼ାଇ ଉତ୍ସବ ପାଳନ କରୁଥିଲା ସେତେବେଳେ ଦଳର ଉଭୟ ମୁସଲିମ୍‌ ଖେଳାଳୀଙ୍କୁ ଗୋଟେ ପାଖକୁ ଯାଇ ଅଲଗା ଠିଆହେବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି ।



ଏବେ ଆଇପିଏଲ (IPL2020) ଚାଲିଥିବା ବେଳେ ଇଂଲଣ୍ଡରେ ଘଟିଥିବା ଏହି ଘଟଣା କ୍ରିକେଟ୍‌ ଖେଳାଳି ଓ କ୍ରିକେଟ୍‌ ପ୍ରେମୀମାନଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ।
Published by: Anand Shankar Thankur Das
First published: September 29, 2020, 7:27 PM IST
corona virus btn
corona virus btn
Loading