News18 Odia Digital
IVRI Research: ଗୋମୂତ୍ର(Cow Toilet)କୁ ନେଇ ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ (IVRI) ର ନୂଆ ଗବେଷଣା ସାମ୍ନାକୁ ଆସିଛି । ଗୋମୂତ୍ର ମଣିଷ ସ୍ୱାସ୍ଥ୍ଯ (Human Health) ପ୍ରତି ହାନିକାରକ ହୋଇପାରେ । ଏପରିକି ଏହାକୁ ସିଧା ପିଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ବୋଲି ଦାବି କରିଛି ସଂସ୍ଥାନ । କେବଳ ସେତିକି ନୁହେଁ ଗୋମୂତ୍ର ଅପେକ୍ଷା ମଇଁଷି ମୂତ୍ର ଭଲ ବୋଲି କହିଛି ସଂସ୍ଥାନ ।
ପିଏଚଡ଼ି କରୁଥୁବା ତିନି ଜଣ ଛାତ୍ର ନିଜ ଗବେଷଣାରେ ଜାଣିବାକୁ ପାଇଛନ୍ତି ଯେ, ଗାଈ ମୂତ୍ରରେ ୧୪ ପ୍ରକାର ବ୍ୟାକ୍ଟେରିଆ ରହିଛି । ଏଥିରେ ଇସ୍ଚଚେରିଆ କୋଲାଇ ମଧ୍ଯ ଉପସ୍ଥିତ ଅଛି । ଏହି ବ୍ୟାକ୍ଟେରିଆ ଯୋଗୁଁ ପେଟର ସଂକ୍ରମଣ ହେବାର ମଧ୍ଯ ଆଶଙ୍କା ରହିଛି ।
ରିସର୍ଚଗେଟ ଏହି ରିପୋର୍ଟ ପ୍ରକାଶ କରିଛି । ସଂସ୍ଥାନର ମହାମାରୀ ବିଭାଗର ମୁଖ୍ଯ ଭୋଜ ରାଜ ସିଂ ତିନି ପ୍ରକାର ଗାଈ (ସାହିବାଲା, ଥାପର କର ଓ ବିନ୍ଦାବାନୀ)ଙ୍କୁ ନେଇ ଏହି ଗବେଷଣା କରିଥିଲେ । ଏହା ବ୍ୟତୀତ ସେ ମଣିଷ ଓ ମଇଁଷିର ମୂତ୍ର ନମୁନା ନେଇ ମଧ୍ଯ ପରୀକ୍ଷଣ କରିଥିଲେ ।
ସରକାରଙ୍କ ବଡ଼ ନିୟମ! ଏବେ ଘରେ ରଖିପାରିବେ ଏତିକି ସୁନା, ନଚେତ..ଏକ ଜାତୀୟ ଗଣମାଧ୍ଯମ ସହ କଥା ହୋଇ ଭୋଜ ରାଜ ସିଂ କହିଛନ୍ତି କି, ଷ୍ଟଡ଼ିରେ ୭୩ ଜଣ ଗାଈ, ମଇଁଷି ଓ ମଣିଷଙ୍କ ନମୁନା ନିଆଯାଇଥିଲା । ଏହି ନମୁନାକୁ ବିଶ୍ଳେଷଣ କରିବାକୁ ଜଣା ପଡିଥିଲା ଯେ, ଗାଈ ତୁଳନାରେ ମଇଁଷି ମୂତ୍ର ଅଧିକ ଲାଭକାରୀ । ଗାଈ ମୂତ୍ର ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ ବୋଲି ଲୋକଙ୍କ ଧାରଣା ରହିଛି । ଭାରତୀୟ ବଜାରରେ ଖୁଲମଖୁଲା ଏହାର ବିକ୍ରି ମଧ୍ଯ ହେଉଛି। କିନ୍ତୁ ଯେଉଁ ପରିମାଣରେ ଏହାର ପ୍ରଭାବ ସାମ୍ନାକୁ ଆସୁଛି, ଏପରି ସ୍ଥିତି ଏହା ମଣିଷ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଏହାକୁ ନେଇ ଅଧିକ ଗବେଷଣା ମଧ୍ଯ କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।