ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଦେଶରେ ବୃଦ୍ଧି ପାଉଛି କୋରୋନା ସଙ୍କଟ; ଦିନକରେ ୩୯୭୪୨ ନୂଆ ମାମଲା ଚିହ୍ନଟ, ୫୩୫ ଜଣଙ୍କ ମୃତ୍ୟୁ

ଦେଶରେ ବୃଦ୍ଧି ପାଉଛି କୋରୋନା ସଙ୍କଟ; ଦିନକରେ ୩୯୭୪୨ ନୂଆ ମାମଲା ଚିହ୍ନଟ, ୫୩୫ ଜଣଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୩୯, ୭୪୨ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୫୩୫ ଜଣ ରୋଗୀ । କରୋନା ରୋଗର ନୂଆ ମାମଲା ଆସିବା ପରେ ଦେଶରେ ମୋଟ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩ କୋଟି ୧୩ ଲକ୍ଷ ୭୧ ହଜାର ୯୦୧ରେ ପହଞ୍ଚିଛି ।

ଦେଶରେ ବୃଦ୍ଧି ପାଉଛି କୋରୋନା ସଙ୍କଟ; ଦିନକରେ ୩୯୭୪୨ ନୂଆ ମାମଲା ଚିହ୍ନଟ, ୫୩୫ ଜଣଙ୍କ ମୃତ୍ୟୁ
ଦେଶରେ ବଢ଼ି ଚାଳିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା
  • News18 Odia
  • Last Updated: July 25, 2021, 11:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

ନୂଆ ଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି  । କରୋନାର ତତୀୟ ଲହର ବିଷୟରେ ପୂର୍ବରୁ ଏକ ଚେତାବନୀ ଜାରି କରାଯାଇଥିଲା । ଆଉ ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣର ବୃଦ୍ଧି ମାମଲା ସବୁ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି  ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୭୪୨ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୫୩୫ ଜଣ ରୋଗୀ । କରୋନା ରୋଗର ନୂଆ ମାମଲା ଆସିବା ପରେ ଦେଶରେ ମୋଟ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩ କୋଟି ୧୩ ଲକ୍ଷ ୭୧ ହଜାର ୯୦୧ରେ ପହଞ୍ଚିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୪ ଲକ୍ଷ ୦୮ ହଜାର ୨୧୨ଟି ଆକ୍ଟିଭ କରୋନା ମାମଲା ଥିବାବେଳେ ୩ କୋଟି ୫ ଲକ୍ଷ ୪୩ ହଜାର ୧୩୮ ଜଣ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି  । ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୨୦ ହଜାର ୫୫୧ ଜଣଙ୍କର ମତ୍ୟୁ ଘଟିଛି । ଗତ୨୪ ଘଣ୍ଟା ମଧ୍ୟରେ, ୫୧ ଲକ୍ଷ ୧୮ ହଜାର ୨୧୦ ଲୋକଙ୍କ ଟିକାକରଣ କରାଯାଇଛି, ଯେଉଁ ଥିରେ ଦେଶରେ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଲୋକଙ୍କୁ ଟିଦା ଦିଆଯାଇଛି  ।

ଶନିବାର ଦିନ ମହାରାଷ୍ଟ୍ରରେ ୬,୨୬୯ଟି ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ୨୨୪ ରୋଗୀଙ୍କ ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୭୧,୩୩୨ ରୋଗୀ ରାଜ୍ୟର ଡାକ୍ତରଖାନରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୯୧,୪୭୯ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଏଥି ସହିତ ମୁମ୍ବାଇରେ ୪୧୦ଟି ନୂଆ ସଂକ୍ରମଣ ମାମଲା ରୁଜୁ ହୋଇଛି  । ଗ୍ରେଟର୍ ମୁମ୍ବାଇ ଅଞ୍ଚଳରେ ମୋଟ୍ ୧,୧୦୦ ନୂଆ ସଂକ୍ରମଣ ହୋଇଥିବା ବେଳେ ୮୬ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।
Published by: Lipina Das
First published: July 25, 2021, 11:35 AM IST