ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା; ୧୮ ଟି ରାଜ୍ୟରେ ମିଳିଲା ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟର ପ୍ରମାଣ: କେନ୍ଦ୍ର

Coronavirus Double Mutant Variant: ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ଅର୍ଥ ହେଉଛି ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ପ୍ରକାରର କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା । ସରଳ ଶବ୍ଦରେ ଏହାକୁ କରୋନାର ଦୁଇଗୁଣ ସଂକ୍ରମଣ କୁହାଯାଇପାରେ । ବିଶ୍ୱରେ ପ୍ରଥମ ଏଭଳି ମାମଲା ବ୍ରାଜିଲରେ ଦେଖା ଦେଇଥିଲା ।

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା; ୧୮ ଟି ରାଜ୍ୟରେ ମିଳିଲା ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟର ପ୍ରମାଣ: କେନ୍ଦ୍ର
ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା
  • News18 Odia
  • Last Updated: March 24, 2021, 3:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
Coronavirus Second Wave: ଦେଶରେ କରୋନା ଭାଇରସ୍ (Covid-19 Pandemic) ସଙ୍କଟ ପୁଣି ଗମ୍ଭୀର ହେବାରେ ଲାଗିଛି । ଦେଶର ୧୮ ଟି ରାଜ୍ୟରେ କରୋନା ଭୂତାଣୁର ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ଦେଖିବାକୁ ମିଳିଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି । ମନ୍ତ୍ରଣାଳୟ ଅନୁଯାୟୀ କରୋନାର ନୂତନ ଭାରିଆଣ୍ଟ ପୁରୁଣା ତୁଳନାରେ ଅନେକ ଗୁଣ ମାରାତ୍ମକ ଅଟେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ପ୍ରେସ ନୋଟରେ ଦର୍ଶାଇଛି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଅଂଶୀଦାର ହୋଇଥିବା ମୋଟ ୧୦,୭୮୭ ସକରାତ୍ମକ ନମୁନାରେ ଏପର୍ଯ୍ୟନ୍ତ ମୋଟ ୭୭୧ କୋଭିଡି-୧୯ ଭାରିଆଣ୍ଟସ (VOCs) ଚିହ୍ନଟ ହୋଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, 'ଏଥିରେ ବ୍ରିଟେନ (B.1.1.7) ଭୂତାଣୁର ୭୩୬ ନମୁନା ସାମିଲ ଅଛି । ଦକ୍ଷିଣ ଆଫ୍ରିକାର ଭୂତାଣୁର (B.1.351) ୩୪ ଟି ନମୁନା ମଧ୍ୟ ସକରାତ୍ମକ ବୋଲି ଜଣାପଡିଛି । ଗୋଟିଏ ନମୁନା ବ୍ରାଜିଲ (P.1) ପ୍ରକାରର । ଯାହା ସକରାତ୍ମକ ବୋଲି ଜଣାପଡିଛି । ଦେଶର ୧୮ ଟି ରାଜ୍ୟରେ ଏହି (VOCs) ଗୁଡ଼ିକର ନମୁନା ଚିହ୍ନଟ କରାଯାଇଛି ।

ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟର ଅର୍ଥ କ’ଣ?
ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ଭାରିଆଣ୍ଟ (Variant) କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାକୁ ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ କୁହାଯାଏ । ସରଳ ଶବ୍ଦରେ ଏହାକୁ କରୋନାର ଦୁଇଗୁଣ ସଂକ୍ରମଣ କୁହାଯାଇପାରେ । ବିଶ୍ୱରେ ପ୍ରଥମ ଏଭଳି ମାମଲା ବ୍ରାଜିଲରେ ଦେଖା ଦେଇଥିଲା । ବ୍ରାଜିଲରେ ଦୁଇ ଜଣ ରୋଗୀ ଏକାସାଙ୍ଗରେ କରୋନା ଭୂତାଣୁର ଦୁଇଟି ଭିନ୍ନ ଭାରିଆଣ୍ଟର ସଂକ୍ରମିତ ହୋଇଥିବା ଜଣାପଡିଛି ।

ବ୍ରାଜିଲର ଫିଭାଲେ ୟୁନିଭରସିଟିର ବିଶେଷଜ୍ଞଙ୍କ ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି । ଏହି ପ୍ରକାରର ନାମଗୁଡ଼ିକର ନାମ ପି.୧ ଓ ପି.୨ ହୋଇଥିବାବେଳେ ଦ୍ୱିତୀୟ ରୋଗୀ କରୋନାର ପି.୨ ଓ ବି.୧.୯୧ ପ୍ରକାରରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଯଦିଓ ବ୍ରାଜିଲର ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଏହି ଆବିଷ୍କାର ସ୍ୱାଧୀନ ଭାବେ ନିଶ୍ଚିତ ହୋଇନାହିଁ ।

ପଞ୍ଜାବର ୪୦୧ ଟି ନୂଆ ନମୁନାରେ ୮୧% ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ
ପଞ୍ଜାବରେ କରୋନା ଭୂତାଣୁର ନୂତନ ଭାରିଆଣ୍ଟ ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ଏହି ଭାରିଆଣ୍ଟଟି ବ୍ରିଟେନରୁ ଆସିଛି । ନିକଟରେ ନିଆଯାଇଥିବା ୪୦୧ ଟି ନୂତନ ନମୁନା ମଧ୍ୟରୁ ଏହି ଭାରିଆଣ୍ଟ ନମୁନାର ୮୧% ରେ ମିଳିଛି । ଦିଲ୍ଲୀର ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଜାଣିବାକୁ ପାଇଛି ଯେ ୮୧% ନମୁନାରେ ନୂତନ ପ୍ରକାରଗୁଡିକ ବି ୧.୧.୭ ବୋଲି ଚିହ୍ନଟ କରାଯାଇଛି । ପଞ୍ଜାବରେ ନୂଆ ଭାରିଆଣ୍ଟର ଆଗମନ ଲୋକମାନେ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଚ୍ଚ ଚାପ ଯୋଗୁଁ ଏହି ଭୂତାଣୁ ଦ୍ରୁତ ଗତିରେ ବିସ୍ତାର ହେଉଛି କି ନାହିଁ ଜାଣିବା ପାଇଁ ସରକାର ଏହି ଟେଷ୍ଟ ଉପରେ ନଜର ରଖିଛନ୍ତି ।

ଦେଶରେ କେତେ ହୋଇଛି କରୋନା ମାମଲା?
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭,୨୬୨ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ୨୩ ହଜାର ୯୦୭ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି । ପୂର୍ବ ଦିନ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟ ପ୍ରଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି ଓ ନୂତନ ସଂକ୍ରମଣ କ୍ଷେତ୍ରରେ ଏହି ରାଜ୍ୟଗୁଡିକର ଅଂଶଗ୍ରହଣ ୮୦.୫ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ ଜଣ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରୁ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ରୋଗୀ ଆରୋଗ୍ୟ ହୋଇଥିବାବେଳେ ୧ ଲକ୍ଷ ୬୦ ହଜାର ୪୪୧ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ୩ ଲକ୍ଷ ୬୮ ହଜାର ୪୫୭ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହା ହେଉଛି କରୋନାର ସକ୍ରିୟ ମାମଲା ।
Published by: Jagdish Barik
First published: March 24, 2021, 3:10 PM IST