News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସର (Coronavirus) ଅବସ୍ଥା ଦିନକୁ ଦିନ ବିପଜ୍ଜନକ ରୂପ ନେଉଛି । ପ୍ରତିଦିନ ବହୁ ସଂଖ୍ୟକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି ଓ ରେକର୍ଡ ଭାଙ୍ଗୁଛି । ସେପଟେ ସୁପ୍ରିମ କୋର୍ଟରୁ ଏକ ବଡ ଖବର ଆସୁଛି । ସୂଚନାନୁସାରେ ସୁପ୍ରିମ କୋର୍ଟର (Supreme Court) ୫୦% କର୍ମଚାରୀ କରୋନା ଭୂତାଣୁରେ (COVID-19) ସଂକ୍ରମିତ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ସୁପ୍ରିମ କୋର୍ଟରେ ସମସ୍ତ ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ । ଏହି ଅବଧି ମଧ୍ୟରେ ସମସ୍ତ ବିଚାରପତି ବର୍ତ୍ତମାନ ଘରେ ରହି କାମ କରିବେ ।
ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ସୁପ୍ରିମ କୋର୍ଟର ସମସ୍ତ କ୍ୟାମ୍ପସକୁ ସାନିଟାଈଜ କରାଯାଉଛି । ଏଥିରେ କୋର୍ଟ ରୁମ ମଧ୍ୟ ସାମିଲ ରହିଛି । କୁହାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣ ପରେ ବିଭିନ୍ନ ବେଞ୍ଚ ବର୍ତ୍ତମାନ ଏକ ଘଣ୍ଟା ବିଳମ୍ବରେ ବସିବେ ଓ ଶୁଣାଣି କରିବେ ।
ଏନଡିଟିଭି ଅନୁଯାୟୀ ଜଣେ ବିଚାରପତି ଏହି ମାମଲାର ସୂଚନା ଦେଇଛନ୍ତି । ଜଜ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୋର ଅଧିକାଂଶ କର୍ମଚାରୀ ଓ କିରାଣୀ କରୋନା ସଂକ୍ରମିତ । କିଛି ବିଚାରପତି ମଧ୍ୟ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ସୁସ୍ଥ ଅଛନ୍ତି ।
ଭାରତରେ ଆଜିକାଲି କରୋନା ବିସ୍ଫୋରଣ ହେଉଛି । ଗତ ଏକ ସପ୍ତାହରେ କେବଳ ୧୦ ଲକ୍ଷ ନୂଆ ମାମଲା ରୁଜୁ ହୋଇଛି । ଏଥି ସହିତ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୮,୯୧୨ ଟି ନୂଆ ମାମଲା ଦେଖାଦେଇଛି । ଏହା ସହିତ ୯୦୪ ଜଣଙ୍କର ମୃତ୍ୟୁ ହୋଇଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।